ମୁଖ୍ୟ ଶାସନ ସଚିବଙ୍କ ଅଧ୍ଯକ୍ଷତାରେ ପ୍ରଧାନମନ୍ତ୍ରୀ ଧନ-ଧାନ୍ୟ କୃଷି ଯୋଜନା କାର୍ଯ୍ୟାନ୍ବୟନ ନିମନ୍ତେ ୧ମ ରାଜ୍ୟ ସ୍ତରୀୟ ବୈଠକ ଅନୁଷ୍ଠିତ

Dec 24, 2025 - 19:13
 3
ମୁଖ୍ୟ ଶାସନ ସଚିବଙ୍କ ଅଧ୍ଯକ୍ଷତାରେ ପ୍ରଧାନମନ୍ତ୍ରୀ ଧନ-ଧାନ୍ୟ କୃଷି ଯୋଜନା କାର୍ଯ୍ୟାନ୍ବୟନ ନିମନ୍ତେ ୧ମ ରାଜ୍ୟ ସ୍ତରୀୟ ବୈଠକ ଅନୁଷ୍ଠିତ

ମୁଖ୍ୟ ଶାସନ ସଚିବଙ୍କ ଅଧ୍ଯକ୍ଷତାରେ

ପ୍ରଧାନମନ୍ତ୍ରୀ ଧନ-ଧାନ୍ୟ କୃଷି ଯୋଜନା କାର୍ଯ୍ୟାନ୍ବୟନ ନିମନ୍ତେ

୧ମ ରାଜ୍ୟ ସ୍ତରୀୟ ବୈଠକ ଅନୁଷ୍ଠିତ

ଭୁବନେ ବନେଶ୍ବର, ତା-୨୪ /୧୨/୨୦୨୫

ଓଡ଼ିଶାରେ ପ୍ରଧାନମନ୍ତ୍ରୀ ଧନ-ଧାନ୍ୟ କୃଷି ଯୋଜନା(ପିଏମଡିଡିକେଓ୍ବାଇ)ର କାର୍ଯ୍ୟାନ୍ବୟନ ସଂପର୍କରେ ୧ମ ରାଜ୍ୟସ୍ତରୀୟ ବୈଠକ ଗତକାଲି ମଙ୍ଗଳବାର ଲୋକସେବ ସବା ଭବନ ସ୍ଥିତ ସମ୍ମିଳନୀ କକ୍ଷରେ ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ସୂଚନା ଯୋଗ୍ୟ ଯେ, ଭାରତ ସରକାର ୧୧ ଅକ୍ଟୋବର ୨୦୨୫ ରେ ପ୍ରଧାନମନ୍ତ୍ରୀ ଧନ-ଧାନ୍ୟ କୃଷି ଯୋଜନା ଶୁଭାରମ୍ଭ କରିଛନ୍ତି । ଏହି ପଦକ୍ଷେପ ଅନୁଯାୟୀ ଦେଶରେ କମ୍ ଉତ୍ପାଦନ ହେଉଥିବା , ମଧ୍ୟମ ଧରଣର ଫସଲ ବ୍ୟାପକତା ଥିବା ଏବଂ ଚାଷୀଙ୍କର ଋଣ ଯୋଗ୍ୟତା ସୂଚକାଙ୍କ ସାଧାରଣ ମାନକଠାରୁ କମ୍ ଥୁବା ଦେଶର ୧୦୦ ଟି ଜିଲ୍ଲା ସ୍ଥାନ ପାଇଛନ୍ତି । ଓଡ଼ିଶାରେ ମାଲକାନଗିରି, ନୂଆପଡ଼ା, କନ୍ଧମାଳ ଓ ସୁନ୍ଦରଗଡ଼ ଜିଲ୍ଲାକୁ ଏଥିରେ ଅନ୍ତର୍ଭୁକ୍ତ କରାଯାଇଛି ।

