ବନ୍ଧକମୁକୁ ଋଣ ପାଇଁ କ୍ୟାବିନେଟର ଅନୁମୋଦନ...
20,000 କୋଟି ଟଙ୍କା ପର୍ଯ୍ୟନ୍ତ ବନ୍ଧକମୁକୁ ଋଣ ସହାୟତା ପାଇଁ କରିଛି ପରିକଳ୍ପନା
ଏନସିଜିଟିସି ମାଧ୍ଯମରେ 100% ଋଣ ଗ୍ୟାରେଣ୍ଟି
ଏମଏସଏମଇ ଏବଂ ଅଣ-ଏମଏସଏମଇ ରପ୍ତାନିକାରୀ ଉଭୟଙ୍କୁ ଲାଭପହଞ୍ଚାଇବ
ସିଜିଏସଇ ଭାରତୀୟ ରପ୍ତାନିକାରୀଙ୍କ ପାଇଁ ନଗଦ ଉପଲବ୍ଧତା, ବଜାର ବିବିଧତା, ନିଯୁକ୍ତି ଏବଂ ବିଶ୍ୱସ୍ତରୀୟ ପ୍ରତିଯୋଗିତାକୁ ବୃଦ୍ଧି କରିବ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ଆଜି ରପ୍ତାନିକାରୀଙ୍କ ପାଇଁ ଋଣ ଗ୍ୟାରେଣ୍ଟି ଯୋଜନା (ସିଜିଏସଇ) ଆରମ୍ଭ କରିବାକୁ ଅନୁମୋଦନ କରିଛି। ଏହା ନ୍ୟାସନାଲ୍ ଋଣ ଗ୍ୟାରେଣ୍ଟି ଟ୍ରଷ୍ଟି କମ୍ପାନୀ ଲିମିଟେଡ୍ (ଏନସିଜିଟିସି) ଦ୍ବାରା ସଦସ୍ୟ ଋଣ ପ୍ରଦାନକାରୀ ସଂସ୍ଥା (ଏମଏଲଆଇଁ)କୁ 100% ଋଣ ଗ୍ୟାରେଣ୍ଟି କଭରେଜ୍ ପ୍ରଦାନ କରିବ ଯାହା ଦ୍ବାରା ଯୋଗ୍ୟ ରପ୍ତାନିକାରୀଙ୍କୁ 20,000 କୋଟି ଟଙ୍କା ପର୍ଯ୍ୟନ୍ତ ଅତିରିକୁ ଋଣ ସୁବିଧା ପ୍ରଦାନ କର ରାଯାଇପାରିବ । ରପ୍ତାନିକାରୀଙ୍କ ମଧ୍ୟରେ ଏମଏସଏମଇଗୁଡ଼ିକ ମଧ୍ୟ ସାମିଲ ରହିବେ।
କାର୍ଯ୍ୟକାରିତା ରଣନୀତି ଏବଂ ଲକ୍ଷ୍ୟ:
ଆର୍ଥିକ ସେବା ବିଭାଗ (ଡିଏଫଏସ) ଜାତୀୟ ଋଣ ଗ୍ୟାରେଣ୍ଟି ଟ୍ରଷ୍ଟି କମ୍ପାନୀ ଲିମିଟେଡ୍ (ଏନସିଜିଟିସି) ମାଧ୍ଯମରେ ଏହି ଯୋଜନା କାର୍ଯ୍ୟକାରୀ କରିବ। ଏହାଦ୍ବାରା ଏମଏଲଆଇଗୁଡ଼ିକ ଏମଏସଏମଇ ସମେତ ଯୋଗ୍ୟ ରପ୍ତାନିକାରୀଙ୍କୁ, ଅତିରିକୁ ଋଣ ସହାୟତା ପ୍ରଦାନ ଦାନ କରିବାକୁ ସକ୍ଷମ ହୋଇପାରିବେ । ଡିଏଫଏସ ସଚିବଙ୍କ ଅଧ୍ୟକ୍ଷତାରେ ଏକ ପରିଚାଳନା ନା କମିଟି ଯୋଜନାର ପ୍ରଗତି ଏବଂ କାର୍ଯ୍ୟକାରିତା ତଦାରଖ କରିବ।
ପ୍ରମୁଖ ପ୍ରଭାବ:
ଏହି ଯୋଜନା ଭାରତୀୟ ରପ୍ତାନିକାରୀଙ୍କ ବିଶ୍ବସ୍ତରୀୟ ପ୍ରତିଯୋଗିତାକୁ ବୃଦ୍ଧି କରିବ ଏବଂ ନୂତନ ଓ ଉଦୀୟମାନ ବଜାରରେ ବିବିଧତାକୁ ସହଜ କରିବ ବୋଲି ଲି ଆଶା କରାଯାଉଛି । ସିଜିଏସଇ ଅଧୀନରେ ସଂପତ୍ତାମୁକ୍ତ ଋଣ ପ୍ରଦାନ କରି, ଏହି ଯୋଜନା ନଗଦ ନଗଦ ଉପଲବ୍ଧତାକୁ ସୁଦୃଢ଼ କରିବ, ସୁଗମ ବ୍ୟବସାୟିକ କାର୍ଯ୍ୟ ସୁନିଶ୍ଚିତ କରିବ ଏବଂ 1 ଟ୍ରିଲିୟନ ଆମେର୍ରିକୀୟ ଡଲାର ରପ୍ତାନି ଲକ୍ଷ୍ୟ ହାସଲ କରିବା ଦିଗରେ ଭାରତର ପ୍ରଗତିକୁ ସୁଦୃ ସୁଦୃଢ଼ କରିବ। ଏହା ଆତ୍ମନିର୍ଭର ଭାରତ ଦିଗରେ ଦେଶର ଯାତ୍ରାକୁ ଆହୁରି ମଜବୁତ କରିବ।