ପ୍ରବଳ ଘନକୁହୁଡ଼ି ଯୋଗୁ ରାଜଧାନୀରେ ବିମାନ ଏବଂ ରେଳ ଚଳାଚଳ ପ୍ରଭାବିତ
ନୂଆଦିଲ୍ଲୀ: ପ୍ରବଳ ଘନକୁହୁଡ଼ି ସାଙ୍ଗକୁ ଏବେ ବର୍ଷାରେ ପ୍ରଭାବିତ ହୋଇଛନ୍ତି ରାଜଧାନୀବାସୀ। ଗୁରୁବାର ଦିନ ଦିଲ୍ଲୀ-ଏନସିଆରରେ ପ୍ରବଳ ବର୍ଷା ଓ ବଜ୍ରପାତ ହୋଇଛି। ବୁଧବାର ଏବଂ ଗୁରୁବାର ମଧ୍ୟରାତ୍ରିରେ ଉତ୍ତର ଭାରତର ଅନ୍ୟାନ୍ୟ ସହରରେ ମଧ୍ୟ ପ୍ରବଳ ବର୍ଷା ହୋଇଥିବା ସୂଚନା ରହିଛି। ଭାରତ ପାଣିପାଗ ବିଭାଗ ଅନୁଯାୟୀ ଦିଲ୍ଲୀ ଏବଂ ଭାରତର ଅନ୍ୟାନ୍ୟ ଅଞ୍ଚଳରେ ହାଲୁକାରୁ ମଧ୍ୟମ ଧରଣର ବୃଷ୍ଟିପାତ ଜାରି ରହିବ। ଜାତୀୟ ରାଜଧାନୀ ଆଜି ସକାଳେ ସର୍ବନିମ୍ନ ତାପମାତ୍ରା ୭.୩ ଡିଗ୍ରୀ ସେଲସିୟସ ରେକର୍ଡ କରିଛି, ଯାହା ସାଧାରଣଠାରୁ ଏକ ଡିଗ୍ରୀ ତଳେ ରହିଛି। ବୁଧବାର ଦିନ ସର୍ବାଧିକ ତାପମାତ୍ରା ୧୮.୬ ଡିଗ୍ରୀ ସେଲସିୟସ ଥିଲା, ଯାହା ସାଧାରଣ ତାପମାତ୍ରାଠାରୁ ଚାରି ଡିଗ୍ରୀ ତଳେ ଥିଲା। ଆଇଏମଡି ନିଜ ପୋଷ୍ଟରେ କହିଛି ଯେ ପଶ୍ଚିମ ହିମାଳୟ ଅଞ୍ଚଳରେ (ଜମ୍ମୁ କଶ୍ମୀର, ଲଦାଖ, ହିମାଚଳ ପ୍ରଦେଶ ଏବଂ ଉତ୍ତରପ୍ରଦେଶ) ମଧ୍ୟମ ଧରଣର ବର୍ଷା ହୋଇଯାଇଛି। ଖରାପ ପାଗ ଯୋଗୁ ବିମାନ ଏବଂ ରେଳ ଚଳାଚଳ ବେଶ୍ ପ୍ରଭାବିତ ହୋଇଛି। ରେଳବାଇ ଅନୁଯାୟୀ ଦେଶର ବିଭିନ୍ନ ସ୍ଥାନରୁ ଦିଲ୍ଲୀ ଆସୁଥିବା ଅନେକ ଟ୍ରେନ୍ ବିଳମ୍ବରେ ଚାଲୁଛି।