CBSE ଦଶମ ପରୀକ୍ଷା ହେବ ଗୋଟେ ବାଧ୍ୟତାମୂଳକ ଆଉ ଗୋଟେ ଇଛାଧୀନ.

Jun 26, 2025 - 20:51
Jun 26, 2025 - 20:54
 5
CBSE ଦଶମ ପରୀକ୍ଷା ହେବ ଗୋଟେ ବାଧ୍ୟତାମୂଳକ ଆଉ ଗୋଟେ ଇଛାଧୀନ.

ବର୍ଷକୁ ଦୁଇଥର ହେବ ସିବିଏସ୍‌ଇ ଦଶମ ବୋର୍ଡ ପରୀକ୍ଷା; ପ୍ରଥମ ବାଧ୍ୟତାମୂଳକ, ଦ୍ବିତୀୟ ଇଚ୍ଛାଧୀନ .

ସିବିଏସଇ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ବର୍ଷକୁ ଦୁଇଥର ଅନୁଷ୍ଠିତ ହେବ । ପରୀକ୍ଷାର ପ୍ରଥମ ପର୍ଯ୍ୟାୟ ଫେବୃଆରୀରେ ଏବଂ ଦ୍ୱିତୀୟ ପର୍ଯ୍ୟାୟ ମେ'ରେ ହେବ। ପ୍ରଥମ ପର୍ଯ୍ୟାୟର ଫଳାଫଳ ଏପ୍ରିଲରେ ଏବଂ ଦ୍ୱିତୀୟ ପର୍ଯ୍ୟାୟ ଜୁନରେ ଆସିବ। ଆଭ୍ୟନ୍ତରୀଣ ମୂଲ୍ୟାଙ୍କନ କେବଳ ଥରେ କରାଯିବ। ଦଶମ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ପାଇଁ ବୋର୍ଡ ପରୀକ୍ଷାର ପ୍ରଥମ ପର୍ଯ୍ୟାୟରେ ଯୋଗଦେବା ବାଧ୍ୟତାମୂଳକ, ଦ୍ୱିତୀୟ ପର୍ଯ୍ୟାୟ ଇଚ୍ଛାଧୀନ ହେବ ।

କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (CBSE) ୨୦୨୬ରୁ ବର୍ଷକୁ ଦୁଇଥର ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ପରିଚାଳନା କରିବାକୁ ଯାଉଛି । ପରୀକ୍ଷା ନିୟନ୍ତ୍ରକ ସଂୟମ ଭରଦ୍ୱାଜ ଏହା ସ୍ପଷ୍ଟ କରିଛନ୍ତି। ସିବିଏସଇର ନୂତନ ନିୟମ ଅନୁଯାୟୀ, ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ପ୍ରଥମ ବୋର୍ଡ ପରୀକ୍ଷାରେ ଯୋଗଦେବା ବାଧ୍ୟତାମୂଳକ ହେବ । ଦ୍ୱିତୀୟ ଥର ଆୟୋଜିତ ପରୀକ୍ଷାରେ ଯୋଗଦେବା ଛାତ୍ରଛାତ୍ରୀଙ୍କ ପାଇଁ ଇଚ୍ଛାଧୀନ ।

ବୋର୍ଡ ସ୍ପଷ୍ଟ କରିଛି ଯେ, ଛାତ୍ରଛାତ୍ରୀମାନେ ପରୀକ୍ଷାର ଗୋଟିଏ କିମ୍ବା ଉଭୟ ପର୍ଯ୍ୟାୟରେ ପରୀକ୍ଷା ଦେଲେ ମଧ୍ୟ ଆଭ୍ୟନ୍ତରୀଣ ମୂଲ୍ୟାଙ୍କନ କେବଳ ଥରେ କରାଯିବ। ଏହି ବ୍ୟବସ୍ଥା ମାଧ୍ୟମରେ ଛାତ୍ରଛାତ୍ରୀମାନଙ୍କୁ ଉତ୍ତମ ସୁଯୋଗ ପ୍ରଦାନ କରିବା ହେଉଛି ସିବିଏସଇର ଲକ୍ଷ୍ୟ। ଯାହା ଦ୍ୱାରା ସେମାନେ ସେମାନଙ୍କ ପ୍ରସ୍ତୁତି ଅନୁସାରେ ଭଲ ପ୍ରଦର୍ଶନ କରିପାରିବେ ଏବଂ ସେମାନଙ୍କର ଚାପ ମଧ୍ୟ ହ୍ରାସ ପାଇବ ।