୧୫ ତମ ଉପରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ
ପୋନୁସାମୀ ରାଧାକ୍ରିଷ୍ଣନ ଶୁକ୍ରବାର ଦିନ ଭାରତର ୧୫ତମ ଉପରାଷ୍ଟ୍ରପତି ଭାବରେ ଶପଥ ଗ୍ରହଣ କରିଥିଲେ।
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ଭବନରେ ସି ପି ରାଧାକ୍ରିଷ୍ଣନଙ୍କୁ ଶପଥ ପାଠ କରାଇଥିଲେ।
ସି ପି ରାଧାକ୍ରିଷ୍ଣନ ମଙ୍ଗଳବାର ଦିନ ଉପରାଷ୍ଟ୍ରପତି ନିର୍ବାଚନରେ ମିଳିତ ବିରୋଧୀ ପ୍ରାର୍ଥୀ ବି ସୁଦର୍ଶନ ରେଡ୍ଡୀଙ୍କୁ ୧୫୨ ଭୋଟ ବ୍ୟବଧାନରେ ପରାସ୍ତ କରି ବିଜୟୀ ହୋଇଥିଲେ।
ସ୍ୱାସ୍ଥ୍ୟ ସମସ୍ୟା ପାଇଁ ଜୁଲାଇ ୨୧ ତାରିଖରେ ତତ୍କାଳୀନ ଉପ ରାଷ୍ଟ୍ରପତି ଜଗଦୀପ ଧନକରଙ୍କ ହଠାତ୍ ଇସ୍ତଫା ଯୋଗୁଁ ଏହି ନିର୍ବାଚନ ଜରୁରୀ ହୋଇପଡ଼ିଥିଲା।