ବିଭାଗୀୟ ମନ୍ତ୍ରୀ ସହରୀ ବିକାଶ ଯୋଜନାକୁ ନେଇ ଯାହା କୁହନ୍ତି...
ମୁଖ୍ୟମନ୍ତ୍ରୀ ସହରୀ ବିକାଶ ଯୋଜନା (MSBY)...
ଓଡ଼ିଶାର ସହରଗୁଡ଼ିକରେ ଆଧୁନିକ ତଥା ଉନ୍ନତ ଭିତ୍ତିଭୂମି ସୃଷ୍ଟି କରିବା ଏବଂ ସହରକୁ ସମୃଦ୍ଧ-ସୁନ୍ଦର କରିବା ଏହି ଯୋଜନାର ଲକ୍ଷ୍ୟ।
ଏହି ଯୋଜନାରେ ପାଞ୍ଚ ବର୍ଷ ପାଇଁ ବ୍ୟୟ ବରାଦ ୬୦୦୦ କୋଟି ଟଙ୍କା ରଖାଯାଇଛି। ଏଥିମଧ୍ୟରୁ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ୧୨୦୦ କୋଟି ଟଙ୍କାର ବ୍ୟୟ ବରାଦ ହୋଇଛି.
ଏହି ଆର୍ଥିକ ବର୍ଷରେ ୭୮୦୦ ରୁ ଅଧିକ ପ୍ରକଳ୍ପ ଅନୁମୋଦିତ ହୋଇଛି, ଏଥିମଧ୍ୟରୁ ୨୦୦ ରୁ ଅଧିକ ପ୍ରକଳ୍ପ ଯାହାର ମୂଲ୍ୟ ୧ କୋଟିରୁ ଅଧିକ
ଏଥି ମଧ୍ୟରୁ ଆଜି ୧୮୧ ଗୋଟି ପ୍ରକଳ୍ପ ର ଶୁଭ ଉଦ୍ଘାଟନ କରାଯାଉଛି ଏବଂ ୬୮୧ ଗୋଟି ପ୍ରକଳ୍ପର ଶିଳାନ୍ୟାସ କରାଯାଉଛି ।
ଏପର୍ଯ୍ୟନ୍ତ ୪୬୮୫ ପ୍ରକଳ୍ପ ପାଇଁ ଟେଣ୍ଡର ଜାରି କରାଯାଇଛି ଏବଂ ୨୭୩୫ ପ୍ରକଳ୍ପକୁ କାର୍ଯ୍ୟାଦେଶ (Work Order) ଦିଆଯାଇଛି।
ଏହି ଯୋଜନା ଅଧୀନରେ ୧୦୦ ରୁ ଅଧିକ ଗୋଶାଳା,
୪୦ ରୁ ଅଧିକ Office building,
୧୦୦ ରୁ ଅଧିକ ମାର୍କେଟ କମ୍ପ୍ଲେକ୍ସ ଏବଂ
୧୦ ରୁ ଅଧିକ EV Charging Stations ଅନୁମୋଦିତ ହୋଇଛି।
ଅବଶିଷ୍ଟ ପ୍ରକଳ୍ପଗୁଡ଼ିକର କାମ ଶୀଘ୍ର ଆରମ୍ଭ ହେବ।
“ସୁନ୍ଦର, ସୁସ୍ଥ ଓ ସମୃଦ୍ଧ ସହର – ନୂତନ ଓଡ଼ିଶାର ଦିଗରେ ଏକ ମହତ୍ୱପୂର୍ଣ୍ଣ ପଦକ୍ଷେପ।”