ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ରାଷ୍ଟ୍ରୀୟ ଗୀତ "ବନ୍ଦେ ମାତରମ୍"ର ୧୫୦ତମ ବାର୍ଷିକୀ ଉପଲକ୍ଷେ ବର୍ଷବ୍ୟାପୀ ସ୍ମାରକୀ ଉତ୍ସବର ଉଦଘାଟନ କରିଛନ୍ତି
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ରାଷ୍ଟ୍ରୀୟ ଗୀତ "ବନ୍ଦେ ମାତରମ୍"ର ୧୫୦ତମ ବାର୍ଷିକୀ ଉପଲକ୍ଷେ ବର୍ଷବ୍ୟାପୀ ସ୍ମାରକୀ ଉତ୍ସବର ଉଦଘାଟନ କରିଛନ୍ତି
"ବନ୍ଦେ ମାତରମ୍"ର ସାରକଥା ହେଉଛି ଭାରତ, ଭାରତ ମାତା ଓ ଭାରତର ଚିରନୁନ ଅବଧାରଣା : ପ୍ରଧାନମନ୍ତ୍ରୀ
ଉପନିବେଶବାଦୀ ଯୁଗରେ, "ବନ୍ଦେ ମାତରମ୍" ଏହି ସଂକଳ୍ପର ଘୋଷଣା ହୋଇଥିଲା ଯେ, ଦେଶ ନିଶ୍ଚୟ ମୁକ୍ତ ହେବ, ଭାରତ ମାତାଙ୍କ ବନ୍ଧନର ଶିଙ୍କୁଳି ଛିନ୍ନ ହେବ ଏବଂ ତ ତାଙ୍କ ସନ୍ଧାନମାନେ ନମାନେ ନିଜ ଭାଗ୍ୟଟ ।ଗ୍ୟର ନିର୍ମାତା ହେବେ : ପ୍ରଧାନମନ୍ତ୍ରୀ
"ବନ୍ଦେ ମାତରମ୍" ଦେଶର ସ୍ବାଧୀନତା ସଂଗ୍ରାମର ସ୍ବର ହୋଇଥିଲା, ଏକ ମନ୍ତ୍ର ଯାହା ପ୍ରତ୍ୟେକ ବିପ୍ଳବୀଙ୍କ ଓଠରେ ପ୍ରତିଧ୍ବନିତ ହୋଇଥୂଲା ଚୂଲା, ଏକ ସ୍ବର ଯାହା ପ୍ରତ୍ୟେକ ପ୍ର ଭାରତୀୟଙ୍କ ଭାବନାକୁ ପ୍ରକାଶ କରିଥିଲା : ପ୍ରଧାନମନ୍ତ୍ରୀ
"ବନ୍ଦେ ମାତରମ୍", ସ୍ବାଧୀନତା ଆନ୍ଦୋଳନର ସହିଦମାନଙ୍କ ଗୀତ ହେବା ସହିତ, ଏକ ଅନନ୍ତି ପ୍ରେରଣାସ୍ରୋତ ଭାବରେ ମଧ୍ୟ କାର୍ଯ୍ୟ କରେ। ଏହା କେବଳ ଆମକୁ ସ୍ବାଧୀନତା କିପରି ହାସଲ କରିଥୂଲୁ ତାହା ମନେ ପକାଇ ଦିଏ ନାହିଁ, ବରଂ ଏହାକୁ କିପରି ରକ୍ଷା କରିବା ଉଚିତ ତାହା ମଧ୍ଯ କୁହେ: ପ୍ରଧାନମନ୍ତ୍ରୀ
ଯେତେବେଳେ ଜାତୀୟ ପତାକା କା ଉତ୍ତୋଳନ କରାଯାଏ, ସେତେବେଳେ ଆମ ହୃଦୟରୁ ସ୍ବତଃସ୍ଫୁର୍ତ୍ତ ଭାବରେ ଉଚ୍ଚାରିତ ହୁଏ: ତା କି ଜୟା!" "ଭାରତ ମାତା
ଏକ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀଠାରେ ରାଷ୍ଟ୍ରୀୟ ଗୀତ 'ବନ୍ଦେ ମାତରମ୍'ର ୧୫୦ତମ ବାର୍ଷିକୀ ପାଳନ ଲାଗି ବର୍ଷବ୍ୟାପୀ ସମାରୋହର ଶୁଭାରମ୍ଭ କରିଛନ୍ତି। ସମାବେଶକୁ ସମ୍ବୋଧୂତ କରି ଶ୍ରୀ ମୋଦୀ କହିଛନ୍ତି ଛନ୍ତି ଯେ, ବନ୍ଦେ ମାତରମ୍ କେବଳ ଏକ ଶବ୍ଦ ଶବ୍ଦ ନୁହେଁ - ଏହା ଏକ ମ । ମନୁ, ଏକ ଶକ୍ତି, ଏକ ସ୍ବପ୍ନ ଏବଂ ଏକ ପବିତ୍ର ସଂକଳ୍ପ। ସେ । ଏହା ମଧ୍ୟ କହିଛନ୍ତି ଛନ୍ତି ଯେ ‘ବନ୍ଦେ ମାତରମ୍' ଭାରତ ମାତାଙ୍କ ପ୍ରତି ଭକ୍ତି ଏବଂ ଆଧ୍ୟାତ୍ମିକ ସମର୍ପଣର ଶର ପ୍ରତୀକ । