ଓଡ଼ିଶା ଏବଂ ତତ୍ତୋରି ଉଭୟ ରାଜ୍ୟର ମୁଖ୍ୟ ଶାସନ ସଚିବଙ୍କ ଅଧୂକାରୀମାନଙ୍କ ସହିତ ଆର୍ଭାସୀ ବୈଠକ
ଅର୍ଥନୀତି, ପର୍ଯ୍ୟଟନ ଓ ଯୁବ ବିନିମୟ କ୍ଷେତ୍ରରେ ସହଯୋଗ ଉପରେ ରେ ଗୁରୁତ୍ବ
ଭୁବନେଶ୍ବର, ୫ ଜୁନ : : 9099
ଓଡ଼ିଶା ସରକାର ଏବଂ ଜାପାନର ତତ୍ତୋରି ସରକାରଙ୍କ ମ ମଧ୍ୟରେ ପ୍ରସ୍ତାବିତ ମୈତ୍ରୀ ଚୁକ୍ତି ( ଫ୍ରେଣ୍ଡସିପ୍ ଏଗ୍ରିମେଣ୍ଡ ) ସମ୍ପର୍କିତ ଏକ ଅନଲାଇ ଲାଇନ ବୈଠକ ଆଜି ଅନୁଷ୍ଠିତ ହୋଇଛି । ଉଭୟ ପକ୍ଷ ମଧ୍ୟରେ ଦୀର୍ଘମିଆଦୀ ସହଯୋଗ ଓ ପାରସ୍ପରିକ ସମ୍ପର୍କକୁ ଆ ଆହୁରି ସୁଦୃଢ଼ କରିବା ଲକ୍ଷ୍ୟରେ ବିଭିନ୍ନ ବିଷୟ ଉପରେ ଫଳପ୍ରଦ ଆଲୋଚନା ହୋଇଥିଲା । ବୈଠକରେ ତତ୍ତୋରି ସରକାରଙ୍କ ପକ୍ଷରୁ ଓଡ଼ିଶା ସରକାରଙ୍କ ସହିତ ଅର୍ଥନୈତିକ ସହଯୋଗ, ପର୍ଯ୍ୟଟନ, ସାଂସ୍କୃତିକ ଆଦାନ-ପ୍ରଦାନ, , ଛାତ୍ର ଓ ଯୁବ ବିନିମୟ ଏବଂ ମାନବ ସମ୍ବଳ ବିକାଶ ଭଳି କ୍ଷେତ୍ରରେ ସହଯୋଗ ବୃଦ୍ଧି ପାଁଇଁ ଦିଆଯାଇଥିବା ମୈତ୍ରୀ ମିତ୍ରୀ ଚୁକ୍ତିର ଚୁକ୍ତିର ଖସଡ଼ା ପ୍ରସ୍ତାବ ସଂପର୍କରେ ଆଲୋଚନା କରାଯାଇଥିଲା ।
ବୈଠକର ପ୍ରାରମ୍ଭରେ ଓଡ଼ିଶା ରାଜ୍ୟ ସରକାରଙ୍କ ପକ୍ଷରୁ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ ଏବଂ ତତ୍ତୋରି ରାଜ୍ୟ ସରକାରଙ୍କ ମୁଖ୍ୟ ସଚିବ ଏଣ୍ଡୋ ତୋଶିକି ଉଭୟ ସରକାରଙ୍କ ପକ୍ଷରୁ ପରସ୍ପରକୁ ଶୁଭେଚ୍ଛା ଜଣାଇଥିଲେ । ତୋତ୍ତୋରି ସରକାରଙ୍କ ପକ୍ଷରୁ ଅନ୍ୟମାନଙ୍କ ମଧ୍ୟରେ ପର୍ଯ୍ୟଟନ ଓ ଆନ୍ତର୍ଜାତିକ ଆଦାନ-ପ୍ରଦାନ ବ୍ୟୁରୋ, ତତ୍ତୋରି ବିକାଶ କାର୍ଯ୍ୟାଳୟ ଗୃହ ଓ ଆନ୍ତର୍ଜାତିକ ବ୍ୟାପାର ଡିଭି ଡିଭିଜନ, ବାଣିଜ୍ୟ ଣିଜ୍ୟ ଓ ଲଜିଷ୍ଟିକ୍ସ ବିଭାଗ ଆଦି ପଦାଧୂକାରୀ ଏବଂ ଆନ୍ତର୍ଜାତୀୟ ସଂପର୍କ ସଂପର୍କ ସଂଯୋଜକ ଏବଂ ଜାପାନସ୍ଥିତ ଭାରତୀୟ ଦୂତାବାସର ପ୍ରତିନିଧୂ ମଧ୍ଯ ଯୋଗଦେ ଦେଇଥିଲେ । ଲୋକସେବା ଭବନରେ ରେ ଅନ୍ୟମାନ ମାନଙ୍କ ମଧ୍ୟରେ ରାଜ୍ୟ ଗୃହ, ଶିଳ୍ପ, ସୂଚନା ଓ ଲୋକ ସଂପର୍କ ବିଭାଗ ଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ, କ୍ରୀଡ଼ା ଓ ଯୁବସେବା, ଦକ୍ଷତା ବିକାଶ ଓଁ ବୈଷୟିକ ଶିକ୍ଷା ବିଭାଗ କମିଶ ମିଶନର ତଥା ଶାସନ ସଚିବ, ଇପିକଲର ପରିଚାଳନା ନିର୍ଦ୍ଦେଶକ ଓ ଅନ୍ୟ ବରିଷ୍ଠ ପଦାଧୂକା କାରୀମାନେ ଉପସ୍ଥିତ ଥୂଲେ ଲେ । ଓଡ଼ିଶା ପର୍ଯ୍ୟଟନ ବିଭାଗ କମିଶନର ତଥା ଶାସନ ସଚିବ, ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିର୍ଭାଗ କମିଶନର ତଥା ଶାସନ ସଚିବ ପ୍ରମୁଖ ଆଭାସୀ ମାଧ୍ୟମରେ ଯୋଗଦେଇଥିଲେ।
ବୈଠକରେ ତତ୍ତୋରି ପ୍ରଦେଶର ପ୍ରତିନିଧୂ ଦଳଙ୍କ ଆଗାମୀ ଓଡ଼ିଶା ଗସ୍ତ ନେଇ ମଧ୍ୟ ଆଲୋଚନ
ହୋଇଥିଲା । ଚଳିତ ବର୍ଷ ଜୁଲାଇ ମାସରେ ତତ୍ତୋରି ସରକାରଙ୍କ ଏକ କାର୍ଯ୍ୟ-ସ୍ତରୀୟ ପ୍ରତିନିଧୂ ଦଳ ଓଡ଼ିଶା ଗସ୍ତ କରିବାକୁ ଥୂବାବେଳେ ନଭେମ୍ବର ମାସରେ ଟୋଟୋରି ପ୍ରଦେଶର ରାଜ୍ୟପାଳଙ୍କ ନେତୃତ୍ୱରେ ଏକ ଉଚ୍ଚସ୍ତରୀୟ ପ୍ରତିନିର୍ଧୂ ଦଳ ଓଡ଼ିଶା ଆସିବେ ବୋଲି ସୂଚନା ଦିଆଯାଇଥିଲା । ଏହି ପ୍ରସ୍ତାବିତ ମୈତ୍ରୀ ଚୁକ୍ତି ମାଧ୍ୟମରେ ଉଭୟ ରାଜ୍ୟ ମଧ୍ୟରେ କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ କ୍ଷେତ୍ରରେ ସହଯୋଗ, ସ୍ଥାନୀୟ ଉତ୍ପାଦର ପ୍ରୋତ୍ସାହନ, ଶିକ୍ଷା ଓ ଦକ୍ଷତା ବିକାଶ, ପର୍ଯ୍ୟଟନର ପ୍ରଚାର ଏବଂ ପାରସ୍ପରିକ ଜନ ସମ୍ପର୍କ ବୃଦ୍ଧି ପାଇଁ ନୂତନ ସୁଯୋଗ ସୃଷ୍ଟି ହେବ ବୋଲି ଆଶା କରାଯାଉଛି ।
ପ୍ରକାଶ ଥାଉକି ଗତ ମଇ ୨୦ ତାରିଖରେ କୋଲକାତାସ୍ଥିତ ଜାପାନର ମହାବାଣିଜ୍ୟ ଦୂତ ଓଡ଼ିଶା ଗସ୍ତ କରି ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରି ଏ ପ୍ରସଙ୍ଗରେ ଆଲୋଚନା କରିବା ସହିତ ମଇ ୨୧ ତାରିଖରେ ସେ ମଧ୍ୟ ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କ ସହିତ ଏକ ବୈଠକରେ ଯୋଗ ଦେଇଥିଲେ ।