ଭାରତ ମଣ୍ଡପମରେ ଆରମ୍ଭ ହେଲା ଇଣ୍ଡିଆ ଏଆଇ ଇମ୍ପାକ୍ଟ ସମ୍ମିଳନୀ ୨୦୨୬

Feb 17, 2026 - 10:26
 4
ଭାରତ ମଣ୍ଡପମରେ ଆରମ୍ଭ ହେଲା ଇଣ୍ଡିଆ ଏଆଇ ଇମ୍ପାକ୍ଟ ସମ୍ମିଳନୀ ୨୦୨୬

ଭାରତ ମଣ୍ଡପମରେ ଆରମ୍ଭ ହେଲା ଇଣ୍ଡିଆ ଏଆଇ ଇମ୍ପାକ୍ଟ ସମ୍ମିଳନୀ ୨୦୨୬

ସମ୍ମିଳନୀରେ ୨୦ରୁ ଅଧୂକ ରାଷ୍ଟ୍ର ମୁଖ୍ୟ, ୬୦ ମନ୍ତ୍ରୀ ଏବଂ ୫୦୦ ଗ୍ଲୋବାଲ ଏଆଇ ନେତୃବର୍ଗ ଏକତ୍ରିତ

୧୬-୨୦ ଫେବୃଆରୀ ୨୦୨୬ ପର୍ଯ୍ୟନ୍ତ ପ୍ରଥମ ଥର ବିଶ୍ବସ୍ତରୀୟ ଏଆଇ ସମ୍ମିଳନୀର ନେତୃତ୍ବ ନେଇଛି ଭାରତ

ନୂଆଦିଲ୍ଲୀର ଭାରତ ମଣ୍ଡପମ୍ ଠାରେ ଇଣ୍ଡିଆ ଏଆଇ ଇମ୍ପାକ୍ଟ ଶିଖର ସମ୍ମିଳନୀ ଆରମ୍ଭ ହୋଇଛି। ପ୍ରଥମ ଥର ପାଇଁ ଗ୍ଲୋବାଲ ସାଉଥରେ କୃତ୍ରିମ ବୁଦ୍ଧିମତ୍ତା ବା ଏଆଇ ଉପରେ ଏତେ ବ୍ୟାପକ ବିଶ୍ବସ୍ତରୀୟ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି । ଏହି ସମ୍ମିଳନୀରେ ବିଭିନ୍ନ ରାଷ୍ଟ୍ର ଓ ସରକାରଙ୍କ ମୁଖ୍ୟ, ମନ୍ତ୍ରୀ, ବିଶ୍ବ ପ୍ରଯୁକ୍ତି ନେତୃବର୍ଗ, ବିଶିଷ୍ଟ ଗବେଷକ, ବହୁମୁଖୀ ପ୍ରତିଷ୍ଠାନ ଏବଂ ଶିଳ୍ପ ଅଂଶୀଦାରମାନେ ଭାଗ ନେଇଛନ୍ତି । ସମାବେଶୀ ବିକାଶକୁ ଆଗେଇ ନେବା, ସାର୍ବଜନୀନ ପ୍ରଣାଳୀକୁ ସୁଦୃଢ଼ କରିବା ଏବଂ ଦୀର୍ଘସ୍ଥାୟୀ ବିକାଶକୁ ସକ୍ଷମ କରିବା ଲାଗି ଏଆଇର ଭୂମିକାକୁ ନେଇ ସମ୍ମିଳନୀରେ ବିଚାରବିମର୍ଶ କରାଯାଉଛି।

ec ସମାବେ ଅଧୂକ ଫେବୃଆରୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉଦଘାଟନୀ ଅଭିଭାଷଣ ଦେବେ । ଏହି ଅବସରରେ ସେ ବେଶୀ ଏବଂ ଉତ୍ତରଦାୟୀ ଏଆଇ ପାଇଁ ବିଶ୍ବସ୍ତରୀୟ ସହ‌ଯୋଗ ଏବଂ ଭାରତର ଦୃଷ୍ଟିକୋଣ ଉପସ୍ଥାପନ କରିବେ। ଏହି ପାଞ୍ଚ ଦିନିଆ ସମ୍ମିଳନୀ ୧୬ରୁ ୨୦ ଫେବୃଆରୀ ପର୍ଯ୍ୟନ୍ତ ଚାଲିବ। ଏଥିରେ ୧୦୦ରୁ ସରକାରୀ ପ୍ରତିନିଧୂ ଅଂଶଗ୍ରହଣ କରୁଛନ୍ତି । ଏମାନଙ୍କ ମଧ୍ୟରେ ୨୦ ଜଣ ରାଷ୍ଟ୍ର ଓ ସରକାରୀ ମୁଖ୍ୟ, ୬୦ ମନ୍ତ୍ରୀ ଓ ଉପମ ପମନ୍ତ୍ରୀଙ୍କ ସହିତ ସିଇଓ, ପ୍ରତିଷ୍ଠାତା, ଶିକ୍ଷାବିତ, ଗବେଷକ, ସିଟିଓ ଏବଂ ଦାତବ୍ୟ ସଂଗଠନର ପ୍ରତିନିଧ୍ ଆଦି ୫୦୦ରୁ ଠରୁ ଅଧୂକ ଏଆଇ ନେତୃବର୍ଗ ଭାଗ ନେଇଛନ୍ତି ।

