"ବାଷ୍ପୀ ।ଷ୍ପୀତ୍ର ଯନ୍ତ୍ରର ସୁରକ୍ଷିତ ପରିଚାଳନା" ବିଷୟରେ ରାଜ୍ୟସ୍ତରୀୟ ପ୍ରଶିକ୍ଷଣ କର୍ମଶାଳା ଆୟୋଜିତ

Dec 11, 2025 - 17:08
 7
"ବାଷ୍ପୀ ।ଷ୍ପୀତ୍ର ଯନ୍ତ୍ରର ସୁରକ୍ଷିତ ପରିଚାଳନା" ବିଷୟରେ ରାଜ୍ୟସ୍ତରୀୟ ପ୍ରଶିକ୍ଷଣ କର୍ମଶାଳା ଆୟୋଜିତ

ଭୁବନେଶ୍ବର, ୧୧ ଡିସେମ୍ବର ୨୦୨୫

ରାଜ୍ୟ ସରକାରଙ୍କ ଶ୍ରମିକ ସୁରକ୍ଷା ଓ କାରଖାନାରେ ସୁରକ୍ଷିତ କାର୍ଯ୍ୟସ୍ଥଳୀ ସୃଷ୍ଟି ପ୍ରତିବଦ୍ଧତାର ଅଂଶ ଭାବେ, ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗର ଅନୁମୋଦନକ୍ରମେ କାରଖାନା ଏବଂ ବାଷ୍ପୀତ୍ର ନିର୍ଦ୍ଦେଶାଳୟ ପକ୍ଷରୁ ବାଷ୍ପୀତ୍ର ଯନ୍ତ୍ରର ସୁରକ୍ଷିତ ପରିଚାଳନା ନିମନ୍ତେ ନିୟୋଜିତ ସ୍ବୀକୃତପ୍ରାପ୍ତ ବାଷ୍ପୀତ୍ର ପରିଚାଳକଙ୍କୁ ନେଇ ଏକ ରାଜ୍ୟସ୍ତରୀୟ ବୈଷୟିକ ପ୍ରଶିକ୍ଷଣ କର୍ମଶାଳା ଆୟୋଜିତ ହୋଇଥିଲା।

ରାଜ୍ୟ ଶ୍ରମ ପ୍ରତିଷ୍ଠାନ, ଭୁବନେଶ୍ଵରର ସମ୍ମିଳନୀ କକ୍ଷରେ ଆୟୋଜିତ ଏହି ପ୍ରଶିକ୍ଷଣରେ ବିଭିନ୍ନ କାରଖାନାର ସ୍ୱୀକୃତିପ୍ରାପ୍ତ ବାଷ୍ପୀତ୍ର ପରିଚାଳକ ଓ ସୁରକ୍ଷା ଅଧିକାରୀମାନେ ଯୋଗଦେଇଥିଲେ | ବାଷ୍ପୀତ୍ର ଯନ୍ତ୍ର ସଞ୍ଚାଳନ ସମୟରେ ସୁରକ୍ଷା, ସଠିକ୍ ପରିଚାଳନ ଓ ଦୁର୍ଘଟଣା ପ୍ରତିରୋଧ ସମ୍ବନ୍ଧୀୟ ଜ୍ଞାନ ଓ କୌଶଳବିକାଶ ହେଉଛି ଏହି କର୍ମଶାଳାର ପ୍ରମୁଖ ଉଦ୍ଦେଶ୍ୟ । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା କାରଖାନା ଏବଂ ବାଷ୍ପୀତ୍ର ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ଶକ ଶ୍ରୀ ଇନ୍ଦ୍ରମଣି ତ୍ରିପାଠୀ ତାଙ୍କ ଉଦ୍ବୋଧନରେ କହିଥିଲେ ଯେ "ବାଷ୍ପୀତ୍ର ପରିଚାଳକମାନେ ସଞ୍ଚାଳନାଜନିତ ତ୍ରୁଟି କିମ୍ବା ସନ୍ଦିଗ୍ଧ ସମସ୍ୟାକୁ ତ୍ବରିତ ଉଚ୍ଚ ଅଧୂକ ଧୂକାରୀଙ୍କୁ ଅବଗତ କଲେ ଏବଂ ସମୟ ବ୍ୟବଧାନରେ ମରାମତି କରାଇଲେ, ବାଷ୍ପୀତ୍ର ଦୁର୍ଘଟଣାକୁ ପୂର୍ଣ୍ଣ ଭାବେ ବେ ପ୍ରତିହତ କରିପାରିବେ ।"

ଏହି କର୍ମଶାଳାରେ ଉପନିର୍ଦ୍ଦେଶକ (ସୁରକ୍ଷା) ଡଃ ମଳୟ କୁମାର ପ୍ରଧାନ, କଟକ ଡି ଭିଜନର ଉପନିର୍ଦ୍ଦେଶକ ଶ୍ରୀ ମନୋଜ କୁମାର ପଣ୍ଡା, ଭୁବନେଶ୍ୱର ଜୋନ୍ —୨ ସହନିର୍ଦ୍ଦେଶକ ଶ୍ରୀ ଚନ୍ଦ୍ରକାନ୍ତ ଦଳାଇ, ଢେଙ୍କାନାଳ ଜୋନ୍‌ ସହନିର୍ଦ୍ଦେଶକ ଶ୍ରୀ ବିଶ୍ବଜିତ ପାଣିଗ୍ରାହୀ ସହ ସମ୍ବ ସମ୍ବନ୍ଧିତ ବିଭାଗର ବିଭିନ୍ନ ଅଧୂକାରୀମାନେ ଯୋଗଦେଇ ବାଷ୍ପୀତ୍ର ଯନ୍ତ୍ରର ସୁରକ୍ଷା ମାନକ, ବିଶ୍ଳେଷଣ, ରକ୍ଷାଣାବେକ୍ଷଣ ଓ ପ୍ରା ପ୍ରାକଟିକାଲ୍ ପ୍ରୋଟୋକଲ ବିଷୟରେ ଗଭୀର ଆଲୋଚନା କରିଥିଲେ । ସନ୍ଧ୍ୟାରେ ଆୟୋଜିତ ଉଦଯାପନୀ ସମାରୋହରେ ପ୍ରତିଷ୍ଠାନ ପକ୍ଷରୁ ମୋଟ ୬୨ ଜଣ ସ୍ବୀକୃତିପ୍ରାପ୍ତ ସୁରକ୍ଷା ଅଧିକାରୀଙ୍କୁ ପ୍ରଶିକ୍ଷଣ ପ୍ରମାଣପତ୍ର ବିତରଣ କରାଯାଇଥିଲ

ଏହି କର୍ମଶାଳା ଦ୍ବାରା ରାଜ୍ୟରେ ବାଷ୍ପୀତ୍ର ଯନ୍ତ୍ର ପରିଚାଳନାର ସୁରକ୍ଷା ବୃଦ୍ଧି ପାଇବା ସହ ଶ୍ରମିକ ସୁରକ୍ଷା ବ୍ୟବସ୍ଥା ପୁନର୍ବଳିତ ହେବାର ଆଶା ରହିଛି।