ଶାରଦୀୟ ନବରାତ୍ର
ମା' ନବରୂପରେ ନଅ ଦିନର ଆରାଧନା ।।
ଆଶ୍ୱିନ ଶୁକ୍ଳ ପ୍ରତିପଦା, ଶାରଦୀୟ ନବରାତ୍ରର ଶୁଭାରମ୍ଭ ।
ଭାରତୀୟ ସନାତନ ପରମ୍ପରାରେ ନବରାତ୍ର ହେଉଛି ଶକ୍ତି ଉପାସନାର ଏକ ପବିତ୍ର ପର୍ବ ।
ଏହି ନଅ ଦିନରେ ମା' ଦୁର୍ଗାଙ୍କ ନବଦୁର୍ଗା ରୂପ —
ମା' ଶୈଳପୁତ୍ରୀ, ବ୍ରହ୍ମଚାରିଣୀ, ଚନ୍ଦ୍ରଘଣ୍ଟା, କୂଷ୍ମାଣ୍ଡା, ସ୍କନ୍ଦମାତା, କାତ୍ୟାୟନୀ, କାଳରାତ୍ରୀ, ମହାଗୌରୀ ଓ ସିଦ୍ଧିଦାତ୍ରୀଙ୍କୁ କ୍ରମାନୁସାରେ ଆରାଧନା କରାଯାଏ ।
ନବରାତ୍ର କେବଳ ଉପବାସ, ପୂଜା ଓ ଉତ୍ସବର ପର୍ବ ନୁହେଁ । ଏହା ହେଉଛି ନିଜ ମନର ଦୁର୍ବଳତାକୁ ଦୂର କରି ଶକ୍ତି, ଧୈର୍ଯ୍ୟ, ସାହସ, ପବିତ୍ରତା, କରୁଣା ଓ ଜ୍ଞାନକୁ ଜାଗ୍ରତ କରିବାର ଏକ ଆଧ୍ୟାତ୍ମିକ ଉତ୍ସବ ।
ନଅ ଦିନରେ ମା'ଙ୍କ କେଉଁ ରୂପକୁ କିପରି ପୂଜା କରାଯାଏ, କେଉଁ ଭୋଗ ଅର୍ପଣ କରାଯାଇପାରେ ଏବଂ ପ୍ରତ୍ୟେକ ରୂପ ସମାଜକୁ କ'ଣ ଶିକ୍ଷା ଦିଏ_।
ନବଦୁର୍ଗାଙ୍କ ପ୍ରଥମ ରୂପ
*ମା' ଶୈଳପୁତ୍ରୀ*
'ଶୈଳ' ଅର୍ଥ ପର୍ବତ ଏବଂ 'ପୁତ୍ରୀ' ଅର୍ଥ କନ୍ୟା। ପର୍ବତରାଜ ହିମାଳୟଙ୍କ କନ୍ୟା ଭାବେ ସେ ଶୈଳପୁତ୍ରୀ ନାମରେ ପରିଚିତ।
ମା'ଙ୍କ ବାହନ ନନ୍ଦୀ ଏବଂ ତାଙ୍କ ହାତରେ ତ୍ରିଶୂଳ ଓ ପଦ୍ମ ଶୋଭା ପାଇଥାଏ ।।
????ପୂଜାବିଧି
ପ୍ରଥମ ଦିନ ଘଟସ୍ଥାପନା କରି ଦୀପ, ଧୂପ, ଚନ୍ଦନ, କୁଙ୍କୁମ ଓ ଫୁଲ, ପଞ୍ଚାମୃତ ଅର୍ପଣ କରି ମା'ଙ୍କୁ ଧ୍ୟାନ କରି ଆବାହନ କରାଯାଏ ।
????ଧଳା ଫୁଲ , ଘିଅ, କଦଳୀ, ଦୁଧ, ଫଳ ଓ ସାତ୍ତ୍ୱିକ ମିଠା ଅର୍ପଣ କରାଯାଏ ।
????ମନ୍ତ୍ର:
ॐ देवी शैलपुत्र्यै नमः
ଆଧ୍ୟାତ୍ମିକ ଶିକ୍ଷା :
ଜୀବନରେ ପର୍ବତ ଭଳି ଦୃଢ଼ ହୋଇ ରହିବା ଦରକାର । ପରିସ୍ଥିତି ଯେତେ କଠିନ ହେଲେ ମଧ୍ୟ ଆତ୍ମବିଶ୍ୱାସ ହରାଇବା ଉଚିତ ନୁହେଁ ।
????ସରଳ ପ୍ରାର୍ଥନା:
“ହେ ମା' ଶୈଳପୁତ୍ରୀ, ଆମ ମନକୁ ଦୃଢ଼ କରନ୍ତୁ ଏବଂ ଜୀବନର ପ୍ରତ୍ୟେକ ବିପଦରେ ଧୈର୍ଯ୍ୟ ଓ ସାହସ ପ୍ରଦାନ କରନ୍ତୁ