ବାପା , ମା , ପୁଅଙ୍କ ସନ୍ଦେହଜନକ ମୃତ୍ୟୁ
କେନ୍ଦ୍ରାପଡା : ଗୋଟିଏ ପରିବାରର ୩ ଜଣଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି । ବାପା , ମା ଓ ୨୫ ବର୍ଷୀୟ ପୁଅର ମୃତ ଦେହ ଉଦ୍ଧାର ହୋଇଛି । ରାଜନଗର ତାଳଚୁଆଁ ସାମୁଦ୍ରିକ ଥାନା ରାଜେନ୍ଦ୍ରନଗରରେ ଦେଖିବାକୁ ମିଳିଛି ଚାଞ୍ଚଲ୍ୟକର ଘଟଣା । ବାପାର ମୃତଦେହ ଘର ବାହାରପଟେ ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହୋଇଛି । ଘର ଭିତରେ ପଡିଛି ମା ଓ ପୁଅଙ୍କ ମୃତଦେହ । କେଉଁ କାରଣରୁ ଏଭଳି ଘଟଣା ଘଟିଛି ତାହାର କାରଣ ବର୍ତ୍ତମାନ ଅସ୍ପଷ୍ଟ ରହିଛି । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
