ବାସ୍ତବ ଦୁନିଆର ଆହ୍ବାନକୁ ସମ୍ମୁଖୀନ ହୋଇପାରିବ ଭାରତର ଏଆଇ ମିଶନ: ଏସ୍ କ୍ରିଷ୍ଣନ୍ ୮, କେନ୍ଦ୍ର ସୂଚନା ପ୍ରଯୁକ୍ତି ସଚିବ

Feb 18, 2026 - 14:08
 5
ବାସ୍ତବ ଦୁନିଆର ଆହ୍ବାନକୁ ସମ୍ମୁଖୀନ ହୋଇପାରିବ ଭାରତର ଏଆଇ ମିଶନ: ଏସ୍ କ୍ରିଷ୍ଣନ୍ ୮, କେନ୍ଦ୍ର ସୂଚନା ପ୍ରଯୁକ୍ତି ସଚିବ

ବାସ୍ତବ ଦୁନିଆର ଆହ୍ବାନକୁ ସମ୍ମୁଖୀନ ହୋଇପାରିବ ଭାରତର ଏଆଇ ମିଶନ: ଏସ୍ କ୍ରିଷ୍ଣନ୍ ୮, କେନ୍ଦ୍ର ସୂଚନା ପ୍ରଯୁକ୍ତି ସଚିବ

ନୂଆଦିଲ୍ଲୀ: କୃତ୍ରିମ ବୁଦ୍ଧିମତ୍ତା ବା ଏଆଇକୁ ନେଇ ଭାରତର ଆଭିମୁଖ୍ୟ ଭବିଷ୍ୟତର ଆହ୍ବାନଗୁଡ଼ିକୁ ସମ୍ମୁଖୀନ ହେବା ପାଇଁ ପ୍ରସ୍ତୁତ। ଏହାର ଏଆଇ ମିଶନ ଏହିଭଳି ଭାବେ ପ୍ରସ୍ତୁତ କରାଯାଇଛି ଯାହା ବାସ୍ତବ ଦୁନିଆର ଆବଶ୍ୟକତାକୁ ପୂରଣ କରିପାରିବ। ଆଲଗୋରିଦିମରୁ ଆରମ୍ଭ କରି ଫଳାଫଳ ଯାଏ ଏହି ମିଶନ ଭାରତର ସବୁସ୍ତରର ନାଗରିକଙ୍କୁ ସୁଫଳ ଦେବା ଲାଗି ପ୍ରସ୍ତୁତ ବୋଲି କହିଛନ୍ତି କେନ୍ଦ୍ର ସୂଚନା ଓ ପ୍ରଯୁକ୍ତି ବିଦ୍ୟ ସଚିବ ଏସ୍ କ୍ରିଷ୍ଣନ୍। ଆଜି ଭାରତ ଏଆଇ ସମ୍ମିନଳୀ ୨୦୨୬ର ଦ୍ବିତୀୟ ଦିନରେ ଜନ କୈନ୍ଦ୍ରିକ କୃତ୍ରିମ ବୁଦ୍ଧିମତ୍ତା ଏବଂ ସାର୍ବଭୌମ ବୈଷୟିକ ଦକ୍ଷତାର ଦ୍ବେତ ଆବଶ୍ୟକତା ସମ୍ପର୍କରେ ମତାମତ ରଖିବାକୁ ଯାଇ ସେ ଏହା କହିଛନ୍ତି।

ଏହି ଅଧୂବେଶନରେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ବ୍ୟବସ୍ଥା ଯେପରି ସାଧାରଣ ସେବା ପ୍ରଦାନ ଏବଂ ନାଗରିକଙ୍କ କଲ୍ୟାଣରେ ଉନ୍ନତି ଆଣିପାରିବ, ସେଥ୍‌ପ୍ରତି ଧ୍ୟାନ ଦିଆଯାଇଥିଲା। କମ୍ପୁଟ୍, ମଡେଲ୍ ଏବଂ ଡାଟା କିଭଳି ଶେଷରେ ପ୍ରୟୋଗାତ୍ମକ ଆପ୍ଲିକେସନରେ ପରିଣତ ହେବ, ଯାହା ଉତ୍ପାଦକତା ବୃଦ୍ଧି କରିବ, ଶାସନ ବ୍ୟବସ୍ଥାକୁ ସୁଦୃଢ଼ କରିବ ଏବଂ ନାଗରିକମାନଙ୍କୁ ପ୍ରତ୍ୟକ୍ଷ ସୁବିଧା ପ୍ରଦାନ କରିବ, ସେନେଇ ଏହି ଆଲୋଚନା ପର୍ଯ୍ୟବସିତ ଥିଲା ।

