ବିଜେଡିର ପଦଯାତ୍ରା, କେତେ ସଫଳ ଆଣିଦେବ, ସମୟ ହିଁ କହିବ...

Sep 26, 2025 - 13:30
 7
ବିଜେଡିର ପଦଯାତ୍ରା, କେତେ ସଫଳ ଆଣିଦେବ, ସମୟ ହିଁ କହିବ...

     ଗାନ୍ଧୀ ଜୟନ୍ତୀରୁ ବିଜେଡି କରିବ ଜନସମ୍ପର୍କ ପଦଯାତ୍ରା |

ନୂଆପଡ଼ା ଉପନିର୍ବାଚନ ପରିପ୍ରେକ୍ଷୀରେ ବିଜେଡି ଜନସଂପର୍କ ପଦଯାତ୍ରା ଆରମ୍ଭ କରିବାକୁ ଯାଉଛି | ଶଂଖ ଭବନରେ ବିଜୁ ଜନତା ଦଳ ପ୍ରାରମ୍ଭିକ ବୈଠକରେ ଏହି ଘୋଷଣା କରାଯାଇଛି ।  

ଦଳୀୟ ସୁପ୍ରିମୋଙ୍କ ନିର୍ଦ୍ଦେଶ ଅନୁସାରେ ଏଥର ମାସେ ବ୍ୟାପୀ ପଦଯାତ୍ରା କରିବ ବିଜେଡି । 

ହାତରୁ କ୍ଷମତା ଯିବା ପରେ ଏବେ ବିଜେଡି ଲୋକଙ୍କ ପାଖକୁ ଯାଇ ନିଜେ କରିଥିବା କାମର ହିସାବ ଦେବ । ସରକାରଙ୍କ ଦୋଷ ଦୁର୍ବଳତା କହିବ । 

ଆଗକୁ ନୂଆପଡ଼ା ଉପନିର୍ବାଚନ ଥିବାରୁ ବିଜେଡି ଏହି ଆସନରେ ନିଜ ପତିଆରା ପୁଣି ଦେଖାଇବାକୁ ସଜବାଜ ହେଉଛି । 

ପୂର୍ବତନ ବିଧାୟକ ରାଜେନ୍ଦ୍ର ଢ଼ୋଲକିଆଙ୍କ ପୁଅ ଜୟ ଢ଼ୋଲକିଆଙ୍କୁ ବିଜେଡି ଟିକେଟ ଦେବାର ସଂଭାବନା ଅଧିକ । 

ବିଜେଡି ଦଳ ଅକ୍ଟୋବର 2 ଗାନ୍ଧୀ ଜୟନ୍ତୀରୁ ନଭେମ୍ବର 2 ଯାଏଁ ସମସ୍ତ ନିର୍ବାଚନ ମଣ୍ଡଳୀରେ ଅନୁଷ୍ଠିତ ହେବ ଏବଂ ସରକାରଙ୍କ ବିଫଳତା ନେଇ ରାଜ୍ୟବାସୀଙ୍କୁ ସଚେତନ କରାଯିବ । 

ସରକାରରେ ଥିଲା ବେଳେ ଅକ୍ଟୋବର ଦୁଇ ଗାନ୍ଧୀ ଜୟନ୍ତୀରୁ ଅକ୍ଟୋବର ୧୧ ଜୟପ୍ରକାଶ ନାରାୟଣ ଜୟନ୍ତୀ ଯାଏଁ ବିଜେଡି ପଦଯାତ୍ରା କରୁଥିଲା । କିନ୍ତୁ ଶାସନ ରୁ ହଟିଯିବାରେ ଏହି ଜନସଂପର୍କ ପଦଯାତ୍ରା ଏଥର କିନ୍ତୁ ଭିନ୍ନ ହେବ ଏଥର ୯ ଦିନ ନୁହେଁ ଏହା ମାସେ ବ୍ୟାପୀ ଚାଲିବ । 

ରାଜ୍ୟର ସମସ୍ତ ନିର୍ବାଚନ ମଣ୍ଡଳୀରେ ଏହାକୁ ନଭେମ୍ବର ଦୁଇ ଯାଏଁ କରିବାକୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ କହିଛନ୍ତି । ଚଳିତ ଥର ପ୍ରଥମରୁ ହିଁ ଏହାକୁ ମାସେ ବ୍ୟାପୀ କରିବାକୁ ନିଷ୍ପତ୍ତି ନିଆଯାଇଛି । କାରଣ ସରକାରଙ୍କ ବିରୋଧରେ ବିଭିନ୍ନ ପ୍ରସଙ୍ଗରେ ଜନଅସନ୍ତୋଷ ବଢିବାରେ ଲାଗିଛି । ଏହାକୁ ଲକ୍ଷ୍ୟ କରି ସରକାରଙ୍କ ବିଫଳତା ନେଇ ଅଧିକରୁ ଅଧିକ ଲୋକଙ୍କୁ ଜନସଂପର୍କ ପଦଯାତ୍ରା ମାଧ୍ୟମରେ ସଚେତନ କରିବ ବୋଲି ସ୍ଥିର କରିଛି ବିଜେଡି ।  

ଗତ ୧୫ ମାସରେ ରାଜ୍ୟର ସାମ୍ପ୍ରତିକ ସ୍ଥିତି ଓ ଜନବିରୋଧୀ କାର୍ଯ୍ୟ ସରକାରଙ୍କ ଅସଲ ଚରିତ୍ରକୁ ପଦାରେ ପକାଇଥିବା ଅଭିଯୋଗ କରିଛି ବିଜୁ ଜନତା ଦଳ । 

ନବୀନ ମୁଖ୍ୟମନ୍ତ୍ରୀ ଥିବା ସମୟରେ ବାରମ୍ବାର କେନ୍ଦ୍ରକୁ ଓଡ଼ିଶାର ନ୍ୟାଯ୍ୟ ଅଧିକାର ପାଇଁ ଦାବି କରି ଆସୁଥିଲେ । ହେଲେ ରାଜ୍ୟରେ ଏବେ ବିଜେପି ସରକାର ଥିବା ସତ୍ତ୍ବେ ଓଡ଼ିଶାକୁ କେନ୍ଦ୍ର ଅବହେଳା କରୁଥିବାରୁ ପ୍ରଶ୍ନ କରିଛି ବିଜେଡି । ଏହା ବିରୋଧରେ ବିଜେଡି ଲଢେଇ ଜାରି ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ଦଳୀୟ ସୁପ୍ରିମୋ ନବୀନ ପଟ୍ଟନାୟକ । ଲୋକଙ୍କ ପାଖକୁ ଯାଇ ରାଜ୍ୟବାସୀଙ୍କ ସ୍ବର ସାଜି ସମସ୍ତ ସମସ୍ୟାକୁ ନେଇ ବିଜେଡି ତୀବ୍ର ଲଢ଼େଇ କରିବାକୁ ସଜବାଜ ହେଉଛି ।