ବନ୍ୟା ପ୍ରଭାବିତ ଅଞ୍ଚଳରେ ପ୍ରାଣୀସୁରକ୍ଷାକୁ ପ୍ରାଥମିକତା ଦେଇଛନ୍ତି ସରକାର...

Aug 1, 2026 - 20:34
 8
ବନ୍ୟା ପ୍ରଭାବିତ ଅଞ୍ଚଳରେ ପ୍ରାଣୀସୁରକ୍ଷାକୁ ପ୍ରାଥମିକତା ଦେଇଛନ୍ତି ସରକାର...

୫୮ ଟି ରାପିଡ୍ ରେସପନ୍ସ ଟିମ ଏବଂ ୨୪୫ ଟି ପ୍ରାଣୀ ଚିକିତ୍ସା ଶିବିର ଆୟୋଜନ

ସହାୟତା ପାଇଁ କଣ୍ଟ୍ରୋଲ୍ ରୁମ୍ ନମ୍ବର୍ ୭୨୦୫୫୯୮୧୨୫ ଜାରି 

ବନ୍ୟା ପ୍ରଭାବିତ ଅଞ୍ଚଳରେ ପ୍ରାଣୀସୁରକ୍ଷାକୁ ପ୍ରାଥମିକତା ଦିଆଯାଉଛି । ପ୍ରାଣିପାଳକଙ୍କୁ ସହାୟତା ଯୋଗାଇ ଦେବା ପାଇଁ ମତ୍ସ୍ୟ ଓ ପ୍ରାଣିସମ୍ପଦ ବିକାଶ ବିଭାଗ ପକ୍ଷରୁ କଣ୍ଟ୍ରୋଲ୍ ରୁମ୍ ନମ୍ବର୍ ୭୨୦୫୫୯୮୧୨୫ ଜାରି କରାଯାଇଛି । 

ବନ୍ୟା ପରିସ୍ଥିତି ସମୟରେ ଗୃହପାଳିତ ପ୍ରାଣୀଙ୍କ ସୁରକ୍ଷା, ଗୋ-ଖାଦ୍ୟ ଯୋଗାଣ ଓ ଚିକିତ୍ସା ସମ୍ବନ୍ଧୀୟ ସହାୟତା ପାଇଁ କଣ୍ଟ୍ରୋଲ ରୁମ୍ ନମ୍ବରରେ ସକାଳ ୮ରୁ ରାତି ୮ ମଧ୍ୟରେ ପ୍ରାଣିପାଳକମାନେ ଯୋଗାଯୋଗ କରିପାରିବେ । 

ବନ୍ୟାକୁ ଦୃଷ୍ଟିରେ ରଖି ପ୍ରାଣିସମ୍ପଦର ସୁରକ୍ଷାକୁ ସୁନିଶ୍ଚିତ କରିବାକୁ ମାନ୍ୟବର ମତ୍ସ୍ୟ ଓ ପ୍ରାଣିସମ୍ପଦ ବିକାଶ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଗୁରୁତ୍ଵାରୋପ କରିଛନ୍ତି ।   

ଚଳିତ ବନ୍ୟାରେ ମୋଟ ୯ଟି ଜିଲ୍ଲାର ୪୫ ଟି ବ୍ଲକ୍ ଅନ୍ତର୍ଗତ ୩୩୧ ଟି ଗ୍ରାମ ପଞ୍ଚାୟତର ୧୩୪୧ ଟି ଗ୍ରାମ ବନ୍ୟା ଦ୍ୱାରା ପ୍ରଭାବିତ ହୋଇଥିବା ବେଳେ ତା ମଧ୍ୟରେ ୪୮୮୮୬୮ ପ୍ରାଣୀ ପ୍ରଭାବିତ ହୋଇଛନ୍ତି । 

ଏହି ବନ୍ୟା ପ୍ରଭାବିତ ଅଞ୍ଚଳରେ ଜରୁରୀକାଳୀନ ସେବା ପାଇଁ ୫୮ ଟି ରାପିଡ୍ ରେସପନ୍ସ ଟିମ ମୁତୟନ କରାଯାଇଥିବା ବେଳେ ୨୪୫ ଟି ପ୍ରାଣୀ ଚିକିତ୍ସା ଶିବିର ଆୟୋଜନ କରାଯାଇ ୧୫୧୭୯ ଟି ପ୍ରାଣୀଙ୍କର ଚିକିତ୍ସା କରାଯାଇଛି । 

ବନ୍ୟା ପୂର୍ବରୁ ୬୪୬୮୨୫ ଟି ଟିକା ଏବଂ ବନ୍ୟା ପରବର୍ତ୍ତୀ ସମୟରେ ୧୧୮୦୦ ଟି ଟିକା ଦିଆଯାଇଛି । ବନ୍ୟା ପ୍ରଭାବରେ ୫ ଟି ବଡ଼ ପ୍ରାଣୀ, ୧୨୦ ଟି ଛୋଟ ପ୍ରାଣୀ ଓ ୮୦୯୦୦ ଟି କୁକୁଡ଼ାଙ୍କର ମୃତ୍ୟୁ ଘଟିଛି ।  

ବନ୍ୟା ପ୍ରଭାବିତ ଜିଲ୍ଲା ଗୁଡିକୁ ୮୦୦ ମେଟ୍ରିକ ଟନ ଗୋ ଖାଦ୍ୟ ଯୋଗାଇ ଦିଆଯାଇଥିବା ବେଳେ ୭୩.୨ କ୍ଵିଣ୍ଟାଲ ସବୁଜ ଘାସ ଏବଂ ୧୩.୯ କ୍ଵିଣ୍ଟାଲ ଶୁଖିଲା ଘାସ ଓ ନଡା ବଣ୍ଟନ କରାଯାଇଛି ବୋଲି ମନ୍ତ୍ରୀ ଶ୍ରୀ ମଲ୍ଲିକ ଗଣମାଧ୍ୟମକୁ ସୂଚନା ଦେବା ଅବସରରେ ପ୍ରକାଶ କରିଛନ୍ତି ।