'ବିକଶିତ ଭାରତ' ପାଇଁ 'ବିକଶିତ ତାମିଲନାଡୁ' ..

Mar 2, 2026 - 12:54
 12
'ବିକଶିତ ଭାରତ' ପାଇଁ 'ବିକଶିତ ତାମିଲନାଡୁ' ..

'ବିକଶିତ ଭାରତ' ପାଇଁ 'ବିକଶିତ ତାମିଲନାଡୁ' ..

୦୧.୦୩.୨୦୨୬ : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ତାମିଲନାଡୁର ମଦୁରାଇରେ ୪,୪୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବହୁବିଧ ବିକାଶ ପ୍ରକଳ୍ପର ଉଦଘାଟନ ଏବଂ ଶିଳାନ୍ୟାସ କରିଛନ୍ତି। ପବିତ୍ର ନଗରୀ ମଦୁରାଇରେ ଏକ ସମାବେଶକୁ ସମ୍ବୋଧୂତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆଜି ତାମିଲନାଡୁର ବିକାଶ ଯାତ୍ରାରେ ଏକ ଗର୍ବର ଅଧ୍ୟାୟ। ଏହି ପ୍ରକଳ୍ପଗୁଡ଼ିକ ସଂଯୋଗୀକରଣକୁ ପରିବର୍ତ୍ତନ କରିବା, ଅର୍ଥନୀତିକୁ ପ୍ରୋତ୍ସାହିତ କରିବା ଏବଂ ଯୁବକମାନଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ଏବଂ ରାଜ୍ୟର ଲକ୍ଷ ଲକ୍ଷ ଲୋକଙ୍କ ଜୀବନକୁ ପରିବର୍ତ୍ତନ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି। ପ୍ରଧାନମନ୍ତ୍ରୀ ଗୁରୁତ୍ବାରୋପ କରିଥିଲେ ଯେ ଉଚ୍ଚମାନର ଭିତ୍ତଭୂମି ନିର୍ମାଣ ମୌଳିକ ଭାବରେ ଲୋକଙ୍କୁ ସଶକ୍ତି କରିବ।" ଏହି ବିକାଶର ଅର୍ଥ ହେଉଛି କୃଷକମାନଙ୍କ ପାଇଁ ବଜାରରେ ପହଞ୍ଚିବା ପାଇଁ ଉତ୍ତମ ରାସ୍ନା, ତୀର୍ଥଯାତ୍ରୀ ଏବଂ ପର୍ଯ୍ୟଟକଙ୍କ ପାଇଁ ସହଜ ଯାତ୍ରା ଏବଂ ବ୍ୟବସାୟ ପାଇଁ ଦ୍ରୁତ ପରିବହନ", ଶ୍ରୀ ମୋଦୀ ଆଲୋକପାତ କରିଥିଲେ।

ପ୍ରଧାନମନ୍ତ୍ରୀ କହିଛନ୍ତି, "ଗତ ବାର ବର୍ଷ ମଧ୍ୟରେ, ଭାରତ ସରକାର ତାମିଲନାଡୁର ରାଜପଥ ନେଟୱାର୍କରେ ଗୁରୁତ୍ବପୂର୍ଣ୍ଣ ନିବେଶ କରିଛନ୍ତି, ୨୦୧୪ ପରଠାରୁ ଚାରି ହଜାର କିଲୋମିଟରରୁ ଅଧୂକ ରାଜପଥ ନିର୍ମାଣ କରାଯାଇଛି।" ସେ ଦୁଇଟି ପ୍ରମୁଖ ଜାତୀୟ ରାଜପଥ ପ୍ରକଳ୍ପ, ମାରକକନମ-ପୁଡୁଚେରୀ ସେକ୍ସନର ଚାରି ଲେନ ପାଇଁ ଶିଳାନ୍ୟାସ ବିଷୟରେ ଉଲ୍ଲେଖ କରିଥିଲେ, ଯେଉଁଥୁରେ କୋଟି କୋଟି ଟଙ୍କାରୁ ଅଧିକ ନିବେଶ ଅନୁର୍ଭୁକ୍ତ। ଉପକୂଳ ପର୍ଯ୍ୟଟନ ଏବଂ ବାଣିଜ୍ୟକୁ ସୁଦୃଢ଼ କରିବା ପାଇଁ ୨,୧୦୦ କୋଟି ଟଙ୍କା ଏବଂ ପରମାକୁଡି-ରାମନାଥପୁରମ ରାସ୍ତାକୁ ଚାରି ଲେନ କରିବା ପାଇଁ ୧,୮୦୦ କୋଟି ଟଙ୍କାରୁ ଅଧିକ ନିବେଶ ସହିତ, ପରବର୍ତ୍ତୀ ପ୍ରକଳ୍ପ ରାମେଶ୍ବରମ ଏବଂ ଧନୁଷକୋଡି ଭଳି ସ୍ଥାନଗୁଡ଼ିକୁ ପହଞ୍ଚାଇବାରେ ଯଥେଷ୍ଟ ଉନ୍ନତି ଆଣିବ, ତୀର୍ଥଯାତ୍ରୀଙ୍କ ପାଇଁ ଯାତ୍ରାର ସହଜତା ଏବଂ କୃଷି ତଥା ସାମୁଦ୍ରିକ ଉତ୍ପାଦ ପାଇଁ ସୁଗମ ପରିବହନ ସୁନିଶ୍ଚିତ କରିବ।

ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ ଯେ ଗତ ଦଶନ୍ଧି ମଧ୍ୟରେ, ଭାରତୀୟ ରେଳ ଏକ ଐତିହାସିକ ପରିବର୍ତନ ଦେଇ ଗତି କରିଛି, ଏକ ଆଧୁନିକ, ଦକ୍ଷ ଏବଂ ଲୋକ-କୈନ୍ଦ୍ରିକ ପରିବହନ ବ୍ୟବସ୍ଥା ଭାବରେ ଉଭା ହୋଇଛି। "ଏହି ପରିବର୍ତ୍ତନ ବିଶେଷ ଭାବରେ ତାମିଲନାଡୁରେ ଦୃଶ୍ୟମାନ, ଯେଉଁଠାରେ ବର୍ତ୍ତମାନର ସରକାର ଦାୟିତ୍ବ ଗ୍ରହଣ କରିବା ପରଠାରୁ ରେଳ ବଜେଟ ଆବଣ୍ଟନ ପ୍ରାୟ ନଅ ଗୁଣ ବୃଦ୍ଧି ପାଇଛି," ଶ୍ରୀ ମୋଦୀ କହିଥିଲେ। ପ୍ରଧାନମନ୍ତ୍ରୀ ସୂଚାଇଥିଲେ ଯେ ୨୦୦୯ ରୁ ୨୦୧୪ ମଧ୍ଯରେ ହାରାହାରି ବାର୍ଷିକ ଆବଣ୍ଡନ ୮୮୦ କୋଟି ଟଙ୍କା ଥିଲା, ୨୦୨୬-୨୭ ବର୍ଷ ପାଇଁ ଏହା ୭୬୦୦ କୋଟି ଟଙ୍କାକୁ ବୃଦ୍ଧି ପାଇଛି। ସେ ଆହୁରି ବିସ୍ତୃତ ଭାବରେ କହିଛନ୍ତି ଯେ ରାଜ୍ୟରେ ୧୩୦୦ କିଲୋମିଟରରୁ ଅଧୂକ ନୂତନ ଟ୍ରାକ ବିଛାଯାଇଛି, ୯୭% ବିଦ୍ୟୁତୀକରଣ ହାସ ସଲ କରାଯାଇଛି, ଏବଂ ଶହ ଶହ ଫ୍ଲାଏଓଭର ତଥା ଅଣ୍ଡରପାସ ସୁରକ୍ଷା ଏବଂ ଦକ୍ଷତାରେ ଉନ୍ନତି ଆଣିଛି। ଏକ ପ୍ରମୁଖ ମାଇଲଖୁଣ୍ଟୁକୁ ମନେ ପକାଇ ପ୍ରଧାନମନ୍ତ୍ରୀ ଗତ ବର୍ଷ ନୂତନ ପାମ୍ବନ ସେତୁ ଉଦଘାଟନ କରିବାର ସୌଭାଗ୍ୟ ବିଷୟରେ ଉଲ୍ଲେଖ କରିଥିଲେ, ଭାରତର ପ୍ରଥମ ଭର୍ଟିକାଲ୍ ବିଷୟରେ ବର୍ଣ୍ଣନା କରିଥିଲେ ।

