ବିଦ୍ୟା ଓ ଜ୍ଞାନ ଅର୍ଜନ କରିବା ସହଜ ହୋଇପାରେ ମାତ୍ର ଜଣେ ଵିଵେକୀ ସାଧୁ ହୋଇପାରିବ ନାହିଁ... (ଠକାମୀର ନଗ୍ନ ଚିତ୍ର)...

Apr 3, 2026 - 23:27
 23
ବିଦ୍ୟା ଓ ଜ୍ଞାନ ଅର୍ଜନ କରିବା ସହଜ ହୋଇପାରେ ମାତ୍ର ଜଣେ ଵିଵେକୀ ସାଧୁ ହୋଇପାରିବ ନାହିଁ... (ଠକାମୀର ନଗ୍ନ ଚିତ୍ର)...

ବିଦ୍ୟା ଓ ଜ୍ଞାନ ଅର୍ଜନ କରିବା ସହଜ ହୋଇପାରେ ମାତ୍ର ଜଣେ ଵିଵେକୀ ସାଧୁ ହୋଇପାରିବ ନାହିଁ... (ଠକାମୀର ନଗ୍ନ ଚିତ୍ର)...

ଅମିତା ସିଂ ତୋମାର।ମଧ୍ଯ ପ୍ରଦେଶର ମହିଳା ପ୍ରଶାସନିକ ଅଫିସର୍,ତହସିଲଦାର।  

ଏକଦା ଅମିତାଭ ବଚ୍ଚନଙ୍କ ଦ୍ବାରା ସଂଚାଳିତ ହେଉଥିବା ଲୋକପ୍ରିୟ ଟିଭି ଶୋ କୌନ ବନେଗା କରୋଡପତି (KBC)ରେ ଭାଗ ନେଇ ନିଜର ପ୍ରଚଣ୍ଡ ପ୍ରଜ୍ଞା ପ୍ରଦର୍ଶନ କରି ରେ ନିଜର ଜ୍ଞାନ ଓ ବୁଦ୍ଧିମତା ବଳରେ ୫୦ ଲକ୍ଷ ଟଙ୍କା ବିଜୟୀ ହୋଇଥିବା ଅମିତା ମାଡ଼ାମଙ୍କୁ ପୋଲିସ ଗ୍ୱାଲିଅର୍ ରୁ ଗିରଫ କରିଛି। 

କାରଣ ୨୦୨୧ ମସିହାରେ ଶ୍ୟୋପୁର ଜିଲ୍ଲାର ବରୋଦା ତହସିଲରେ ଭୀଷଣ ବନ୍ୟା ଆସିଥିଲା ବେଳେ ସରକାରୀ ସହାୟତା ରାଶି ବିତରଣ ସମୟରେ ବ୍ୟାପକ ଦୁର୍ନୀତି ହୋଇଥିଲା। 

ତତ୍କାଳୀନ ତହସିଲଦାର ଅମିତା ସିଂହ ତୋମାର୍ ନିଜ ସମ୍ପର୍କୀୟ ଓ ବଛା ବଛା ଖାସ୍ ଲୋକ ମାନଙ୍କ ୧୨୭ ଟି ଆକାଉଣ୍ଟ ରେ ପାଖାପାଖି ୨.୫୭ କୋଟି ଟଙ୍କା ଟ୍ରାନ୍ସଫର୍ କରିଦେଇଥିଲେ। ଖୋଳତାଡ ଓ ତଦନ୍ତ ବେଳେ ସବୁ ହେରାଫେରିର ପ୍ରମାଣ ମିଳିଯାଇଥିଲା।

????ଜଣେ ପାଠପଢି ବିଦ୍ୟା ଓ ଜ୍ଞାନ ଅର୍ଜନ କରିପାରେ। ମାତ୍ର ସାଧୁତା ଅର୍ଜନ ନକଲେ ଜୀବନ ଏହିପରି ନଷ୍ଟ ଗତି ପ୍ରାପ୍ତ ହୋଇଥାଏ।

????ଅନ୍ତର୍ନିହିତ ଚେତନାର ଜାଗରଣ ନହେଲେ ଜଣେ ବିବେକି,ସାଧୁ ହୋଇପାରିବ ନାହିଁ। 

ଆଉ ଆମ ଦେଶର ଏଭଳି ଶିକ୍ଷା ବ୍ୟବସ୍ଥା, ଯାହା ଜଣକୁ ଶିଖିତ ଓ ଜ୍ଞାନୀ କରିପାରେ, ମାତ୍ର ସାଧୁ କରିବା ପାଇଁ ଏଯାଏଁ ସମର୍ଥ ହୋଇ ପାରି ନାହିଁ। 

ସଂଗୃହିତ - "ଆଶା ଭରସା", ଚିର ସବୁଜ ଖବର କାଗଜ : www.avnews24.in