ଶିକ୍ଷୟିତ୍ରୀଙ୍କ ବର୍ବର କାଣ୍ଡ
ମହାରାଷ୍ଟ୍ରର : ମହାରାଷ୍ଟ୍ରର ଥାନେ ଅଞ୍ଚଳରେ ଘଟିଛି ଅଭାବନୀୟ ଘଟଣା । ଶିକ୍ଷୟିତ୍ରୀଙ୍କ ବର୍ବର କାଣ୍ଡ । ସାମାନ୍ୟ ଭୁଲ ପାଇଁ ନାବାଳିକାଙ୍କୁ ପାଇପ୍ରେ ନିର୍ଧୂମ ପିଟୁଥିଲେ ଶିକ୍ଷୟତ୍ରୀ। ସୂଚନା ଅନୁଯାୟୀ , ୩୩ ବର୍ଷୀୟା ଶିକ୍ଷୟିତ୍ରୀ ନିଜ ଛୋଟ ଛୁଆର ଯତ୍ନ ନେବାକୁ ଜଣେ ୧୧ ବର୍ଷୀୟା ନାବାଳିକାକୁ ନିଜ ଘରେ ରଖିଥିଲେ। ସେ ସ୍କୁଲ ଚାଲି ଯିବା ପରେ ପିଲାଟିର ସମ୍ପୂର୍ଣ୍ଣ ଦାୟିତ୍ୱ ନାବାଳିକା ବୁଝୁଥିଲେ। ଶିକ୍ଷୟିତ୍ରୀଜଣକ ଘରକୁ ଫେରିଲେ, ନାବାଳିକାଙ୍କ ଉପରେ ବିନା କାରଣରେ ଅତ୍ୟାଚାର ଆରମ୍ଭ କରୁଥିଲେ। ତାଙ୍କର ସାମାନ୍ୟ ଭୁଲ୍ ଦେଖିଲେ ଶିକ୍ଷୟିତ୍ରୀଜଣକ ତାକୁ ପିଟିବାକୁ ପଛାଉ ନ ଥିଲେ। ଏପରିକି ଦିନ ସାରା ଭୋକିଲା ରଖୁଥିବା ବେଳେ ପ୍ରବଳ କାମ କରାଉଥିଲେ। ନାବାଳିକାଜଣକ କାଳେ ସବୁ କଥା ବାହାରେ ପ୍ରଘଟ କରିଦେବ ସେଥିପାଇଁ ସେ ତାକୁ ବାହାରକୁ ବି ଛାଡ଼ୁ ନ ଥିଲେ। ଘରେ ଏକ ପ୍ରକାର ବନ୍ଦୀ କରି ରଖୁଥିଲେ।ଉକ୍ତ ବିଲ୍ଡିଂକୁ କାମ କରିବାକୁ ଯାଉଥିବା ଅନ୍ୟ ମହିଳାମାନେ ଏ ସମ୍ପର୍କରେ ଖବର ପାଇ ପୁଲିସ୍କୁ ସୂଚନା ଦେଇଥିଲେ। ଏହାପରେ ପୁଲିସ୍ ତୁରନ୍ତ ନାବାଳିକାଙ୍କୁ ଉଦ୍ଧାର କରିଛି। ପୁଲିସ୍ ଏହି ମାମଲାର ତଦନ୍ତ କରୁଥିବା ବେଳେ କାହାକୁ ଗିରଫ କରି ନ ଥିବା ଜଣାଯାଇଛି।