ବାଇକର ଡିକି ଭାଙ୍ଗି ଲୁଟିଲେ ଲକ୍ଷାଧିକ ଟଙ୍କା
ବଲାଙ୍ଗିର : ଶନିବାର ବଲାଙ୍ଗିର ଟାଉନ୍ ଥାନାରେ ଲୁଟ୍ର ଶିକାର ହୋଇଥିବା ଟିକ୍ରାପଡ଼ାର ଅଙ୍କୁଶ ପ୍ରସାଦ ହୋତା ଅଭିଯୋଗ କରିଛନ୍ତି ଦିନ ୧ଟା ୪୦ମି.ରେ ସେ ଏସ୍ବିଆଇରୁ ୨ ଲକ୍ଷ ଟଙ୍କା ଉଠାଇଥିଲେ । ଟଙ୍କା ଉଠାଇ ସାରି ଗାଡି ଡ଼ିକିରେ ରଖିଥିଲେ । କିନ୍ତୁ ସେ ସେଠାରୁ ଫେରି ଦେଖନ୍ତି ତ ତାଙ୍କ ବାଇକ୍ ଡିକି ଭଙ୍ଗା ଯାଇଛି ଓ ସେଥିରେ ଥିବା ୨ ଲକ୍ଷ ଟଙ୍କା ଗାଏବ୍ ହୋଇଯାଇଛି । ହଠାତ ଦୁର୍ବୃ୍ତ୍ତଙ୍କ ସନ୍ଧାନ ନପାଇ ଥାନାରେ ଏନେଇ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ପୋଲିସ ଏଟିଏମ୍ ପାଖରେ ଥିବା ଏକ କିରାନା ଦୋକାନର ସିସି କ୍ୟାମେରାକୁ ଯାଞ୍ଚ କରିଥିଲା ଯେଉଥିରେ ଏହି ଟଙ୍କା ଲୁଟ୍ ଘଟଣାର ଦୃଶ୍ୟ ରେକର୍ଡିଂ ହୋଇଛି । ଏଥିରେ ଦେଖନ୍ତୁ ଦୁଇ ଜଣ ଯୁବକ ଏକ ବାଇକ୍ରେ ଆସି ଏଟିଏମ୍ କାଉ୍ଣ୍ଟର୍ର କିଛି ଦୂରରେ ଅଟକିଛନ୍ତି । କଳା ଫୁଲ ସାର୍ଟ ପିନ୍ଧିଥିବା ଯୁବକ ବାଇକ୍ରୁ ଓହ୍ଲାଇ ଟଙ୍କା ଥିବା ବାଇକ୍ ପାଖକୁ ଆସି ନିର୍ବିଘ୍ନରେ ଡିକି ଭାଙ୍ଗି ଟଙ୍କା ଲୁଟି ନେଉଛି । ଅନ୍ୟ ଯୁବକ ଜଣକ ବାଇକ୍ ଷ୍ଟାର୍ଟରେ ରଖି ତା ନିକଟରେ ପହଞ୍ଚିବା ପରେ ଦୁହେଁ ଫେରାର ହୋଇ ଯାଉଛନ୍ତି । ଏପରିକି ଦୁର୍ବୃତ୍ତ ହେଲମେଟ୍ ମଧ୍ୟ ପିନ୍ଧି ନାହାନ୍ତି । ତାଙ୍କ ବାଇକ୍ରେ ହେଲମେଟ୍ ଟି ଝୁଲି ରହିଛି । ଏବଂ ଖୁଲମ୍ଖୁଲା ସେମାନେ ଫେରାର ହୋଇ ଯାଉଛନ୍ତି । ଯାହା ସିସିଟିଭିରେ କଏଦ ହୋଇଛି ।