ଭିଜିଲାନ୍ସ ଜାଲରେ କନିଷ୍ଠ ଯନ୍ତ୍ରୀ

ମାଲକାନଗିରି : ଆୟ ବର୍ହିଭୂତ ସମ୍ପତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି କନିଷ୍ଠ ଯନ୍ତ୍ରୀ। ଭିଜିଲାନ୍ସ ପକ୍ଷରୁ ମାଲକାନଗିରିରେ ଜଳସମ୍ପଦ ବିଭାଗର କନିଷ୍ଠ ଯନ୍ତ୍ରୀ ସଂଜୟ ମହାନ୍ତିଙ୍କ ଘର ଓ କାର୍ଯ୍ୟାଳୟରେ ଏକକାଳୀନ ଚଢ଼ାଉ ହୋଇଛି। ତେବେ ଭିଜିଲାନ୍ସ ପକ୍ଷରୁ ୭ଟି ସ୍ଥାନରେ ଚଢ଼ାଉ ଚାଲିଛି। ତେବେ ଭିଜିଲାନ୍ସ ଚଢ଼ାଉ ବେଳେ କନିଷ୍ଠ ଯନ୍ତ୍ରୀଙ୍କ ଭଡ଼ା ଘରୁ ୧ଲକ୍ଷ ୧୫ହଜାର ଟଙ୍କା ନଗଦ ଜବତ କରିଛି। ଏହାସହ ଗୋଟିଏ କାର ଓ ବାଇକ ବି ଜବତ ହୋଇଛି। ଏହି ଚଢ଼ାଉରେ ଜଣେ ଅତିରିକ୍ତ ଏସପିଙ୍କ ସହ ୩ ଜଣ ଡ଼ିଏସପି, ୮ ଜଣ ଇନ୍ସପେକ୍ଟର ସାମିଲ ଅଛନ୍ତି। ବର୍ତ୍ତମାନ ଭିଜିଲାନ୍ସ ପକ୍ଷରୁ କନିଷ୍ଠ ଯନ୍ତ୍ରୀ ଅନ୍ୟାୟ ଘର , କାର୍ଯ୍ୟାଳୟ ଏବଂ ସମ୍ପର୍କୀୟଙ୍କ ଘର ପ୍ରମୁଖ ସ୍ଥାନରେ ଚଢ଼ାଉ ଚାଲିଛି। ତେବେ ସମ୍ପୂର୍ଣ ଚଢ଼ାଉ ପରେ ଜଣେ ପଡିବ ଯେ କେତେ ପରିମାଣର କଳା ଟଙ୍କା ରଖିଛନ୍ତି ମାଲକାନଗିରିରେ ଜଳସମ୍ପଦ ବିଭାଗର କନିଷ୍ଠ ଯନ୍ତ୍ରୀ।

ଭିଜିଲାନ୍ସ ଜାଲରେ କନିଷ୍ଠ ଯନ୍ତ୍ରୀ