ପ୍ରଥମାଷ୍ଟମୀ ମଧ୍ୟ ହୁଏ ଜଗତ ଠାକୁର ଶ୍ରୀ ଜଗନ୍ନାଙ୍କ ପାଇଁ ଶ୍ରୀ ମନ୍ଦିରରେ...
ଶ୍ରୀମନ୍ଦିରରେ ପ୍ରଥମ ଭୋଗ ମଣ୍ଡପ ନୀତି ବଢିବା ପରେ ମହାସ୍ନାନ ନୀତି ହୋଇ ପ୍ରଥମାଷ୍ଟମୀ ନୀତି ଅନୁଷ୍ଠିତ ହୋଇଥିଲା|
ମହାପ୍ରଭୁ ଙ୍କ ପ୍ରଥମାଷ୍ଟମୀ ପାଇଁ ଭକ୍ତଙ୍କ ଉଦେଶ୍ୟ ରେ ନିଆଳିରୁ ଆସିଥିବା ଏକଲକ୍ଷ ଆରିସା ପିଠା ବୁଧବାର ଦିନ ବଡଦାଣ୍ଡ ରେ ବଣ୍ଟନ କରାଯାଇଥିଲା |
ଏହି କାର୍ଯ୍ୟକ୍ରମ ରେ ଅତିଥି ଭାବେ ପୂର୍ବତନ ପୁରୀ ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ ପହଞ୍ଚି ମହାପ୍ରଭୁ ଙ୍କ ଦର୍ଶନ ସାରି ଫେରୁଥିବା ଭକ୍ତ ଙ୍କୁ ଆରିସା ପିଠା ବଣ୍ଟନ କରି କାର୍ଯ୍ୟକ୍ରମ ଶୁଭାରମ୍ଭ କରିଥିଲେ|
ମାଧବାନନ୍ଦ ଟ୍ରଷ୍ଟ ବୋର୍ଡ ଉପଦେଷ୍ଟା ରାମକୃଷ୍ଣ ମହାପାତ୍ର,ମାଧବାନନ୍ଦ ମନ୍ଦିର ର ବଂଶନୁ କ୍ରମିକ ଟ୍ରଷ୍ଟି ପ୍ରଶାନ୍ତ କୁମାର ଗୋସ୍ୱାମୀ, ତ୍ରିଲୋଚନ ବେହେରା, ସୌମ୍ୟକାନ୍ତ ପ୍ରଧାନ ପ୍ରମୁଖ ଙ୍କ ତତ୍ୱାବଧାନ ରେ ପିଠା ବଣ୍ଟନ ଅନୁଷ୍ଠିତ ହୋଇଥିଲା |
ପ୍ରଥମାଷ୍ଟମୀ ପର ଦିନ ତଥା ନବମୀ ଗୁରୁବାର ଦିନ ଠାରୁ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ଭାବେ ଜମାଲାଗି ବେଶ ଏବଂ ନୀତି ଆରମ୍ଭ ହେବ |
ସୂଚନା ଯୋଗ୍ୟ ନିଆଳି ମାଧବ ମାଧବାନନ୍ଦ ମନ୍ଦିରରୁ ମଙ୍ଗଳ ବାର ଦିନ ଶ୍ରୀମନ୍ଦିର ରେ ପହଁଚିଥିଲା ପଡୁଆଁ ଭାର |
ପରମ୍ପରା ଅନୁସାରେ ମାର୍ଗଶିର ମାସ କୃଷ୍ଣ ପକ୍ଷ ଅଷ୍ଟମୀ ତିଥିରେ ପ୍ରଥମାଷ୍ଟମୀ ଭାବେ ପାଳନ କରାଯାଏ |
ଏହି ଅବସରରେ ମହାପ୍ରଭୁ ଙ୍କ ମାମୁଁ ଘର ନିଆଳି ମାଧବ ମାଧବାନନ୍ଦ ମନ୍ଦିରରୁ ମଙ୍ଗଳ ବାର ଦିନ ଦିବା ୩ ଟା ସମୟରେ ଗୁଣ୍ଡିଚା ମନ୍ଦିର ନିକଟରେ ଭାର ପହଂଚିବା ପରେ ସେଠାରୁ ବିଭିନ୍ନ ମେଢ଼, ଘୋଡା, ଓଡିଶୀ ନୃତ୍ୟ, ଗୋଟିପୁଅ ନୃତ୍ୟ,ଲଉଡ଼ି ଖେଳ ଇତ୍ୟାଦି ଶୋଭାଯାତ୍ରା ରେ ଶ୍ରୀମନ୍ଦିର ଅଭିମୁଖେ ପଡୁଆଁ ଭାର ଯାଇ ଶ୍ରୀମନ୍ଦିର ରେ ପହଞ୍ଚିଥିଲା|
ଭାରରେ ମହାପ୍ରଭୁ ଙ୍କ ଉଦେଶ୍ୟରେ ଖଣ୍ଡୁଆ, ଚନ୍ଦନ, ଫୁଲ, ତୁଳସୀ, ବିରି, ମୁଗ, ଚାଉଳ, ଘିଅ, ଫଳ ଇତ୍ୟାଦି ପହଞ୍ଚିଥିଲା |