ଧରାଶାୟୀ ହେଲା ଅଷ୍ଟ୍ରେଲିଆ Team...
ଧରାଶାୟୀ ହେଲା ଅଷ୍ଟ୍ରେଲିଆ Team...
ନୂଆଦିଲ୍ଲୀ : ଅଷ୍ଟ୍ରେଲିଆ ଟି-୨୦ ବିଶ୍ବକପ୍ ରୁ ବାଦ
ପଡ଼ିଛି। ଅଷ୍ଟ୍ରେଲିଆ ଭଳି ଟିମ୍ ସୁପର ୮ ରାଉଣ୍ଡରେ ପ୍ରବେଶ କରିନପାରିବା ସତରେ ଲଜ୍ଜାଜନକ । ଭାଗ୍ୟ ମଧ୍ୟ ଅଷ୍ଟ୍ରେଲିଆ ଦଳର ସାତ୍ ଦେଇନାହିଁ। ଆଜି ବର୍ଷା ଯୋଗୁଁ ଆୟରଲ୍ୟାଣ୍ଡ-ଜିମ୍ବାୱେ ମ୍ୟାଚ୍ ବାତିଲ ହେବା ପରେ ଅଷ୍ଟ୍ରେଲିଆ ଟି-୨୦ ବିଶ୍ବକପ୍ ରୁ ବାଦ ପଡ଼ିଛି । ଜିମ୍ବାୱେ ଏବେ ତିନୋଟି ମ୍ୟାଚ୍ ରୁ ପାଞ୍ଚ ପଏଣ୍ଟ ପାଇଛି, ଯଦିଓ ଅଷ୍ଟ୍ରେଲିଆ ପରବର୍ତ୍ତୀ ମ୍ୟାଚ୍ ଜିତିଯାଏ, ତଥାପି ଏହାର କେବଳ ଚାରି ପଏଣ୍ଡ ରହିବ।
ପ୍ରଥମ ପର୍ଯ୍ୟାୟରୁ ଅଷ୍ଟ୍ରେଲିଆର ବିଦାୟ ବହୁତ ଆଶ୍ଚର୍ଯ୍ୟଜନକ, କାରଣ ଏହି ଦଳରେ କିଛି ଶ୍ରେଷ୍ଠ ବ୍ୟାଟସମ୍ୟାନ ଅଛନ୍ତି। ଦଳର ଶ୍ରେଷ୍ଠ ଦ୍ରୁତ ବୋଲର ପ୍ୟାଟ୍ କମିନ୍ସ ଏବଂ ଜୋଶ୍ ହାଜେଲଉଡ୍ ଆଘାତ କାରଣରୁ ଟୁର୍ଣ୍ଣାମେଣ୍ଟରୁ ବଞ୍ଚିତ ହୋଇଥିଲେ ମଧ୍ୟ, ଅଷ୍ଟ୍ରେଲିଆର ଏକ ଶକ୍ତିଶାଳୀ ବୋଲିଂ ଲାଇନଅପ୍ ଥିଲା।
ଯାହା ଜିମ୍ବାୱେ ଏବଂ ଶ୍ରୀଲଙ୍କା ବିପକ୍ଷରେ ସମ୍ପୂର୍ଣ ବିଫଳ
ପ୍ରମାଣିତ ହୋଇଥିଲା। ଅଷ୍ଟ୍ରେଲିଆ ପ୍ରଥମ ମ୍ୟାଚ୍ ରେ
ଆୟର୍ଲାଣ୍ଡକୁ ପରାସୁ କରିଥିଲା, କିନ୍ତୁ ତା'ପରେ
ଜିମ୍ବାୱେଠାରୁ ୨୩ ରନରେ ଏବଂ ତା'ପରେ ଶ୍ରୀଲଙ୍କାଠାରୁ
୮ ୱିକେଟରେ ପରାସ୍ତ ହୋଇଥିଲା। ଜିମ୍ବାୱେ ବିଷୟରେ
କହିବାକୁ ଗଲେ, ଏହା ଦଳ ପାଇଁ ଏକ ଐତିହାସିକ
ମୁହୂର୍ଷ। କାରଣ ଦଳ ପ୍ରଥମ ଥର ପାଇଁ ଟି୨୦ ବିଶ୍ବକପର
ସୁପର ୮ ପର୍ଯ୍ୟାୟରେ ପହଞ୍ଚିଛି। ଏହା ପ୍ରଥମ ଥର ହେବ
ଯେତେବେଳେ ଜିମ୍ବାୱେ ଅତି କମରେ ଶ୍ରେଷ୍ଠ ୮ ଦଳ
ମଧ୍ୟରେ ଟୁର୍ଣ୍ଣାମେଣ୍ଟ ଶେଷ କରିବ। ଜିମ୍ବାୱେ ଏବେ ୨୬
ଫେବୃଆରୀରେ ସୁପର ୮ ପର୍ଯ୍ୟାୟରେ ଟିମ୍ ଇଣ୍ଡିଆ
ସହିତ ମୁକାବିଲା କରିବ।
୧୭ ବର୍ଷ ପରେ ଅଷ୍ଟ୍ରେଲିଆ ଟି୨୦ ବିଶ୍ବକପର ପ୍ରଥମ
ରାଉଣ୍ଡରୁ ବାଦ ପଡ଼ିଛି। ପୂର୍ବରୁ ୨୦୦୯ରେ ଅଷ୍ଟ୍ରେଲିଆ
ଗ୍ରୁପ ପର୍ଯ୍ୟାୟରୁ ବାଦ ପଡ଼ିଥିଲା। ଦଳ ଗତ ତିନୋଟି
ସଂସ୍କରଣରେ ଟି୨୦ ବିଶ୍ବକପରେ ଭଲ ପ୍ରଦର୍ଶନ
କରିନାହିଁ। ୨୦୨୨ରେ ଅଷ୍ଟ୍ରେଲିଆ ସୁପର ୧୨ରୁ ବାଦ
ପଡ଼ିଥିଲା। ୨୦୨୪ରେ ସେମାନେ ସୁପର ୮ରେ ଶେଷ
କରିଥିଲେ ଏବଂ ୨୦୨୬ରେ ସେମାନଙ୍କର ଯାତ୍ରା ଗ୍ରୁପ
ପର୍ଯ୍ୟାୟରେ ଶେଷ ହୋଇଥିଲା। ଉଲ୍ଲେଖନୀୟ ଯେ
ଅଷ୍ଟ୍ରେଲିଆ ୨୦୨୧ରେ ଟି୨୦ ବିଶ୍ବକପ୍ ଜିତିଥିଲା ଏବଂ
ସେବେଠାରୁ ଟି୨୦ ବିଶ୍ବକପରେ ଦଳର ପ୍ରଦର୍ଶନ ଖରାପ ରହିଛି ।