ଏଆଇ ସମ୍ମିଳନୀର ଏକ ପ୍ରମୁଖ ଆକର୍ଷଣ, ତିନୋଟି ପ୍ରମୁଖ ବିଶ୍ବ ପ୍ରଭାବ ଆହ୍ବାନ - ସମସ୍ତଙ୍କ ପାଇଁ ଏଆଇ, ଏ ବାୟ ହର୍ ଏବଂ ଯୁବା ଏଆଇ - ଫାଇନାଲିଷ୍ଟଙ୍କ ଘୋଷଣା ଏବଂ ଏକ ଗ୍ରାଣ୍ଡ ଫିନାଲେ ପ୍ରଦର୍ଶନ ସହିତ ସମାପ୍ତ ହେବ। ସମାବେ ବେଶୀ, ଦାୟିତ୍ବପୂର୍ଣ୍ଣ ବିକାଶ-ମୁଖୀ ଏଆଇକୁ ପ୍ରୋତ୍ସାହିତ କରିବା ପାଇଁ ଡିଜାଇନ୍ କରାଯାଇଥିବା ଏହି ଆହ୍ବାନଗୁଡ଼ିକୁ ଜାତୀୟ ପ୍ରାଥମିକତା ଏବଂ ବିଶ୍ବ ବିକାଶ ଉଦ୍ଦେଶ୍ୟ ସହିତ ସଂଯୁକ୍ତ ବ୍ୟାପକ, ଉଚ୍ଚ-ପ୍ରଭାବ ଏଆଇ ସମାଧାନଗୁଡ଼ିକୁ ତ୍ବରାନ୍ବିତ କଟି କରିବା ପାଇଁ ଆରମ୍ଭ କରାଯାଇଥିଲା। ଏହି ଏହି ଆହ୍ବାନଗୁଡ଼ିକରେ ୬୦ରୁ ଅଧ ଅଧୂକ ଦେଶରୁ ଦେ ୪,୬୫୦ରୁ ଅଧୂକ ଆବେ ଆବେଦନ ମିଳିଥିଲା, ଯାହା ଦୃଢ଼ ଅନ୍ତର୍ଜାତୀୟ ଅଂଶଗ୍ରହଣକୁ ପ୍ରତିଫଳିତ କ କରିଥାଏ । ଏ। ଏହା ଦାୟିତ୍ଵପୂର୍ଣ୍ଣ ଏବ ଏବଂ ବ୍ୟାପକ ଏଆଇ ନବସୃଜନ ପାଇଁ ଏକ ଏକ ବିଶ୍ବସ୍ତ ବିଶ୍ବ କେନ୍ଦ୍ର ଭାବରେ ଭାରତର ରତର ଉଦୟକୁ ସୁଦୃଢ଼ କରିଥାଏ।

ବିଭିନ୍ନ କ୍ଷେତ୍ରର ବିଶେଷଜ୍ଞ, ନୀତି ନିର୍ଦ୍ଧାରକ ଏବଂ ଶିଳ୍ପପତିମାନଙ୍କ ଦ୍ବାରା ଏକ ଏକ ସମ୍ପୂର୍ଣ୍ଣ ବହୁସୃରୀୟ ମୂଲ୍ୟାଙ୍କନ ପରେ, ତି ତିନୋଟି ବର୍ଗର ଶ୍ରେଷ୍ଠ ୭୦ ଦଳକୁ ଫାଇନାଲିଷ୍ଟ ଭାବରେ ଚ ଚୟନ କରାଯାଇଛି। ସେମାନେ ଆଜି ଓ ାଜ ଭବନରେ ଅନୁଷ୍ଠିତ ହେବାକୁ ଥ‌ିବା ଏକ ||ନଙ୍କର ସମାଧାନ ଉପସ୍ଥାପନ କରିବେ। ଆସନ୍ଧାକାଲି କାଲି ନୂଆଦିଲ୍ଲୀର ଭାରତ ମଣ୍ଡପମ ଏବଂ ସୁଷମା ସ୍ବରାଜ ମହାନ ସମାପନ ଏବଂ ପୁରସ୍କାର ସମାରୋହରେ ସେମାନଙ୍କ

