ବଂଶବାଦ ରାଜନୀତିରେ ଥରୁର ଯାହା କୁହନ୍ତି...
“ଭାରତୀୟ ରାଜନୀତି এ ପାରିବାରିକ ବ୍ୟବସାୟ” ଶୀର୍ଷକ ଏକ ଲେଖାରେ ଥରୁର କହିଛନ୍ତି ଯେ, ଗୋଟିଏ ପରିବାର ଦଶନ୍ଧି ଧରି ଭାରତୀୟ ରାଜନୀତିରେ ପ୍ରାଧାନ୍ୟ ବିସ୍ତାର କରିଆସିଛି ଏବଂ ନେହେରୁ-ଗାନ୍ଧୀ ପରିବାରର ପ୍ରଭାବ ଭାରତର ସ୍ବାଧୀନତା ସଂଗ୍ରାମର ଇତିହାସ ସହିତ ଜଡିତ। ସେ କହିଛନ୍ତି ଯେ, “ରାଜନୈତିକ ନେତୃତ୍ୱ ଜନ୍ମଗତ ଅଧୂକାର ହୋଇପାରେ ବୋଲି ଧାରଣା ସ୍ଥାପିତ ହୋଇଛି। ଛି। ଏହି ଧାରଣା ପ୍ରତ୍ଯେକ ଦଳ, ପ୍ରତ୍ୟେକ ଅଞ୍ଚଳ ଏବଂ ଭାରତୀୟ ରାଜନୀତିର ପ୍ରତ୍ୟେକ ସ୍ବରରେ ବ୍ୟାପି ରହିଛି।”
ସେ ଉଲ୍ଲେଖ କରିଛନ୍ତି ଯେ, ବିଜୁ ପଟ୍ଟନାୟକଙ୍କ ମୃତ୍ୟୁ ପରେ ପୁଅ ନବୀନ ପିତାଙ୍କ ଖାଲିଥିବା ଲୋକସଭା ଆସନରେ ବିଜୟୀ ହୋଇଥିଲେ। ମହାରାଷ୍ଟ୍ରରେ ଷ୍ଟ୍ରରେ ଶିବସେନା ପ୍ରତିଷ୍ଠାତା ବାଲ୍ ଠା ଠାକରେ ତାଙ୍କ ପୁଅ ଉଦ୍ଧବ ଠାକରେଙ୍କୁ ଏହି ପଦବୀ ହସ୍ତାନ୍ତର ଧୂଲେ, ଏବଂ ଏବେ ଉଦ୍ଧବଙ୍କ ପୁଅ ଆଦିତ୍ୟ ମଧ୍ୟ କରିଥୂଳେ ଅପେକ୍ଷା ଧ୍ୟାରେ ଅଛନ୍ତି।
ରାଜନୈତିକ ବଂଶବାଦର ଉଦାହରଣ ଦେଇ ସେ କହିଛନ୍ତି ଯେ, "ସମାଜବାଦୀ ପାର୍ଟିର ପ୍ରତିଷ୍ଠାତା ତଥା ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ମୁଲାୟମ ସିଂହ ଯାଦବଙ୍କ ପୁଅ ଅଖୂଳେଶ ଯାଦବ ସମାନ ପଦବୀରେ ରହିଥିଲେ, ସେମାନଙ୍କ ପାଇଁ ମଧ୍ୟ ସମାନ କଥା ପ୍ରଯୁଜ୍ୟ। ଅଖୂଳେଶ ବର୍ତମାନ ସାଂସଦ ଏବଂ ଦଳର ଅଧ୍ୟକ୍ଷ। ବିହାରରେ ଲୋକ ଜନଶକ୍ତି ପାର୍ଟିର ନେତା ରାମବିଳାସ ପାସୱାନଙ୍କ ମୃତ୍ୟୁ ପରେ ତାଙ୍କ ପୁଅ ଚିରାଗ ପାସୱାନ ଦଳର ଦାୟିତ୍ଵ ଗ୍ରହଣ କରିଥିଲେ।
ସେ ଜମ୍ମୁ ଏବଂ କାଶ୍ମୀର, ତେଲେଙ୍ଗାନା, ପଞ୍ଜାବ ଏବଂ ତାମିଲନାଡୁରେ ବଂଶବାଦ ରାଜନୀତିର ଉଦାହରଣ ଦେଇଥିଲେ। ସାଂସଦ ଶଶି ଥରୁର ମଧ୍ୟ ଯୁକ୍ତି ଦେଇଥିଲେ ଯେ, ଏହା (ବଂଶବାଦ ରାଜନୀତି) କେବଳ କିଛି ପ୍ରମୁଖ ପରିବାର ମଧ୍ୟରେ ସୀମିତ ନୁହେଁ, ବରଂ ଗ୍ରାମ ପଞ୍ଚାୟତରୁ ସଂସଦ ପର୍ଯ୍ୟନ୍ତ ଭାରତୀୟ ଶାସନର ଢାଞ୍ଚାରେ ଗଭୀର ଭାବରେ ନିହିତ ଅଛି।
ପାକିସ୍ତାନରେ ଭୁଟୋ ଏବଂ ସରିଫ ପରିବାର, ବାଂଲାଦେଶରେ ଶେଖ ଏବଂ ଜିଆ ପରିବାର ଏବଂ ଶ୍ରୀଲଙ୍କାରେ ଭଣ୍ଡାରନାୟକେ ଏବଂ ରାଜପକ୍ଷେ ପରିବାରର ଉଲ୍ଲେଖ କରି ସେ କହିଛନ୍ତି ଯେ, “ସତ୍ୟ କହିବାକୁ ଗଲେ, ଏହି ପ୍ରକାରର ବଂଶବାଦ ରାଜନୀତି ସମଗ୍ର ଭାରତୀୟ ଉପମହାଦେଶରେ ପ୍ରଚଳିତ।”
‘ବଂଶବାଦ – ରାଜନୀତି ଭାରତୀୟ ଗଣତନ୍ତ୍ର ପାଇଁ ଏକ ଗମ୍ଭୀର ବିପଦ’
ଥରୁର ଗୁରୁତ୍ବାରୋପ କରିଥିଲେ ଯେ, ବଂଶବାଦୀ ରାଜନୀତି ଭାରତୀୟ ଗଣତନ୍ତ୍ର ପାଇଁ ଏକ ଗମ୍ଭୀର ବିପଦ ସୃଷ୍ଟି କରେ। ସେ କହିଥିଲେ, “ଯେତେବେଳେ ରାଜନୈତିକ କ୍ଷମତା ଦକ୍ଷତା, ପ୍ରତିବଦ୍ଧତା କିମ୍ବା ତୃଣମୂଳ ସ୍ତରରେ ନିୟୋଜିତ ହେବା ଅପେକ୍ଷା ବଂଶ ଦ୍ବାରା ନିର୍ଣ୍ଣୟ କରାଯାଏ, ସେତେବେଳେ ଶାସନର ଗୁଣବତ୍ତା କ୍ଷତିଗ୍ରସ୍ତ ହୁଏ।"