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଏହି ଶବ୍ଦ ଆମକୁ ଆମକୁ ଆମର ଇତିହାସ । ସହିତ ଯୋଡେ, ଆମର ବର୍ତ୍ତମାନକୁ ଆତ୍ମବିଶ୍ବାସରେ ପରିପୂର୍ଣ୍ଣ କରେ ଏବଂ ଆମର । ଭବିଷ୍ୟତକୁ ଏହି ବିଶ୍ବାସ କରିବାର ସାହସ ଦି ଦିଏ ଯେ, କୌଣସି ସଂକଳ୍ପ ପୂରଣ କରିବା ଅସମ୍ଭବ ନୁହେଁ, କୌଣସି ଲକ୍ଷ୍ୟ ଆମ ପାଇଁ ଅପହଞ୍ଚ ନୁହେଁ।
'ବନ୍ଦେ ମାତରମ୍'ର ସାମୂହିକ ଗାନକୁ ଅଭିବ୍ୟକ୍ତିର ସୀମା ବାହାରେ ଏକ ପ୍ରକୃତ ଅନନ୍ୟ ଅଭିଜ୍ଞତା ଭାବରେ ବର୍ଣ୍ଣନା କରି ଶ୍ରୀ ମୋଦୀ କହିଛନ୍ତି ଯେ, ଅନେକ ସ୍ବର ମଧ୍ୟରେ ଏକ ଅନନ୍ୟ ତାଳର ଉଦ୍ଭବ ହୋଇଥିଲା, ଏକ ଏକୀକୃତ ସ୍ବର, ଏକ ସହଭାଗୀ ରୋମାଞ୍ଚ ମାଞ୍ଚ ଏବଂ ଏକ ଅବିଚ୍ଛିନ୍ନ ପ୍ରବାହ ଦେଖାଦେଇଥିଲା । ସେ ସେ ସେହି ସ୍ବରସମୂହ ଓ ସମନ୍ବୟର ତରଙ୍ଗ ବିଷୟରେ କହିଲେ, ଯାହା ହୃଦୟକୁ ଉତ୍ସାହ ଓ ଶକ୍ତିରେ ଭରିଦେଇଥିଲା । ପ୍ରଧାନମନ୍ତ୍ରୀ କହିଥିଲେ ଯେ ନଭେମ୍ବର ୭ ତାରିଖ ଏକ ଐତିହାସିକ ଦିନ, କାରଣ ଦେଶ ‘ବନ୍ଦେ ମାତରମ୍'ର ୧୫୦ ବର୍ଷ ପାଳନ କରୁଛି। ସେ କହିଥିଲେ ଯେ, ଏହି ପବିତ୍ର ଅବସର ଆମର ନାଗରିକମାନଙ୍କୁ ନୂତନ ପ୍ରେରଣା ଏବଂ ଶକ୍ତି ପ୍ରଦାନ କରିବ। ଇତିହାସର ପୃଷ୍ଠାରେ ଏହି ଦିନକୁ ସ୍ମରଣ କରିବା ପାଇଁ, ‘ବନ୍ଦେ ମାତରମ୍' ପାଇଁ ଏକ ବିଶେଷ ସ୍ମାରକୀ ମୁଦ୍ରା ଏବଂ ଡାକ ଟିକେଟ୍ ଜାରି କରାଯାଇଛି। ଭାରତ ମାତାଙ୍କୁ ନିଜର ଜୀବନ ଉତ୍ସର୍ଗ କରିଥିବା ଭାରତର ସମସ୍ତ ବୀର ଏବଂ ମହାନ ବ୍ୟକ୍ତିତ୍ବଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ଶ୍ରୀ ମୋଦୀ ଉପସ୍ଥିତ ସମସ୍ତଙ୍କୁ ଅଭିବାଦନ ଜଣାଇଥିଲେ ଏବଂ ବନ୍ଦେ ମାତରମର ୧୫୦ ବର୍ଷ ପୂରଣ ପାଇଁ ପ୍ରତ୍ୟେକ ନାଗରିକଙ୍କୁ ତାଙ୍କର ଶୁଭେଚ୍ଛା ଜଣାଇଥିଲେ।