ଫାଇନାଲିଷ୍ଟମାନେ ନୀତି ନିର୍ଦ୍ଧାରକ, ଶିଳ୍ପପତି, ନିବେଶକ ଏବଂ ଶିକ୍ଷାବିତଙ୍କ ସଂସ୍ପର୍ଶରେ ଆସିବେ। ଜାତୀୟ ଏବଂ ବିଶ୍ବ ସ୍ବରରେ ସେମାନଙ୍କର ନବସୃଜନକୁ ପ୍ରୋତ୍ସାହିତ କରିବା ପାଇଁ ସ୍ବୀକୃତି ଏବଂ ସମର୍ଥନ ପାଇବେ।

ଫେବୃଆରୀ ୧୮ ତାରିଖରେ ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି, ହାଇଦ୍ରାବାଦର ସହଯୋଗ ଗରେ ଆୟୋଜିତ ଏଆଇ ଏବଂ ଏହାର ପ୍ରଭାବ ଉପରେ ଗବେଷଣା ସିମ୍ପୋଜିମ୍ ହେଉଛି ଶିଖର ସମ୍ମିଳନୀର ମୁ ମୁଖ୍ୟ ଶୈକ୍ଷିକ ମଞ୍ଚ। ଏହି ସିମ୍ଫୋସିୟମରେ ଅଂଶଗ୍ରହଣ ଲାଗି ଆଫ୍ରିକା, ଏସିଆ ଏବଂ ଲାଟିନ୍ ଆମେରିକାର ପ୍ରାୟ ୨୫୦ ଗବେଷଣା ଉପସ୍ଥାପନା ହସ୍ତଗତ ହୋଇଛି । ଏଥିରେ ଇଷ୍ଟୋନିଆ ଗଣରାଜ୍ୟର ରାଷ୍ଟ୍ରପତି ଆଲାର କରିସ୍, ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତି ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଏବଂ ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତି ରାଷ୍ଟ୍ରମନ୍ତ୍ରୀ ଜିତିନ୍ ପ୍ରସାଦ ଯୋଗଦେବେ। ଏହି ସିମ୍ଫୋସିୟମ ବିଶ୍ବସୁରୀୟ ପ୍ରସିଦ୍ଧି ଏଆଇ ବିଶେଷଜ୍ଞ ଏବଂ ଅଗ୍ରଣୀ ଗବେଷଣା ପ୍ରତିଷ୍ଠାନଗୁଡ଼ିକୁ ଏକତ୍ରିତ କରି ଏଆଇ-ଚାଳିତ ବୈଜ୍ଞାନିକ ଆବିଷ୍କାର, ସୁରକ୍ଷା ଓ ଶାସନ ଢାଞ୍ଚା, କମ୍ପ୍ୟୁଟିଂ ଭିତ୍ତିଭୂମିର ସମାନ ପ୍ରବେଶ ଏବଂ ଗ୍ଲୋବାଲ୍ ସାଉଥ୍ରେ ଗବେଷଣା ସହଯୋଗ ଉପରେ ଆଲୋଚନା କରିବ।

ଇଣ୍ଡିଆ ଏଆଇ ଇମ୍ପାକ୍ଟ ଶିଖର ସମ୍ମିଳନୀ ସମ୍ପର୍କରେ

ଇଣ୍ଡିଆ ଏଆଇ ଇମ୍ପାକ୍ଟ ଶିଖର ସମ୍ମିଳନୀ ୨୦୨୬ ବିଶ୍ବ ଏଆଇ କାର୍ଯ୍ୟସୂଚୀ ଗଠନ ପାଇଁ ଏକ ପ୍ରମୁଖ ପ୍ଲାଟଫର୍ମ ଭାବରେ ଭାରତର ଭୂମିକାକୁ ସୁଦୃଢ଼ କରେ। ସାତଟି ଚକ୍ର ଏବଂ ଲୋକ, ପୃଥ‌ିବୀ ଏବଂ ପ୍ରଗତି ତିନୋଟି ସ୍ବମ୍ଭଉପରେ ଆଧାରିତ । ଏହି ଶିଖର ସମ୍ମିଳନୀ ଏଆଇ ପାଇଁ ଏକ ବିକାଶ-ମୁଖୀ ଢାଞ୍ଚା ବିକଶିତ କରେ।

