ଆସନ୍ତା ୨୭ ତାରିଖ ରବିବାର ବ୍ୟାଙ୍କ ଖୋଲା ରହିବ...

Sep 24, 2026 - 14:04
 4
ଆସନ୍ତା ୨୭ ତାରିଖ ରବିବାର ବ୍ୟାଙ୍କ ଖୋଲା ରହିବ...

ଗ୍ରାହକଙ୍କ ସୁବିଧା ଏବଂ ପ୍ରସ୍ତାବିତ ୩ ଦିନିଆ ବ୍ୟାଙ୍କ ଧର୍ମଘଟକୁ ଦୃଷ୍ଟିରେ ରଖି ରବିବାର ବ୍ୟାଙ୍କ ଖୋଲା ରଖିବାକୁ ନିଷ୍ପତ୍ତି ହୋଇଛି।

ବ୍ୟାଙ୍କ କର୍ମଚାରୀ ସଂଗଠନଗୁଡ଼ିକ ପକ୍ଷରୁ ସପ୍ତାହକୁ ଦୁଇ ଦିନ ଛୁଟି ଦାବି କରାଯାଉଛି। 

ଏହି ଦାବିକୁ ନେଇ ଆସନ୍ତା ୨୮ ତାରିଖରୁ ୩ ଦିନିଆ ବ୍ୟାଙ୍କ ଧର୍ମଘଟ ପାଇଁ ଡାକରା ଦିଆଯାଇଛି।

ଧର୍ମଘଟ ଯୋଗୁଁ ବ୍ୟାଙ୍କିଂ ସେବା ପ୍ରଭାବିତ ହେବାର ଆଶଙ୍କା ଥିବାରୁ, ତା’ ପୂର୍ବରୁ ରବିବାର ଦିନ ବ୍ୟାଙ୍କ ଖୋଲା ରଖାଯାଉଛି। 

ଏହା ଫଳରେ ଗ୍ରାହକମାନେ ଧର୍ମଘଟ ପୂର୍ବରୁ ନିଜର ଆବଶ୍ୟକ ବ୍ୟାଙ୍କିଂ କାର୍ଯ୍ୟ ସାରିପାରିବେ।

ତେବେ ୨୮ ତାରିଖରୁ ପ୍ରସ୍ତାବିତ ଧର୍ମଘଟ ଯୋଗୁଁ ଲଗାତାର ତିନି ଦିନ ବ୍ୟାଙ୍କ ଶାଖାରେ ସାଧାରଣ କାରବାର ପ୍ରଭାବିତ ହୋଇପାରେ। 

ତେଣୁ ଗ୍ରାହକମାନଙ୍କୁ ଜରୁରୀ ବ୍ୟାଙ୍କିଂ କାମ ଆଗୁଆ ସାରିନେବାକୁ ପରାମର୍ଶ ଦିଆଯାଇଛି।