ପ୍ରଧାନମନ୍ତ୍ରୀ । ଆଲୋକପାତ କରିଥିଲେ ଯେ ବର୍ତ୍ତମାନ ୯ଟି ବନ୍ଦେ ଭାରତ ଟ୍ରେନ ଏବଂ ୯ଟି ଅମୃତ ଭାରତ ଟ୍ରେନ ତାମିଲନାଡୁର ଜନସାଧାରଣଙ୍କ ସେବା କରୁଛି, ସେମାନକ ସେମାନଙ୍କର କୋଚ୍ ଚେନ୍ନାଇର ଇଣ୍ଡିଗ୍ରାଲ କୋଚ୍ ଫ୍ୟାକ୍ଟିରେ ନିର୍ମିତ ହେଉଛି। ସେ 'ମେକ୍ ଇନ୍ ଇଣ୍ଡିଆ' ଦୃଷ୍ଟିକୋଣ ଉପରେ ଗର୍ବ ପ୍ରକାଶ କରି କହିଥିଲେ, "ଏହା । ଆତ୍ମନିର୍ଭରଶୀଳତା ବୃଦ୍ଧି କରୁଛି ଏବଂ ଯୁବକମାନଙ୍କ ପାଇଁ ନିଯୁକ୍ତି ସୃଷ୍ଟି କରୁଛି।" ଅମୃତ ଭାରତ ଷ୍ଟେସନ ଯୋଜନା ଅଧୀନରେ, ରାଜ୍ୟର ସତରଟି ରେଳ ଷ୍ଟେସନକୁ ଆରାମ, ସୁଗମତା ତା ଏବଂ ସ୍ଥାନୀୟ ପରିଚୟ ମିଶ୍ରଣ ପାଇଁ ଆଧୁନିକୀକରଣ କରାଯାଉଛି, ଆଜି ଆଠଟି ପୁନଃବିକଶିତ ଷ୍ଟେସନ ଉଦଘାଟନ କରାଯାଇଛି, ବୋଲି ଶ୍ରୀ ମୋଦୀ କହିଛନ୍ତି କହିଛନ୍ତି। ସେ ଆହୁରି କହିଛନ୍ତି ଯେ, ଚେନ୍ନାଇ ବିଚ୍-ଚେନ୍ନାଇ ଏଗମୋର ଚତୁର୍ଥ ଲାଇନର ସମର୍ପଣ ହଜାର ହଜାର ଦୈନିକ ଯାତ୍ରୀଙ୍କୁ ଲାଭ ପହଞ୍ଚାଇବ ।ଇବ। ପ୍ରଧାନମନ୍ତ୍ରୀ କୁମ୍ଭକୋଣମ, ୟେରକାଡ ଏବଂ ଭେଲୋରରେ ଆକାଶବାଣୀର ନୂତନ ଏଫଏମ୍ ରିଲେ ଟ୍ରାନ୍ସମିଟରଗୁଡ଼ିକର ଉଦଘାଟନ କରି ଏହି ଚେ ଏହି ରେଡିଓ ଷ୍ଟେସନଗୁଡ଼ିକୁ ଲୋକଙ୍କ ସେବାରେ ଉତ୍ସର୍ଗ କରିଥିଲେ।

ପ୍ରଧାନମନ୍ତ୍ରୀ ନ୍ତ୍ରୀ ଉଲ୍ଲେଖ କରିଥିଲେ ଯେ ତାମିଲନାଡୁ ପାଇଁ ଭିତ୍ତିଭୂମି ପାଣ୍ଠି ପୂର୍ବ ଦଶନ୍ଧି ତୁଳନାରେ ତିନିଗୁଣ ବୃଦ୍ଧି ପାଇଛି। ସେ ଉଲ୍ଲେଖ କରିଛନ୍ତି ଯେ ୨୦୨୬ କେନ୍ଦ୍ର ବଜେଟ୍ ରାଜ୍ୟ ଉପରେ ଏହି ଦୃଢ଼ ଧ୍ୟାନ ବଜାୟ ରଖୁଛି। ସେ ବେଙ୍ଗାଲୁରୁ-ଚେନ୍ନାଇ ଏବଂ ଚେନ୍ନାଇ-ହାଇଦ୍ରାବାଦ ବୁଲେଟ୍ ଟ୍ରେନ୍‌ କରିଡର ପାଇଁ

