ଆଜିଠୁ ତିନିଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ମୁଖ୍ୟ ନିର୍ବାଚନ କମିସନର

ଆଜିଠୁ ତିନିଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ମୁଖ୍ୟ ନିର୍ବାଚନ କମିସନର । ଓଡିଶାରେ ୧୭ ତାରିଖ ଯାଏ ନିର୍ବାଚନ ପ୍ରସ୍ତୁତିର ସମୀକ୍ଷା କରିବେ ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର ।

Feb 15, 2024 - 13:57
 3
ଆଜିଠୁ ତିନିଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ମୁଖ୍ୟ ନିର୍ବାଚନ କମିସନର

ଆଜିଠୁ ତିନିଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ମୁଖ୍ୟ ନିର୍ବାଚନ କମିସନର । ଓଡିଶାରେ ୧୭ ତାରିଖ ଯାଏ ନିର୍ବାଚନ ପ୍ରସ୍ତୁତିର ସମୀକ୍ଷା କରିବେ ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର । CEC ରାଜୀବ କୁମାରଙ୍କ ନେତୃତ୍ୱରେ ୭ଜଣିଆ ଟିମ୍ ଓଡିଶା ଗସ୍ତରେ ଆସୁଛନ୍ତି। ଆସନ୍ତା ଲୋକସଭା ଓ ବିଧାନସଭା ନିର୍ବାଚନ ପାଇଁ ପ୍ରସ୍ତୁତି କାର୍ଯ୍ୟର ସମୀକ୍ଷା ଲାଗି ଓଡ଼ିଶା ଆସୁଛନ୍ତି ରାଜୀବ କୁମାର।

ଗସ୍ତ ଅବସରରେ ଇଭିଏମ୍ ସ୍ଥିତି ଓ ବୁଥ୍ ସ୍ତରରେ ପ୍ରସ୍ତୁତି ସମୀକ୍ଷା କରିବେ । ସେହିପରି ରାଜ୍ୟର ମୁଖ୍ୟ ନିର୍ବାଚନ ଅଧିକାରୀ ଓ ସବୁ ଜିଲ୍ଲାପାଳଙ୍କ ଓହ ପ୍ରସ୍ତୁତି ନେଇ ଆଲୋଚନ କରିବେ । ଏହାବ୍ୟତୀତ ମୁଖ୍ୟ ଶାସନ ସଚିବ, ପୁଲିସ ଡିଜି, ଗୃହ ସଚିବ ଓ ଉନ୍ନୟନ କମିଶନଙ୍କୁ ଭେଟି ନିର୍ବାଚନ ପ୍ରସ୍ତୁତି ସମ୍ବନ୍ଧରେ ବିସ୍ତୁତ ଆଲୋଚନାର କରିବାର କାର୍ଯ୍ୟକ୍ରମ ରହିଛି ।