ବ୍ରହ୍ମପୁର ସହରରେ ଗଡ଼ିବ ୧୦୦ "ଆମ ବସ୍', ୮ଟି ରୁଟରେ ଚାଲିବ...

Dec 24, 2025 - 17:47
 4
ବ୍ରହ୍ମପୁର ସହରରେ ଗଡ଼ିବ ୧୦୦ "ଆମ ବସ୍', ୮ଟି ରୁଟରେ ଚାଲିବ...

ନୂଆ ବର୍ଷରେ ବ୍ରହ୍ମପୁର ସହରରୁ ୮ଟି ରୁଟରେ ଚାଲିବାକୁ ନୂଆ ଆମ ବସ୍‌ ଯୋଗାଇ ଦେବେ ରାଜ୍ୟ ସରକାର । 

ବ୍ରହ୍ମପୁରରୁ ଗୋପାଳପୁର, ଛତ୍ରପୁର, ପୁରୁଷୋତ୍ତମପୁର, ଆସ୍କା, ହିଞ୍ଜିଳି, ଦିଗପହଣ୍ଡି, ଚିକିଟି ଓ ସୋନାପୁରକୁ ଗଡ଼ିବ ବସ୍ । ‘କ୍ରୁଟ୍‌’ ଜରିଆରେ ଏହି ବସ୍‌ କିଣାଯିବ। ଜାନୁଆରି ୧୫ ସୁଦ୍ଧା ପ୍ରଥମ ପର୍ଯ୍ୟାୟରେ ୫୦ଟି ବସ୍‌ ଆସିବ

ବ୍ରହ୍ମପୁରକୁ ମିଳିବ ନୂଆବର୍ଷ ଭେଟି। ସହରରେ ଗଡ଼ିବ ୧୦୦ ନୂଆ ବସ୍‌। ଭିତ୍ତିଭୂମି ସଜାଡ଼ିବାକୁ ସର୍ଭେ ଆରମ୍ଭ ହୋଇଥିଲା ବେଳେ ଜାନୁଆରି ୧୫ ସୁଦ୍ଧା ଏହି ନୂଆ ବସ୍‌ ଚାଲିବ ।

ବ୍ରହ୍ମପୁର ସହରରେ ଏବେ ବି ଗଡ଼ୁଛି ଭଡ଼ା ସାଇକେଲ୍‌ : ବେପାର କମିଛି, ହେଲେ କମିନି ଚାହିଦା

ନୂଆ ବର୍ଷରେ ବ୍ରହ୍ମପୁର ସହରରୁ ୮ଟି ରୁଟରେ ଚାଲିବାକୁ ନୂଆ ଆମ ବସ୍‌ ଯୋଗାଇ ଦେବେ ରାଜ୍ୟ ସରକାର । ବ୍ରହ୍ମପୁରରୁ ଗୋପାଳପୁର, ଛତ୍ରପୁର, ପୁରୁଷୋତ୍ତମପୁର, ଆସ୍କା, ହିଞ୍ଜିଳି, ଦିଗପହଣ୍ଡି, ଚିକିଟି ଓ ସୋନାପୁରକୁ ଗଡ଼ିବ ବସ୍ । 

‘କ୍ରୁଟ୍‌’ ଜରିଆରେ ଏହି ବସ୍‌ କିଣାଯିବ। ଜାନୁଆରି ୧୫ ସୁଦ୍ଧା ପ୍ରଥମ ପର୍ଯ୍ୟାୟରେ ୫୦ଟି ବସ୍‌ ଆସିବ। 

ବସ୍‌ ରହଣି ଲାଗି ସର୍ଭେ ଆରମ୍ଭ ହୋଇଥିଲା ବେଳେ କିଛି ନୂଆ ବସ୍‌ ଷ୍ଟପ୍‌ ବି ନିର୍ମାଣ ହେବ। ଏଥିପାଇଁ ଜମି ଯୋଗାଇବେ ବ୍ରହ୍ମପୁର ଉନ୍ନୟନ କର୍ତ୍ତୃପକ୍ଷ।

ହଳଦିଆପଦର, ଛତ୍ରପୁର ଓ ଗୋପାଳପୁର ବସଷ୍ଟାଣ୍ଡରେ ଡିପୋ ପ୍ରସ୍ତୁତ ହେବ। 

ବସ୍‌ ରହଣିସ୍ଥଳରେ କର୍ମଚାରୀଙ୍କ ପାଇଁ ରାତ୍ରିଯାପନ ଓ ବିଶ୍ରାମ ସୁବିଧା ରହିବ। 

ସହରରେ ପ୍ରାୟ ୨୦ଟି ଯାତ୍ରୀ ରହଣିସ୍ଥଳ ସହ ୪/୫ଟି ଆଦର୍ଶ କ୍ୟୁ ସେଣ୍ଟର ରହିବ। ଅଧିକାଂଶ ବ୍ୟାଟେରି ଚାଳିତ ବସ୍‌ ହୋଇଥିବାରୁ ସ୍ବତନ୍ତ୍ର ଇଭି ଚାର୍ଜିଂ ଷ୍ଟେସନ୍ ପ୍ରସ୍ତୁତ କରାଯିବ। 

ସେପଟେ ବସ୍‌ ଗଡ଼ିବା ପୂର୍ବରୁ ସହର ରାସ୍ତାକୁ ଓସାରିଆ ଓ ବିକଶିତ କରିବାକୁ ଦାବି କରିଛନ୍ତି ସହରବାସୀ।

‘ଆମ ବସ୍’ ଯୋଜନାରେ ୫୦ଟି ଓ ‘ପିଏମ୍‌-ସେବା’ ଯୋଜନାରେ ଆଉ ୫୦ଟି ବସ୍ କିଣାଯିବ। 

ଏହି ବସ୍‌ ପରିଚାଳନା ‘କ୍ରୁଟ୍‌’ ହାତରେ ରହିଲେ ବି ତଦାରଖ କରିବେ ବ୍ରହ୍ମପୁର ଉନ୍ନୟନ କର୍ତ୍ତୃପକ୍ଷ।