ଭିଜିଲାନ୍ସ ସ୍ବତନ୍ତ୍ର କୋର୍ଟ ଦ୍ଵାରା ତିନିବର୍ଷ  ସଶ୍ରମ କାରାଦଣ୍ଡ  .

Mar 29, 2025 - 17:00
 12
 ଭିଜିଲାନ୍ସ ସ୍ବତନ୍ତ୍ର କୋର୍ଟ ଦ୍ଵାରା ତିନିବର୍ଷ  ସଶ୍ରମ କାରାଦଣ୍ଡ  .

 ଭିଜିଲାନ୍ସ ସ୍ବତନ୍ତ୍ର କୋର୍ଟ ଦ୍ଵାରା ତିନିବର୍ଷ  ସଶ୍ରମ କାରାଦଣ୍ଡ 


ଫିରିଙ୍ଗିଆ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ତତ୍କାଳୀନ ମେଡିକାଲ ଇନ୍ ଚାର୍ଜ ଅଫିସର  ଡଃ ନିଶିତ୍ ନିଶାନ୍ତ ମାଲୁ  ଙ୍କୁ ଆଜି ଭିଜିଲାନ୍ସ ସ୍ଵତନ୍ତ୍ର କୋର୍ଟ ତିନିବର୍ଷ ସଶ୍ରମ କାରାଦଣ୍ଡ ସହ 5 ହଜାର ଟଙ୍କା ଜୋରିମାନା l ଜୋରିମାନା ଅନାଦେୟ ହେଲେ ଅଧିକା ତିନିମାସ ସଜା  କାଟିବାକୁ ନିର୍ଦ୍ଦେଶ ଦେଇଛନ୍ତି ମାନ୍ୟବର କୋର୍ଟ l 2021 ମସିହାରେ ଫିରିଙ୍ଗିଆ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ର  ମେଡିକାଲ ଇନ୍ ଚାର୍ଜ ବହୁମୂଖୀ ସ୍ୱାସ୍ଥ୍ୟ କର୍ମୀ ବେଣୁ ପାଣି ଦିଗାଲ ଙ୍କ ଠାରୁ RCM ବିଲ କରିଦେବା ପାଇଁ  ଡାକ୍ତର୍ ଜଣ କ 7 ହଜାର ଲାଞ୍ଚ ନେଉଥିବା ବେଳେ ବ୍ରହ୍ମପୁର ଭିଜିଲାନ୍ସ ଟିମ଼ ମାଡି ଆସିଥିଲେ l ଆଜି ସାକ୍ଷ୍ୟ ପ୍ରମାଣ କୁ ଆଧାର କରି ମାନ୍ୟବର କୋର୍ଟ ଏହି ରାୟ ଶୁଣାଇ ଛନ୍ତି l ବର୍ତ୍ତମାନ ଡାକ୍ତର ଜଣଙ୍କ ତାଳଚେର୍ ସବ୍ ଡିଭିଜିନାଲ୍ ମେଡିକାଲରେ କାର୍ଯ୍ୟରତ ଅଛନ୍ତି।
କନ୍ଧମାଳରୁ ଶିବ ପ୍ରସାଦ ନାୟକ ଙ୍କ ରିପୋର୍ଟ ବିଶେଷ ଖବର