ଭାରତ ସରକାରଙ୍କ ସଂପର୍କିତ କାର୍ଯ୍ୟକାରୀ ହେଉଥ‌ିବା ୯ ଟି ବିଭିନ୍ନ ବିଭାଗର ୩୬ ଟି ଯୋଜନା ଓଡ଼ିଶାରେ ସଂଯୋଜିତ (କନଭର୍ଜେନ୍ସ ) ମୋଡରେ କାର୍ଯ୍ୟକାରୀ ହେବ । କୃଷି ଓ କୃଷକ ସଶକ୍ତିକରଣ ବିଭାଗର ୧୮ ଟି, ମତ୍ସ୍ୟ ଓ ପ୍ରାଣୀ ସଂପଦ ବିଭାଗର ୮ ଟି, ସମବାୟ ବିଭାଗର ୩ଟି, ଜଳ ସଂପଦ ବିଭାଗ, ଶିଳ୍ପ ବିଭାଗ, ଗ୍ରାମ୍ୟ ଉନ୍ନୟନ ବିଭାଗ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ, ଏମଏସଏମଇ ବିଭାଗ ଏବଂ ଓୟୁଏଟି ପ୍ରତ୍ୟେକରୁ ୧ ଟି ଲେଖାଏଁ ଏହିପରି ମୋଟ ୩୬ ଟି ଯୋଜନା ସଂଯୋଜିତ ହୋଇ ସଂପୂକୁ ଜିଲ୍ଲାର ସାମଗ୍ରିକ ବିକାଶ ପାଇଁ କାର୍ଯ୍ୟକାରୀ ହେବ । ବିଶେଷ କରି କେନ୍ଦ୍ର ସରକାରଙ୍କ ବିଭିନ୍ନ ବିଭାଗୱାରୀ କେଉଁ ଯୋଜନାଗୁଡ଼ିକ ସଂଯୋଜିତ ହୋଇ ପିଏମଡିଡିକେଓ୍ବାଇରେ କାର୍ଯ୍ୟକାରୀ ହେବ, ସେ ସଂପର୍କରେ ବୈଠକରେ ବିସ୍ତୃତ ଆଲୋଚନା କରାଯାଇଥିଲା । ଭାରତ ସରକାରଙ୍କ କୃଷି ଓ କୃଷକ କଲ୍ୟାଣ ମନ୍ତ୍ରାଳୟ, ବିଭିନ୍ନ ମନ୍ତ୍ରାଳୟ ଓ ବିଭାଗ ସହିତ ସମନ୍ବୟ ରଖ୍ ଏହି ପଦକ୍ଷେପର କାର୍ଯ୍ୟକାରିତା ନେଇ ପ୍ରମୁଖ ଭୂମିକା ନିର୍ବାହ କରିବ । ଏହି କାର୍ଯ୍ୟକ୍ରମକୁ ନୀତି ଆୟୋଗ ନିୟମିତ ସମୀକ୍ଷା କରୁଛନ୍ତି ।

ଏହି ଯୋଜନାର ପଦକ୍ଷେପରେ ପ୍ରମୁଖ ଲକ୍ଷ୍ୟ ହେଉଛି କୃଷକମାନଙ୍କୁ ଫସଲ ବିବିଧ‌ିକରଣ, ସ୍ଥାୟୀ କୃଷି ଅଭ୍ୟାସ ଆପଣାଇବା ପାଇଁ ପରାମର୍ଶ, ପଞ୍ଚାୟତ ଓ ବ୍ଲକ ସ୍ତରରେ ଅମଳ ପରବର୍ତ୍ତୀ ଫସଲ ସଂରକ୍ଷଣ ବ୍ୟବସ୍ଥା ବୃଦ୍ଧି କରିବା, ସେସବୁ ଅଂଚଳରେ ଜଳସେଚନ ସୁବିଧା ବୃଦ୍ଧି କରିବା, କୃଷକମାନଙ୍କୁ ଦୀର୍ଘ ମିଆଦୀ ଏବଂ ସ୍ବଳ୍ପ ମିଆଦୀ