ଏହି ସମ୍ମିଳନୀ ଲୋକ, ପୃଥ‌ିବୀ ଏବଂ ପ୍ରଗତି ତିନୋଟି ପ୍ରମୁଖ ସ୍ତମ୍ଭ ଉପରେ ଆଧାରିତ । ଏହା ଆର୍ଥିକ ଅଭିବୃଦ୍ଧି ଏବଂ ସାମାଜିକ ମଙ୍ଗଳ ପାଇଁ ଏଆଇ; ଏଆଇ ସମ୍ବଳର ସାର୍ବଜନୀନକରଣ; ସାମାଜିକ ସଶକ୍ତିକରଣ ପାଇଁ ଅନୁର୍ଭୁକ୍ତିକରଣ; ନିରାପଦ ଓ ନିର୍ଭରଯୋଗ୍ୟ ଏଆଇ; ମାନବ ପୁଞ୍ଜି; ବିଜ୍ଞାନ; ଓ ସ୍ଥିରତା, ନବସୃଜନ ଓ ଦକ୍ଷତାକୁ କଭର କରୁଥିବା ସାତଟି ବିଷୟବସ୍ତୁ କାର୍ଯ୍ୟ ଗୋଷ୍ଠୀ ଦ୍ବାରା ପରିଚାଳିତ । ଏହି କାର୍ଯ୍ୟକାରୀ ଗୋଷ୍ଠୀ ଫଳାଫଳ-ମୁଖୀ ସୁପାରିଦ ଉପସ୍ଥାପନ କରିବେ ଯାହା ନୀତି ଆଲୋଚନାକୁ କାର୍ଯ୍ୟାନ୍ଵୟନ ପଥ ସହିତ ସଂଯୋଗ କରିଥାଏ । ସମାବେଶୀ ଆର୍ଥିକ ଅଭିବୃଦ୍ଧି ପାଇଁ ଏଆଇକୁ ବିସ୍ତାର କରିବା, ଅନୁର୍ଜାତୀୟ ସହଭାଗୀତାକୁ ସୁଦୃଢ଼ କରିବା ଏବଂ ବିଶ୍ବ ଦକ୍ଷିଣ ଲାଗି ଦାୟିତ୍ଵପୂର୍ଣ୍ଣ ନବସୃଜନ ଢାଞ୍ଚାକୁ ଆଗକୁ ବଢାଇବା ଉପରେ ଆଲୋଚ ସହିତ ଶିଖର ସମ୍ମିଳନୀ ଶେଷ ହେବ। ଚନା

ନୀତିକୁ କାର୍ଯ୍ୟକାରୀ କରି ଏବଂ ନବସୃଜନକୁ ଜନ ମଙ୍ଗଳ ସହିତ ସଂଯୋଗ କରି ଏହି ଶିଖର ସମ୍ମିଳନୀ ଦାୟିତ୍ଵପୂର୍ଣ୍ଣ ଏଆଇ ବ୍ୟବହାର ପାଇଁ ଏକ ଢାଞ୍ଚାଗତ ଆଭିମୁଖ୍ୟ ସ୍ଥାପନ କରେ। ଏହା ସମାବେଶୀ ଅଭିବୃଦ୍ଧି ଏବଂ ଦୀର୍ଘସ୍ଥାୟୀ ବିକାଶ ସହିତ ପ୍ରଯୁକ୍ତିବିଦ୍ୟା ପ୍ରଗତିକୁ ସମନ୍ବିତ କରେ।

ଏହି ଶିଖର ସମ୍ମିଳନୀ ଭାରତକୁ ବିଶ୍ବସ୍ତରୀୟ ଏଆଇ ସହଯୋଗରେ ଏକ ସଂଯୋଜକ ଏବଂ ଅଂଶୀଦାର ଭାବରେ ପ୍ରତିଷ୍ଠା କରିଥାଏ। ଏହାଦ୍ବାରା ସହଭାଗୀ ମାନଦଣ୍ଡ, ସହଯୋଗ ଢାଞ୍ଚା ଓ ଜନହିତ ଲାଗି ସୁଲଭସମାଧାନର ସମର୍ଥନ ମିଳିଥାଏ। ଉତ୍ତରଦାୟୀ, ସମାବେଶୀ ଓ ବିକାଶ କୈନ୍ଦ୍ରିକ ଏଆଇ ମାର୍ଗ ପ୍ରତି ଭାରତର ପ୍ରତିବଦ୍ଧତାକୁ ସୁଦୃଢ଼ କରୁଥିବା ଏହି ସମ୍ମିଳନୀ ବିତର୍କ ଜରିଆରେ କାର୍ଯ୍ୟକାରୀ ଆଧାରିତ ପରିବର୍ତ୍ତନର ପ୍ରତୀକ ଅଟେ।