ଏହି ଅବସରରେ ବିଭାଗୀୟ ସଚିବ ଶ୍ରୀ କୃଷ୍ଣନ କହିଛନ୍ତି ଯେ, ଭାରତ ଏଆଇ ମିଶନ ବିଭିନ୍ନ ଆବଶ୍ୟକତା ଏବଂ ବାସୁବ ଦୁନିଆର ଆହ୍ବାନଗୁଡ଼ିକୁ ସମାଧାନ କରିବା ପାଇଁ ପ୍ରସ୍ତୁତ କରାଯାଇଛି। ସେ ଗୁରୁତ୍ବାରୋପ କରିଛନ୍ତି ଯେ, ଇଣ୍ଡିଆ ଏଆଇ ଇମ୍ପାକ୍ଟ ସମିଟ୍ ହେଉଛି ଏଆଇ ବ୍ୟବହାର କରି ଆମେ ସୃଷ୍ଟି କରିପାରୁଥିବା ପ୍ରଭାବଶାଳୀ ପ୍ରୟୋଗଗୁଡ଼ିକୁ ଖୋଜିବା ପାଇଁ ଏକ ମାଧ୍ୟମ। ସେ କହିଛନ୍ତି ଯେ, “ଆମେ କେବଳ ଗୋଟିଏ କାରଣ ପାଇଁ କମ୍ପୁଟ୍, ମଡେଲ୍ ଏବଂ ଡାଟା ପ୍ରଦାନ କରୁଛୁ, ତାହା ହେଉଛି ବାସ୍ତବ ପ୍ରଭାବ ପକାଉଥିବା ଆପ୍ଲିକେସନ୍ ଗଠନ କରିବା। ଏଣୁ ଏଆଇ ବାବଦରେ ହେଉଥ‌ିବା ଚର୍ଚ୍ଚା ସଫଳ ହେଉଛି କି ନା ତହା ଜାଣିବାକୁ ହେଲେ, ଏହା ପ୍ରକୃତରେ ବାସ୍ତବ ଦୁନିଆର ଆହ୍ବାନକୁ ସମ୍ମୁଖୀନ ହୋଇ ପାରୁଛି କି ନା ତାହା ଜାଣିବା ଦରକାର। ଆପଣ ଯଦି ପ୍ରଦର୍ଶନୀ ବୁଲି ଦେଖୁବେ ଜାଣିବେ ଯେ ଅନେକ ଷ୍ଟାର୍ଟଅପ ସ୍ବାସ୍ଥ୍ୟସେବା, କୃଷି, ଶିକ୍ଷା ଏବଂ ଉତ୍ପାଦନ କ୍ଷେତ୍ରରେ କାର୍ଯ୍ୟ କରୁଛନ୍ତି। ସେଇଠୁ ହିଁ ପ୍ରଭାବ ଆସିବ। ସରକାରଙ୍କ ପାଖରେ କେବେ ବି ପର୍ଯ୍ୟାପ୍ତ ଶିକ୍ଷକ, ଡାକ୍ତର କିମ୍ବା ବିଚାରପତି ରହିବେ ନାହିଁ, କିନ୍ତୁ ଯଦି ଏଆଇ ଉତ୍ପାଦକତା ବଢ଼ାଇପାରେ, ତେବେ ସେବା ଗୁଣବତ୍ତାରେ ବ୍ୟାପକ ସଂସ୍କାର ଆସିପାରିବ। ଚ୍ୟାଲେଞ୍ଜ ହେଉଛି କଣ କାମ କରୁଛି ତାହା ବାଛିବା, ଦାୟିତ୍ବର ସହ ଏହାର ପରିସର ବଢ଼ାଇବା, ଗୋପନୀୟତା ରକ୍ଷା କରିବା ଏବଂ ସାର୍ବଜନୀନ ଅର୍ଥ ଯେପରି ମାପଯୋଗ୍ୟ ଫଳାଫଳ ସୃଷ୍ଟି କରେ ତାହା ନିଶ୍ଚିତ କରିବା।” ଏକ୍ସପୋରେ ଥ‌ିବା ୬୦୦ ରୁ ଅଧ‌ିକ ଷ୍ଟାର୍ଟଅପ୍ ଏବଂ କମ୍ପାନୀଗୁଡ଼ିକୁ ପରିଦର୍ଶନ କରିବାକୁ ଏବଂ ଏଆଇ ବ୍ୟବହୃତ ହେଉଥିବା କ୍ଷେତ୍ରଗୁଡ଼ିକୁ ଦେଖୁବା ପାଇଁ ସେ ସମସ୍ତ ଅଂଶଗ୍ରହଣକାରୀଙ୍କୁ ଏହି ଅବସରରେ ଅନୁରୋଧ କରିଥିଲେ।

