ବାହାରିନ ଓଡ଼ିଆ ସମାଜ ଆନୁକୂଲ୍ୟରେ ଓଡ଼ିଆ ଅସ୍ମିତା ଉତ୍ସବ ଆୟୋଜିତ.
ବାହାରିନ ଓଡ଼ିଆ ସମାଜ ଆନୁକୂଲ୍ୟରେ ଓଡ଼ିଆ ଅସ୍ମିତା ଉତ୍ସବ ଆୟୋଜିତ ଓଡ଼ିଆ ଅସ୍ମିତା ସମ୍ମାନ ଗ୍ରହଣ କଲେ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ଓଡ଼ିଆ ଅସ୍ମିତା ନୃତ୍ୟ କଳା ସମ୍ମାନ ଗ୍ରହଣ କଲେ ଗୁରୁ ଶାଶ୍ୱତ ଯୋଶୀ // ଭୁବନେଶ୍ୱର : ବିଦେଶ ମାଟିରେ ବି ଦେଖିବାକୁ ମିଳିଲା ଓଡ଼ିଆ ଅସ୍ମିତା ନେଇ ସ୍ୱାଭିମାନ ଓ ସଚେତନତା। ଓଡ଼ିଆ ଅସ୍ମିତାକୁ ବିଶ୍ବ ପ୍ରସାରୀ କରିବା ଲକ୍ଷ୍ୟରେ ବାହାରିନ ଓଡ଼ିଆ ସମାଜ ଆୟୋଜନ କରିଥିଲା ଓଡ଼ିଆ ଅସ୍ମିତା ଉତ୍ସବ ୨୦୨୫। ବାହାରିନ ଓଡ଼ିଆ ସମାଜର ପ୍ରତିଷ୍ଠାତା ଅଧ୍ୟକ୍ଷ ଡ. ଅରୁଣ କୁମାର ପ୍ରହରାଜଙ୍କ ସଭାପତିତ୍ୱରେ ସଲମାବାଦ ସ୍ଥିତ ଗୋଲଡେନ ଇଗଲ ଗଲ୍ଫ କ୍ଳବ ହଲ ଠାରେ ଆୟୋଜିତ ଏହି ଉତ୍ସବରେ ଭାରତୀୟ ରାଷ୍ଟ୍ରଦୂତ ବିନୋଦ କେ. ଜାକବ ମୁଖ୍ୟ ଅତିଥିଭାବରେ ଯୋଗଦେଇ ବିଦେଶରେ ଭାରତୀୟ ସାଂସ୍କୃତିକ ପ୍ରବାହରେ ବାହାରିନ ଓଡ଼ିଆ ସମାଜର ଅଗ୍ରଣୀ ଭୂମିକାକୁ ପ୍ରଶଂସା କରିଥିଲେ। ଏଥିରେ ବାହାରିନ ଶ୍ରମ ଓ ସାମାଜିକ ଉନ୍ନୟନ ବିଭାଗର ଶ୍ରମ ବ୍ୟାପାର ସଚିବ ଅହମଦ ଅଲହାଇକି ବିଶିଷ୍ଟ ଅତିଥି ଭାବରେ ଯୋଗଦେଇ ଦୁଇ ଦେଶର ଏଭଳି ସାଂସ୍କୃତିକ ବିନିମୟକୁ ସାଧୁବାଦ ଜଣାଇଥିଲେ। ଏଥିସହିତ ଅନ୍ତର୍ଜାତିକ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ମଧ୍ୟ ଅନ୍ୟତମ ଅତିଥି ଭାବରେ ଯୋଗଦେଇଥିଲେ । ବାହାରିନ ଓଡ଼ିଆ ସମାଜର ସଦସ୍ୟ ସଦସ୍ୟାଙ୍କ ଦ୍ଵାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ, ପାରମ୍ପରିକ ଓଡ଼ିଆଖାଦ୍ୟ, ପୋଷାକ ଆଦି ପ୍ରଦର୍ଶନ କରିଥିଲେ । ଏହି ଅବସରରେ ଅନୁଷ୍ଠାନର ମୁଖପତ୍ର 'ବାହାରିନ ଉତ୍କକିକା' ଅତିଥି ମାନଙ୍କଦ୍ୱାରା ଉନ୍ମୋଚିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଓଡ଼ିଆ ଅସ୍ମିତା ସମ୍ମାନରେ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ଏବଂ ଓଡ଼ିଆ ଅସ୍ମିତା ନୃତ୍ୟ କଳା ସମ୍ମାନରେ ଗୁରୁ ଶାଶ୍ୱତ ଯୋଶୀଙ୍କୁ ସମ୍ମାନିତ କରାଯାଇଥିଲା । କାର୍ଯ୍ୟକ୍ରମକୁବାହାରିନ ଓଡ଼ିଆ ସମାଜର ସଦସ୍ୟ... .... .... ପ୍ରମୁଖ ସହଯୋଗ କରିଥିଲେ ।