ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ର ବି. ଜେ. ବି. ନଗର ଶାଖା ଆନୁକୁଲ୍ୟ ରେ ଈଶ୍ୱରୀୟ ରକ୍ଷା ବନ୍ଧନ ଓ ନିଶାମୁକ୍ତି କାର୍ଯକ୍ରମ ଅନୁଷ୍ଠିତ...
ଏଥିରେ ମୁଖ୍ୟବକ୍ତା ଭାବାରେ ଭୁବନେଶ୍ୱର ମୁନସିପାଲଟି ର ମେୟର ଶ୍ରୀମତୀ ସୁଲୋଚନା ଦାସ, ଓ ସମ୍ମାନିତ ଅତିଥି ଭାବରେ ଯୋଗଦେଲେ CIFA ର ମୁଖ୍ୟ ବୈଜ୍ଞାନିକ ଶ୍ରୀଯୁକ୍ତ ପ୍ରିୟବ୍ରତ ଦାସ , ଡାକ୍ତର ଗାୟତ୍ରୀ ମହାନ୍ତି , ରବି ଟକିଜ ବ୍ୟବସାୟୀ ସଂଘର ସମ୍ପାଦକ ଶ୍ରୀ ଉମାକାନ୍ତ ଗରାବଡୁ ।
ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ,ଡିଭାଇନ ରିଟ୍ରିଟ ସେଣ୍ଟର ଓ ଭୁବନେଶ୍ବର ସବ ଜୋନ ର ନିର୍ଦ୍ଦେଶିକା ରଜାଯୋଗିନୀ ବି. କେ. ଲୀନା ଦିଦି ଓ ବି.ଜେ.ବି. ନଗର ଶାଖା ର ମୁଖ୍ୟ ରାଜଯୋଗିନୀ ବି. କେ. ତପସ୍ୱିନୀ ଙ୍କ ଉପସ୍ଥିତି ସଭାର ଶୋଭା ବର୍ଦ୍ଧନ କରିଥିଲା।
ସମସ୍ତ ଅତିଥି ମାନଙ୍କୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ଦ୍ୱାରା ସ୍ୱାଗତ କରାଯାଇଥିଲା ।
ସଭା ପରିଚାଳନା କରିଥିଲେ ବି. କେ. ସୁବାସ। ସାଇ ସ୍ମୃତି କଳା କେନ୍ଦ୍ର ର ଛାତ୍ରୀ ମାନେ ସ୍ଵାଗତ ନୃତ୍ୟ ପରିବେଷଣ କରିଥିଲେ।
ଅତିଥି ମାନଙ୍କ ର ପରିଚୟ ପ୍ରଦାନ କରି ଥିଲେ ବି.କେ. ଅପରାଜିତା ଓ ଅତିଥି ମାନଙ୍କ ଦ୍ଵାରା ପ୍ରଦୀପ ପ୍ରଜ୍ୱଳନ କରାଯାଇଥିଲା ।
ରାଜଯୋଗିନୀ ବି.କେ. ଲିନା ଦିଦି ଅତିଥି ମାନଙ୍କ ହାତରେ ଈଶ୍ବରୀୟ ରାକ୍ଷୀ ବାନ୍ଧିଥିଲେ ଓ ରାଜ ଯୋଗିନୀ ବି. କେ. ତପସ୍ୱିନୀ ଦିଦି ଈଶ୍ୱରୀୟ ଉପହାର ପ୍ରଦାନ କରିଥିଲେ ।
ବି. କେ. ସୁମିତ୍ରା ଭଉଣୀ ରାକ୍ଷୀ ଉପଲକ୍ଷେ ସ୍ୱ ରଚିତ କବିତା ପାଠ କରିଥିଲେ ।
ଏହା ପରେ ନିଶା ମୁକ୍ତ ଭାରତ ପାଇଁ ରାଜ ଯୋଗିନୀ ବି. କେ.ଲୀନା ଦିଦି ସମସ୍ତଙ୍କୁ ପ୍ରତିଜ୍ଞା କରାଇଥିଲେ ଓ ନିଶା ମୁକ୍ତ ରହିବା ପାଇଁ ଏକ ନୃତ୍ୟ ପ୍ରସ୍ତୁତ କରିଥିଲେ ସାଇ ସ୍ମୃତି କଳାକେନ୍ଦ୍ର ର ଛାତ୍ରୀମାନେ।
ମାନ୍ୟବର ମେୟର ଶ୍ରୀମତୀ ସୁଲୋଚନା ଦାସ ତାଙ୍କ ବକ୍ତବ୍ୟ ରେ କହିଲେ ବ୍ରହ୍ମା କୁମାରୀ ସଂସ୍ଥା ର ଶାନ୍ତି ପ୍ରତିଷ୍ଠା ଓ ଭାଇ ଚାରା ସୃଷ୍ଟି କରିବାର ର ଉଦ୍ୟମ ପ୍ରସଂଶନୀୟ।
ବି. କେ. ଲୀନା ଦିଦି ରାକ୍ଷୀ ବାନ୍ଧିବା ର ଆଧ୍ୟାତ୍ମିକ ରହସ୍ୟ ବିଷୟ ରେ ଆଲୋଚନା କରିଥିଲେ।
ଅନ୍ୟ ସମସ୍ତ ଅତିଥି ତାଙ୍କର ବକ୍ତବ୍ୟ ପ୍ରଦାନ କରିଥିଲେ।
ଧନ୍ୟବାଦ ଅର୍ପଣ କରିଥିଲେ ବି.କେ ଅପର୍ଣ୍ଣା।
ସମସ୍ତ ଅତିଥି ଓ ଆଗନ୍ତୁକ ମାନଙ୍କୁ ରାକ୍ଷୀ, ବରଦାନ ଓ ପ୍ରସାଦ ପ୍ରଦାନ କରାଯାଇଥିଲା।
ସମସ୍ତ ଈଶ୍ୱରୀୟ ପରିବାରର ଭାଇ ଭଉଣୀ ମାନଙ୍କ ମିଳିତ ସହଯୋଗ ରେ ଏହି କାର୍ଯ୍ୟକ୍ରମ ସଫଳ ହୋଇଥିଲା।