ଏହି ଅଧୂବେଶନରେ ଜେ-ପାଲର ବୈଦ୍ଧିକ କାର୍ଯ୍ୟ ନିର୍ବାହୀ ନିର୍ଦ୍ଦେଶକ ଇକବାଲ ସିଂ ଧାଲିୱାଲ ଏବଂ ଚିକାଗୋ ବିଶ୍ବବିଦ୍ୟାଳୟର ଅର୍ଥନୀତି ପ୍ରଫେସର ମାଇକେଲ୍ କ୍ରେମରଙ୍କ ସମେତ ଅନ୍ୟାନ୍ୟ ନୀତି ନିର୍ଦ୍ଧାରକ ଏବଂ କ୍ଷେତ୍ର ବିଶେଷଜ୍ଞମାନେ ଯୋଗ ଦେଇଥିଲେ।

ଶ୍ରୀ ଧାଲିୱାଲ କଠୋର ମୂଲ୍ୟାଙ୍କନର ଗୁରୁତ୍ବ ଉପରେ ଗୁରୁତ୍ବାରୋପ କରି କହିଛନ୍ତି, “ଯଦି ଆପଣ ବିକାଶମୂଳକ କାର୍ଯ୍ୟରେ ଯଥେଷ୍ଟ ସମୟ ବିତାଇଛନ୍ତି, ତେବେ ଆପଣ ଅନେକ 'ସିଲଭର ବୁଲେଟ୍' (ତତ୍କାଳ ସମାଧାନ) ଆସିବା ଏବଂ ଯିବାର ଦେଖୁଥ‌ିବେ। ଗୋଟିଏ ପ୍ରଯୁକ୍ତି ବିଦ୍ୟା ତତ୍ତ୍ବଗତ ଭାବେ କିମ୍ବା ଲ୍ୟାବ୍‌ ସେଟିଂରେ ଅତ୍ୟନ୍ତ ଆଶାଜନକ ହେଲେ ବି କ୍ଷେତ୍ରସ୍ବରର ବାସ୍ତବତା ସହ ସାମ୍ନା ହେବା ମାତ୍ରେ ଏହା ବିଫଳ ହୋଇପାରେ। ସେଥ‌ିପାଇଁ ପ୍ରମାଣ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ। ଆମକୁ କେବଳ ଏଆଇ କାମ କରୁଛି କି ନାହିଁ ପଚାରିବା ଉଚିତ୍ ନୁହେଁ, ବରଂ ଏହା କାହା ପାଇଁ କାମ କରୁଛି, କେଉଁ ପରିପ୍ରେକ୍ଷୀରେ ଏବଂ କି ଫଳାଫଳ ସହିତ କାମ କରୁଛି, ତାହା ପଚାରିବା ଆବଶ୍ୟକ। କଠୋର ମୂଲ୍ୟାଙ୍କନ ଓ ଅନୁଶୀଳନ ବିନା, ଆମେ ଉତ୍ସାହକୁ ପ୍ରଭାବ ବୋଲି ଭାବି ଭୁଲ କରିବାର ଆଶଙ୍କା ରହିଛି। ଏଆଇର ଅପାର ସମ୍ଭାବନା ଅଛି, କିନ୍ତୁ କେବଳ ଯଦି ଏହାକୁ କ୍ଷେତ୍ରସ୍ବରରେ ପରୀକ୍ଷା କରାଯାଏ ଏବଂ ଲୋକଙ୍କୁ ତଥା ଫଳାଫଳକୁ କେନ୍ଦ୍ରରେ ରଖ୍ ଦାୟିତ୍ବର ସହ ଏହାର ସମ୍ପ୍ରସାରଣ କରାଯାଏ।"

