ପ୍ରଧାନମନ୍ତ୍ରୀଙ୍କ ସହ ଟେଲିଫୋନରେ ଆଲୋଚନା କଲେ ଇସ୍ରାଏଲ ପ୍ରଧାନମନ୍ତ୍ରୀ

Dec 11, 2025 - 14:45
 6
ପ୍ରଧାନମନ୍ତ୍ରୀଙ୍କ ସହ ଟେଲିଫୋନରେ ଆଲୋଚନା କଲେ ଇସ୍ରାଏଲ ପ୍ରଧାନମନ୍ତ୍ରୀ

.ଭାରତ-ଇସ୍ରାଏଲ ତ-ଇସ୍ରାଏଲ ରଣନୀତିକ ସହଭାଗିତାକୁ ସୁଦୃଢ଼ କରିବାକୁ ଦୁଇ ନେତାଙ୍କ ଆଲୋଚନା

.ଆତଙ୍କବାଦ ପ୍ରସଙ୍ଗରେ ଶୂନ୍ୟ ସହନଶୀଳତା ପାଇଁ ଉଭୟ ନେତା ସ‌ହମତ

.ପଶ୍ଚିମ ଏସିଆ ଏସିଆ ଅଞ୍ଚଳରେ ନ୍ୟାୟପୂର୍ଣ୍ଣ ଓ ସ୍ଥାୟୀ ଶାନ୍ତି ପ୍ରତିଷ୍ଠା ପାଇଁ ଭାରତର ସମର୍ଥନ ପାଇଁ ପ୍ରଧାନମନ୍ତ୍ରୀଙ୍କ ପ୍ରତିଶ୍ରୁତି

୧୦ ଡିସେମ୍ବର ୨୦୨୫: ପିଆଇବି ଦିଲ୍ଲୀ

ଇସ୍ରାଏଲ ଏଲର ପ୍ରଧାନମନ୍ତ୍ରୀ ମହାମହିମ ବେଞ୍ଜାମିନ ନେତନ୍ୟାହୁଙ୍କ ଠାରୁ ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦ ମାଦୀ ଫୋନ୍ କଲ୍ ପାଇଥିଲେ ।

ଭାରତ-ଇସ୍ରାଏଲ ରଣନୀତିକ ସହଭାଗିତାରେ ହେଉଥ‌ିବା ଅଗ୍ରଗତିରେ ଉଭୟ ନେତା ସନ୍ତୋଷ ପ୍ରକାଶ କରିଥିଲେ ଏବଂ ପାରସ୍ପରିକ ଲାଭ ପାଇଁ ଏହି ସମ୍ପର୍କକୁ ଅଧୂକ ସୁଦୃଢ଼ କରିବାକୁ ସେମାନେ ପ୍ରତିବଦ୍ଧତା ଦୋହରାଇଥିଲେ ।

ଆତଙ୍କବାଦକୁ ଉଭୟ ନେତା କଠୋର ସମାଲୋଚନା କରିଥିଲେ ଏବଂ ଆତଙ୍କବାଦର ଯେକୌଣସି ସ୍ବରୂପ ପ୍ରତି ଶୂନ୍ୟ ସହନଶୀଳତା ଆଭିମୁଖ୍ୟକୁ ଦୋହରାଇଥିଲେ ।

ପଶ୍ଚିମ ଏସିଆ ପ୍ରସଙ୍ଗରେ ମଧ୍ୟ ସେମାନେ ମତ ବିନିମୟ କରିଥିଲେ । ଏହି ଅଞ୍ଚଳରେ ନ୍ୟାୟପୂର୍ଣ୍ନ ଓ ସ୍ଥାୟୀ ଶାନ୍ତି ପ୍ରତିଷ୍ଠା ପାଇଁ ପ୍ରଚେଷ୍ଟାକୁ ଭାରତର ସମର୍ଥନ ପାଇଁ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ପ୍ରତିଶ୍ରୁତି ଦେଇଥିଲେ । ଏଥିସହ ଗାଜା ଶାନ୍ତି ଚୁକ୍ତିକୁ ତୁରନୁ ଲାଗୁ ପାଇଁ ମଧ୍ୟ ମତ ଦେଇଥିଲେ ।

ନିୟମିତ ସମ୍ପର୍କରେ ରହିବାକୁ ଦୁଇ ନେତା ସହମତ ହୋଇଥିଲେ ।