ଋଣ ଯୋଗାଇ ଦେଇ ସେମାନଙ୍କର ଆର୍ଥିକ ଅଭିବୃଦ୍ଧି କରିବା ।

ରାଜ୍ୟ କୃଷି ଓ କୃଷକ ସଶକ୍ତି କରଣ ବିଭାଗ ତରଫରୁ ଆହୂତ ଏହି ବୈଠକରେ ବିଭାଗର ପ୍ରମୁଖ ଶାସନ ସଚିବ ଡଃ. ଅରବିନ୍ଦ କୁମାର ପାଢ଼ୀ, କୃଷି ନିର୍ଦ୍ଦେଶକ ଶ୍ରୀ ଶୁଭମ୍ ସକ୍ସେନାଙ୍କ ସମେତ ସଂପୂକୁ ବିଭିନ୍ନ ବିଭାଗର ଉଚ୍ଚ ପଦାଧିକାରୀମାନେ ଉପସ୍ଥିତ ଥିଲେ । ବୈଠକରେ ସଂପୂକୁ ଜିଲ୍ଲାର ଜିଲ୍ଲାପାଳମାନେ ଆଭାସୀ ମାଧ୍ୟମରେ ଯୋଗଦେଇ ନିଜ ନିଜ ଜିଲ୍ଲାରେ ପ୍ରସ୍ତୁତି ସଂପର୍କରେ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

ଏହି ଯୋଜନାର କାର୍ଯ୍ୟକାରିତା ପାଇଁ ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କ ଅଧ୍ଯକ୍ଷତାରେ ରାଜ୍ୟ ସ୍ତରୀୟ କମିଟି ଗଠନ ହୋଇସାରିଥ‌ିବା ବେଳେ ସଂପୂକୁ ବିଭିନ୍ନ ବିଭାଗର ଅତି ଅତିରିକୁ ମୁଖ୍ୟ ଶାସନ ସଚିବ, କମିଶନର ତଥା ଶାସନ ସଚିବ, ନାବାର୍ଡ କର୍ତ୍ତୃପକ୍ଷ ପ୍ରମୁଖ ସଦସ୍ୟ ରହିଛନ୍ତି । ସେହିପରି ଜିଲ୍ଲାସ୍ତରୀୟ କମିଟିରେ ଜିଲ୍ଲାପାଳମାନେ ଜିଲ୍ଲା କମିଟିର ଅଧ୍ୟକ୍ଷ ଏବଂ ଜିଲ୍ଲାସ୍ତରୀୟ ବିଭାଗୀୟ ଅଧିକାରୀଙ୍କ ସମେତ କୃଷକ ପ୍ରତିନିଧୂ ଓ ଅନ୍ୟ ସଦସ୍ୟମାନେ ରହିଛନ୍ତି । ରାଜ୍ୟ କମିଟି ଜିଲ୍ଲାମାନଙ୍କୁ ଏହି ଯୋଜନାର କାର୍ଯ୍ୟକାରିତା ନେଇ ନିୟମିତ ତଦାରଖ କରିବେ । ଜିଲ୍ଲାସ୍ତରରେ ଯୋଜନା ଓ କାର୍ଯ୍ୟକାରିତା ତଦାରଖ ହେବ ।