ସ୍ତାବଗୁଡ଼ିକର ବିସ୍ତୃତ ବିବରଣୀ ପ୍ରଦାନ କରିଛନ୍ତି, ଯାହା ଆଞ୍ଚଳିକ ଅର୍ଥନୀତିରେ ବିପ୍ଳବ ଆଣିବାକୁ ପ୍ରସ୍ତୁତ। ଏହା ସହିତ, ପ୍ରଧାନମନ୍ତ୍ରୀ ସୂଚାଇଥିଲେ, "ବଜେଟ୍ ତାମିଲନାଡୁକୁ ରେୟାର ଆର୍ଥ କରିଡର ମଧ୍ୟରେ ସ୍ଥାନିତ କରିଛି, ଯାହାର ଲକ୍ଷ୍ୟ ଉନ୍ନତ ଉତ୍ପାଦନ, ଗବେଷଣା ଏବଂ ପ୍ରଯୁକ୍ତିବିଦ୍ଯା ବିକାଶକୁ ପ୍ରୋତ୍ସାହିତ କରିବା।"

ପ୍ରଧାନମନ୍ତ୍ରୀ ମନୃବ୍ୟ ଦେଇଥିଲେ ଯେ ତାମିଲନାଡୁର ଏକ ସମୃଦ୍ଧ ଇତିହାସ ଏବଂ ଐତିହ୍ୟ ରହିଛି। ସେ ଘୋଷଣା କରିଥିଲେ ଯେ ଆଦିଚାନାଲ୍ଗୁର ଭଳି ଐତିହାସିକ ସ୍ଥାନଗୁଡ଼ିକୁ ସ୍ଥାନଗୁଡ଼ିକୁ ବିଶ୍ବ ଐତିହ୍ୟ ହ୍ୟ ଗନ୍ଧବ୍ୟସ୍ଥଳରେ ବିକଶିତ କର କରାଯିବ। ଶ୍ରୀ ମୋଦୀ ଉଲ୍ଲେଖ କରିଥିଲେ ଯେ ପୁଲିକାଟ ହ୍ରଦ ଏବଂ ଯେ ପୋଢିଗାଇଁ ଇଁ ମଲାଇ ଆଖପାଖରେ ପରିବେଶ ପର୍ଯ୍ୟଟନ ପଦକ୍ଷେପଗୁଡ଼ିକ ପ୍ରାକୃତିକ ଇକୋସିଷ୍ଟମକୁ ସଂରକ୍ଷଣ କରିବା ସହିତ ନୂତନ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ। ଏହା ବ୍ୟତୀତ, ସେ ଉଲ୍ଲେଖ କରିଥିଲେ ଯେ ଉତ୍ପାଦନକୁ ବୃଦ୍ଧି କରିବା ପାଇଁ ଦେଶବ୍ୟାପୀ ପ୍ରାୟ ଦୁଇ ଶହ ଶିଳ୍ପ କ୍ଲଷ୍ଟର ଚିହ୍ନଟ ଏବଂ ସମର୍ଥନ କ କରାଯିବ । ତାମିଲନାଡୁ ଅନେକ ଶିଳ୍ପର ଘର ବୋଲି ଗୁରୁତ୍ୱାରୋପ କରି ପ୍ରଧାନମନ୍ତ୍ରୀ । କହିଥୂଳେ ଲେ ଯେ ଏହି ଯୋଜନା ସ୍ଥାନୀୟ ଯୁବପିଢ଼ିଙ୍କୁ ଯଥେଷ୍ଟ ଲାଭ ଦେବ

ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରି କହିଥିଲେ ଯେ ପ୍ରତ୍ୟେକ ଭାରତୀୟ ୨୦୪୭ ସୁଦ୍ଧା ଏକ ବିକଶିତ ରାଷ୍ଟ୍ର ଗଠନ କରିବା ପାଇଁ ପାଇଁ ପ୍ରେରଣା ପାଇବେ ଏବଂ ତାମିଲନାଡୁ ଦେଶର ଭାଗ୍ୟ ଗଠନରେ ଏକ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବ। ଅନ୍ତର୍ଭୁକ୍ତ ବିକାଶ ଏବଂ ରାଜ୍ୟର ପ୍ରଗତି ର ପ୍ରଗତି ପାଇଁ କେନ୍ଦ୍ରର ପୂର୍ଣ୍ଣ ପ୍ରତିବଦ୍ଧତାକୁ ପୁନଃ ଦୃଢ଼ କରି, ସେ ଏହି ଦୃଢୋକ୍ତି ସହିତ ଶେଷ କଲେ, "ଆମର ସାମୂହିକ ଲକ୍ଷ୍ୟ ହେଉଛି ବିକଶିତ ଭାରତ ପାଇଁ ଏକ ବିକଶିତ ତାମିଲନାଡୁ।"