ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ ଅବସରରେ Dr ସରିତା ଙ୍କ ଆହ୍ୱାନ...
ମାନସିକ ସ୍ୱାସ୍ଥ୍ୟ ଆମ ଜୀବନର ଏକ ଅଭିନ୍ନ ଅଙ୍ଗ ଅଟେ। ଏକ ସୁସ୍ଥ, ସବଳ ଏବଂ ସମ୍ୟକ୍ ମାନସିକ ସ୍ୱାସ୍ଥ୍ୟ କେବଳ ବ୍ୟକ୍ତିଗତ ଭାବେ ନୁହେଁ, ବରଂ ପରିବାର, ସମାଜ, ରାଷ୍ଟ୍ର ଓ ସମଗ୍ର ବିଶ୍ୱ ପ୍ରତି ମହତ୍ୱପୂର୍ଣ୍ଣ ଭୂମିକା ବହନ କରିଥାଏ।
ଦୁଃଖର କଥା ହେଉଛି — ଆଜିର ଦୁନିଆରେ ଜନ୍ମରୁ ଆରମ୍ଭ କରି ମୃତ୍ୟୁ ପର୍ଯ୍ୟନ୍ତ, ଅନେକ ଲୋକ ମାନସିକ ରୋଗର ଶିକାର ହେଉଛନ୍ତି।
ପୃଥିବୀରେ ପ୍ରାୟ ୯୭ କୋଟି ଲୋକ ମାନସିକ ଅସୁସ୍ଥତାରେ ପୀଡିତ — ଯେଉଁଠି ଅନେକ ମଣିଷ ନିରବତାରେ ଯନ୍ତ୍ରଣା ଭୋଗୁଛନ୍ତି।
କିନ୍ତୁ ମାନସିକ ଅସୁସ୍ଥତା ଲଜ୍ଜାର କଥା ନୁହେଁ — ଏହା ହେଉଛି ଏକ ଆହ୍ୱାନ - ଜାଗୃତି, ସହାନୁଭୂତି ଓ ସହଯୋଗର।
ଏହା ଜାଣିବା ଯୋଗ୍ୟ ଯେ, ମାନସିକ ରୋଗ ବିଭିନ୍ନ କାରଣରୁ ହୋଇପାରେ: ଶାରୀରିକ, ମାନସିକ, ପାରିବେଶିକ, ଜୈବ ଓ ସ୍ନାୟବିକ ବିକାର, ସାମାଜିକ ଉତ୍ପୀଡ଼ନ, ବଂଶାନୁଗତ ଇତ୍ୟାଦି I
ତଥାପି ସଠିକ ସମୟ ରେ ଯଦି ଏହାର ଆବିଳମ୍ବ ଓ ସଠିକ ଚିନ୍ହଟିକରଣ କରାଯାଇ, ଉପଯୁକ୍ତ ଚିକିତ୍ସା କରାଯାଏ, ତେବେ ଅନେକ ପ୍ରକାରର କଷ୍ଟସାଧ୍ୟ ମାନସିକ ରୋଗ କୁ ମଧ୍ୟ ଦୂର କରାଯାଇପାରେ I
ପ୍ରତି ବର୍ଷ ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ, ଅକ୍ଟୋବର ୧୦ ତାରିଖ ଦିନ ପାଳନ କରାଯାଏ I
ଚଳିତ ବର୍ଷ ଏହି ଦିବସ ର ପ୍ରଧାନ ବିଷୟ ହେଉଛି: “Access to Services: Mental Health in Catastrophes and Emergencies”
(ଆପାତକାଳ ଏବଂ ସଂକଟ ସମୟରେ ମାନସିକ ସ୍ୱାସ୍ଥ୍ୟ ସମ୍ବର୍ଦ୍ଧନ) I
ଆପାତକାଳୀନ ସମୟ, ଯେପରି ନାଗରିକ ବିପଦ, ବୃଷ୍ଟି, ଭୂମିକମ୍ପ, ଆକ୍ସିଡେଣ୍ଟ କିମ୍ବା ସଂକଟ ହୁଏ, ସେତେବେଳେ ମାନସିକ ସ୍ୱାସ୍ଥ୍ୟର ଉପେକ୍ଷା ହେବା ଭୟଙ୍କର ପରିଣାମ ଦେଇପାରେ। ଏହି ସମୟରେ ସମସ୍ତଙ୍କ ପାଇଁ ସୁସ୍ଥ ମାନସିକ ସହାୟତା ଉପଲବ୍ଧ ହେବା ଅତ୍ୟନ୍ତ ଆବଶ୍ୟକ।
ମାନସିକ ସ୍ୱାସ୍ଥ୍ୟ ହେଉଛି ଆମ ଜୀବନର ମୂଳ ଭିତି — ଯାହା ଆମର ଦୈନନ୍ଦିନ କାମ, ପରିବାର, ସମ୍ପର୍କ ଓ ସମାଜ ଜୀବନକୁ ସୁସ୍ଥ ଓ ସମତୋଳିତ ରଖେ।
ଯଥାର୍ଥ ସମୟରେ ସଚେତନତା, ଆବଶ୍ୟକ ସେବା ପ୍ରବେଶ, ପରାମର୍ଶ, ଯଥାଶୀଘ୍ର ଚିକିତ୍ସା ଓ ସମଗ୍ର ହସ୍ତକ୍ଷେପ ମାନସିକ ରୋଗର ନିରାକରଣ ଓ ପ୍ରତିରୋଧରେ ଏହା ନିର୍ଣ୍ଣାୟକ ଭାବେ ପ୍ରଭାବ ପକାଏ।
ଏହି ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ ରେ ସଂକଲ୍ପିତ ହେବା ଯେ ମାନସିକ ସ୍ୱାସ୍ଥ୍ୟ ପ୍ରବନ୍ଧନ ନିମନ୍ତେ ଆମ ଆହାର, ବିହାର, ଚିନ୍ତନ, ବ୍ୟବହାର, ବ୍ୟକ୍ତିତ୍ୱ, ମାନସିକତା କୁ ସକାରାତ୍ମକ ପଥ ରେ ଅଗ୍ରଗାମୀ କରି; ଜଣେ ଅନ୍ୟଜଣଙ୍କ ପ୍ରତି ସମଭାବ, ସୌହାର୍ଦ୍ୟପୁର୍ଣ ଭାବନା, ମାନବିକତା, ଆତ୍ମିୟତା ଏବଂ ସମବେଦନା ସହିତ ଏହି ଧରା କୁ ଆଲୋକିତ କରିବା I
ମାନସିକ ବିକାର କୁ ନୀରବତା ରେ ନ ସହି, କିମ୍ବା ଉପେକ୍ଷା ନ କରି, ଅବିଳମ୍ବେ ମାନସିକ ରୋଗ ବିଶେଷଜ୍ଞଙ୍କ ଠାରୁ ଚିକିତ୍ସା ପ୍ରାପ୍ତ କରିବା I