ଭାରତ ସରକାରଙ୍କ ବିଭିନ୍ନ ବିଭାଗରେ ଅବସ୍ଥାପିତ ଅଭିଜ୍ଞ ଭାରତୀୟ ପ୍ରଶାସନିକ ସେବା ଅଧୂକାରୀଙ୍କୁ ଓଡ଼ିଶାର ବିଭିନ୍ନ ଜିଲ୍ଲାପାଇଁ କେନ୍ଦ୍ରୀୟ ନୋଡାଲ ଅଧକାରୀ ଦାୟିତ୍ୱ ଦିଆଯାଇଛି, ସେମାନେ କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ସଂପୂକୁ ବିଭାଗ ଏବଂ ନୀତି ଆୟୋଗ ସହିତ ସମନ୍ବୟ ରଖ୍ ଜିଲ୍ଲା ଆକ୍ସନ ପ୍ଲାନ ଅନୁସାରେ ଜିଲ୍ଲାରେ କୃଷି ଓ ଆନୁଷଙ୍ଗିକ କ୍ଷେତ୍ରର ଅଗ୍ରଗତି ସମୀକ୍ଷା କରିବା ସହିତ ଯୋଜନାର ବାସ୍ତବ ସ୍ମୃତି ଓ ଆର୍ଥକ ବ୍ୟବସ୍ଥା ସଂପର୍କିତ ସମୀକ୍ଷା କରିବେ । ଏଥିପାଇଁ ରାଜ୍ୟ ସ୍ତରରେ ସଂପୂକୁ ବିଭାଗରୁ ଏବଂ ଜିଲ୍ଲା ସ୍ତରରେ ନୋଡାଲ ଅଧୂକାରୀ ପଦନାମିତ କରିବାକୁ ଅନୁରୋଧ କରାଯାଇଛି ।

ବୈଠକରେ କୃଷି ବିଭାଗ ପ୍ରମୁଖ ଶାସନ ସଚିବ ଡଃ, ପାଢୀ କହିଛନ୍ତି ଯେ, ଏହା ଦ୍ବାରା ଜନଜାତି ବହୁଳ ଅଂଚଳ, ଆଂକାକ୍ଷୀ ଜିଲ୍ଲା, ଆକାଂକ୍ଷୀ ବ୍ଲକର କାର୍ଯ୍ୟକ୍ରମ ଗୁଡ଼ିକ ବିକାଶ ତ୍ୱରାନ୍ବିତ ହେବ । କୃଷି ଓ କୃଷକ ସଶକ୍ତିକରଣ ବିଭାଗର ବିଭିନ୍ନ ଯୋଜନା ଓ କାର୍ଯ୍ୟକ୍ରମ ସହିତ ବିଭାଗ ସହ ଜଡ଼ିତ ଅନ୍ୟ ବିଭିନ୍ନ ବିଭାଗର କାର୍ଯ୍ୟ ସଂଯୋଜିତ ହୋଇ ସଂପୂକୁ ଜିଲ୍ଲାର ବିକାଶ ତ୍ୱରାନ୍ବିତ ଦେବ । କୃଷି ବିଭାଗର ନିର୍ଦ୍ଦେଶକ ଶ୍ରୀ ସକ୍ସେନା ଯୋଜନା ଅଧୂନରେ ସଂଯୋଜିତ ହେବାକୁ ଥ‌ିବା ବିଭିନ୍ନ କାର୍ଯ୍ୟକ୍ରମ ସଂପର୍କରେ ଉପସ୍ଥାପନା କରିଥିଲେ ।

ବୈଠକରେ ମୁଖ୍ୟ ଶାସନ ସଚିବ କହିଛନ୍ତି ଯେ, ଏହି କାର୍ଯ୍ୟକ୍ରମ ବିଭାଗ ତଥା ଜିଲ୍ଲାମାନଙ୍କୁ ସଂପୂକୁ ଜିଲ୍ଲାର ବିକାଶ କାର୍ଯ୍ୟ ପରିସର ବୃଦ୍ଧି ପାଇଁ ସୁଯୋଗ ସୃଷ୍ଟି କରିଛି । ଭାରତ ସରକାରଙ୍କ ସଂପୂକୁ ସଚିବ, ନୀତି ଆୟୋଗ ଏବଂ ରାଜ୍ୟରୁ ଜିଲ୍ଲାସ୍ତର ପର୍ଯ୍ୟନ୍ତ ସଂପୂକୁ ପଦାଧିକାରୀଙ୍କ ସହଯୋଗରେ ଏହି ଯୋଜନାର ସଫଳ କାର୍ଯ୍ୟାନ୍ବୟନ ପାଇଁ ସେ ସମସ୍ତଙ୍କର ସହଯୋଗ କାମନା କରିଥିଲେ ।