ଚିକାଗୋ ବିଶ୍ବବିଦ୍ୟାଳୟର ଅର୍ଥନୀତି ପ୍ରଫେସର ମାଇକେଲ୍ କ୍ରେମର୍ କହିଛନ୍ତି, “ଅ "আগে ଟ୍ରାଫିକ ନିୟମ ପାଳନ, ଶିକ୍ଷା କ୍ଷା ଭଳି କ୍ଷେତ୍ରରେ ପ୍ରଭାବର ପ୍ରାରମ୍ଭିକ ପ୍ରମାଣ ଦେଖୁଛୁ। ଏକ ଘଣ୍ଟା ବ୍ୟବହାରରେ ଛାତ୍ରଛାତ୍ରୀଙ୍କ ଶିଖୁବା ଗତିକୁ ସେବାରେ ଉନ୍ନତି ଆଣିବା କୌଣସି ଏକ ବଜାର ସ୍ବୟଂଚାଳି ଚାଳିତ ଡ୍ରାଇଭର ଲାଇସେନ୍ସ ପରୀକ୍ଷା, ସ୍ବାସ୍ଥ୍ୟ ଏବଂ ଏଥିରେ ବ୍ୟକ୍ତିଗ ବ୍ୟକ୍ତିଗତ ଆଡାପ୍ଟିଭ୍ ଲଣ୍ଡିଂ ଅନୁ ଅନୁର୍ଭୁକ୍ତ ଯାହା ସପ୍ତାହକୁ ମାତ୍ର ଏକ ଘଣ୍ଟ ଦ୍ବିଗୁଣିତ କରିଛି। କିନ୍ତୁ କେବଳ ପ୍ରଯୁକ୍ତିବିଦ୍ୟା ଯଥେଷ୍ଟ ନୁହେଁ। ସରକାରୀ ସେବା

ନୁହେଁ । ଏଥିରେ ସାମାଜିକ ସଂସ୍ଥା ଏବଂ ସରକାର ଏକ ପ୍ରମୁଖ ଭୂମିକା ଗ୍ରହଣ କରନ୍ତି। ସରକାରୀ ବ୍ୟବସ୍ଥା ମଧ୍ୟରେ ଏହାର ଗ୍ରହଣୀୟତା କଷ୍ଟକର ଏବଂ କ୍ରିୟ ପ୍ରକ୍ରିୟା ଗୁରୁତ୍ବ ରଖେ। ମୂଲ୍ୟାଙ୍କନ ଗୁରୁତ୍ଵପୂର୍ଣ୍ଣ ଯଦ୍ବାରା ରାଜ୍ୟଗୁଡ଼ିକ ପରସ୍ପରଠାରୁ ଶିଖୂପାରିବେ। ଏଆଇର ପ୍ରଚଣ୍ଡ ସମ୍ଭାବନା ଅଛି, କିନ୍ତୁ ଏହାକୁ ବାସ୍ତବ ରୂପ ଦେବା ପାଇଁ ପ୍ରମାଣ, ବ୍ୟବସ୍ଥା-ସ୍ମରୀୟ ପରିବର୍ତ୍ତନ ଏବଂ ସତର୍କ କାର୍ଯ୍ୟକାରିତା ଆବଶ୍ୟକ।”

ଏହି ଅଧୂବେଶନ । ସମ୍ମିଳନୀର ବ୍ୟାପକ ଏଜେଣ୍ଡାର ଏକ ପ୍ରମୁଖ ଅଂଶ ଥୁଲା, ଯାହା ନୀତି ନିର୍ଦ୍ଧାରକ, ଅନୁସନ୍ଧାନକାରୀ ଏବଂ ଶିଳ୍ପ ନେତାମାନଙ୍କୁ ଏକାଠି କରି କରି ଏଆଇର ଦକ୍ଷତାକୁ ସମ୍ପ୍ରସାରିତ ସାର୍ବଜନୀନ ପ୍ରୟୋଗରେ ପରିଣତ କରିବା ଉପରେ ଆଲୋଚନା କରିଥିଲା । ଏଆଇ ) ଚାଳିତ ସେବା ପ୍ରଦାନକୁ ଆଗେଇ ନେବାରେ ସୁସଂଗଠିତ କାର୍ଯ୍ୟକାରିତା ଏବଂ ବିଭିନ୍ନ କ୍ଷେତ୍ର ମଧ୍ୟରେ ସ‌ହଯୋଗର ଗୁରୁତ୍ବକୁ ଏହି ଆଲୋଚନାଗୁଡ଼ିକରେ ଆଲୋକପାତ କରାଯାଇଥିଲା।