୧୬ଟି ଔଷଧ ଉପରେ ଲାଗିଲା ସରକାରଙ୍କ ପ୍ରତିବନ୍ଧକ...
୧୬ଟି ଔଷଧ ଉପରେ ଲାଗିଲା ସରକାରଙ୍କ ପ୍ରତିବନ୍ଧକ...
ରୋଗୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି।
ବଜାରରେ ବିକ୍ରି ହେଉଥିବା ୧୬ଟି ଫିକ୍ସଡ୍ ଡୋଜ୍ କମ୍ବିନେସନ୍ (FDC) ଔଷଧର ଉତ୍ପାଦନ, ବିକ୍ରି ଏବଂ ବିତରଣ ଉପରେ ପ୍ରତିବନ୍ଧକ ଲଗାଯାଇଛି।
ଡ୍ରଗ୍ସ ଆଣ୍ଡ୍ କସମେଟିକ୍ସ ଆକ୍ଟ ୧୯୪୦ର ଧାରା ୨୬ (କ) ଅନୁଯାୟୀ ସରକାର ଏହି କାର୍ଯ୍ୟାନୁଷ୍ଠାନ ନେଇଛନ୍ତି।
ବ୍ୟାନ୍ ର ମୁଖ୍ୟ କାରଣ ବିଶେଷଜ୍ଞ କମିଟି, ଡ୍ରଗ୍ସ ଟେକ୍ନିକାଲ ଆଡଭାଇଜରୀ ବୋର୍ଡ (DTAB) ଏବଂ ଏହାର ଉପ- ସମିତି ଦ୍ୱାରା କରାଯାଇଥିବା ସମୀକ୍ଷାରୁ ଜଣାପଡ଼ିଛି ଯେ, ଏହି ଔଷଧଗୁଡ଼ିକର କୌଣସି ଦୃଢ଼ ଚିକିତ୍ସା ଆଧାର ନାହିଁ।
ଏହି କମ୍ବିନେସନ୍ ଦ୍ୱାରା ରୋଗୀଙ୍କୁ କୌଣସି ଅତିରିକ୍ତ ଲାଭ ମିଳିବାର ବୈଜ୍ଞାନିକ ପ୍ରମାଣ ମଧ୍ୟ ନାହିଁ ବରଂ ଏହା ଦ୍ୱାରା ଶରୀର ପ୍ରତି ବିପଦ ବଢ଼ିପାରେ।
କେଉଁ ସବୁ ଔଷଧ ହେଲା ବ୍ୟାନ୍ ?
ବ୍ୟାନ୍ ହୋଇଥିବା ୧୬ଟି ଔଷଧ ମଧ୍ୟରେ ଅନେକ ଜରୁରୀ ଆଣ୍ଟିବାୟୋଟିକ୍, ପେଟ ଯନ୍ତ୍ରଣା ସହ ଜଡ଼ିତ ଔଷଧ ଏବଂ ମଧୁମେହ ବା ଡାଇବେଟିସ୍ ଔଷଧ ରହିଛି।
ସେଗୁଡ଼ିକ ମଧ୍ୟରୁ କେତେକ ମୁଖ୍ୟ ଔଷଧ ହେଲା: ଆଣ୍ଟିବାୟୋଟିକ୍ କମ୍ବିନେସନ୍: Amoxicillin + Serratiopeptidase, Cefuroxime + Serratiopeptidase ଏବଂ Cefadroxyl + Probenecid ପେଟ ଯନ୍ତ୍ରଣା ଔଷଧ: Dicyclomine + Paracetamol + Clidinium Bromide ଡାଇବେଟିସ୍ ଔଷଧ: Gliclazide + Chromium Picolinate (ଚିକିତ୍ସା ଗାଇଡଲାଇନରେ ଏହି କମ୍ବିନେସନକୁ ବ୍ୟବହାର କରିବା ପାଇଁ କୌଣସି ସୁପାରିଶ ନାହିଁ) ସରକାରଙ୍କ କହିବା ଅନୁଯାୟୀ, ରୋଗୀଙ୍କ ସୁରକ୍ଷା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଏବଂ କେବଳ ବୈଜ୍ଞାନିକ ଆଧାର ଥିବା ସୁରକ୍ଷିତ ଔଷଧକୁ ହିଁ ବଜାରରେ ବିକ୍ରି ପାଇଁ ଅନୁମତି ଦିଆଯିବ।