ଭୁବନେଶ୍ବର ଭସାଣୀ ସମିତି ର ଏକ ସ୍ଵତନ୍ତ୍ର ବୈଠକ ସହିଦନଗର ସ୍ଥିତ ସହିଦନଗର ଦୁର୍ଗା ପୂଜା ସମିତି ରେ ଅନୁଷ୍ଠିତ ହୋଇଯାଇଛି I

ଭୁବନେଶ୍ବର ଭସାଣୀ ସମିତି ର ଏକ ସ୍ଵତନ୍ତ୍ର ବୈଠକ ସହିଦନଗର ସ୍ଥିତ ସହିଦନଗର ଦୁର୍ଗା ପୂଜା ସମିତି ରେ ଅନୁଷ୍ଠିତ ହୋଇଯାଇଛି I ଏହି ବୈଠକରେ ଭୁବନେଶ୍ବର ସ୍ଥିତ ପ୍ରାୟ ୨୫ ଟି ସମିତି ର କର୍ମକର୍ତ୍ତା ମାନେ ଯୋଗଦାନ କରିଥିଲେ। ଏହି ଉଦ୍ଦେଶ୍ୟରେ ଶ୍ରୀ କିଶୋର ଚନ୍ଦ୍ର ମୁଣ୍ଡ, ଅତିରିକ୍ତ ଡିସିପି, ବିଶ୍ୱରଞ୍ଜନ ସେନାପତି, ଏସିପି ଜୋନ୍ ୫, ସୁଚିତ୍ରା ବୀଜ ଦାସ, ସହିଦନଗର ଥାନା ଭାରପ୍ରାପ୍ତ ଅଧିକାରୀ ଯୋଗ ଦେଇଥିଲେ ଇ ସମିତି ବୈଠକରେ ରେ ମହାବୀର ୟୁନିଟ୍ ୯ ପୂଜା କମିଟି,ବାଣୀବିହାର ଟ୍ରାଫିକ ଛକ ଦୁର୍ଗାପୂଜା କମିଟି,ବାଣୀବିହାର ଦୁର୍ଗାପୂଜା ସମିତି, ମା ଦୁର୍ଗାପୂଜା ସମିତି ଗଜପତି ନଗର, ଭିଏସଏସ ନଗର ଦୁର୍ଗାପୂଜା ସମିତି,ଚକେଇଶାଣୀ ଦୁର୍ଗାପୂଜା ସମିତି, ପଳାଶୁଣୀ ଦୁର୍ଗାପୂଜା ସମିତି, ନହରକଣ୍ଟା ଦୁର୍ଗାପୂଜା ସମିତି,ସାର୍ବଜନୀନ ଦୁର୍ଗାପୂଜା ସମିତି ବାଲିଅନ୍ତା, କୋରଡକଣ୍ଟା ଦୁର୍ଗାପୂଜା ସମିତି,କେଶୁରା ଦୁର୍ଗାପୂଜା ସମିତି,ବାଁକୁଆଳ ଦୁର୍ଗାପୂଜା ସମିତି, ବମିଖାଲ ଦୁର୍ଗାପୂଜା ସମିତି, ଝାରପଡା ଦୁର୍ଗାପୂଜା ସମିତି ର ଦୁଇଟି ଯାକ ସମିତି, କଟକ ରୋଡ ବ୍ୟବସାୟ ସଂଘ, ଷ୍ଟେସନ ବଜାର ଦୁର୍ଗାପୂଜା ସମିତି, ଲକ୍ଷ୍ମୀ ସାଗର ଦୁର୍ଗାପୂଜା ସମିତି,ଭୀମଟାଙ୍ଗୀ ଦୁର୍ଗାପୂଜା ସମିତି, ଶ୍ରୀ ଶ୍ରୀ ମହାଦେବ ପୂଜା ସମିତି ୟୁନିଟ୍ ୧, ,ତ୍ରିନାଥ ବ୍ୟବସାୟ ସଂଘ ଦୁର୍ଗାପୂଜା ସମିତି, ପୁରୁଣା ବସ ଷ୍ଟାଣ୍ଡ ଦୁର୍ଗାପୂଜା ସମିତି, ବରମୁଣ୍ଡା ଦୁର୍ଗାପୂଜା ସମିତି, ଗିରି ଦୁର୍ଗାପୂଜା ସମିତି ୟୁନିଟ୍ ୩, ବନଦୁର୍ଗା ପୂଜା କମିଟି ସତ୍ୟନଗର, ସତ୍ୟ ନଗର ଦୁର୍ଗାପୂଜା ସମିତି, ଶାସ୍ତ୍ରୀ ନଗର ଦୁର୍ଗାପୂଜା ସମିତି, ପାଣ୍ଡରା ଦୁର୍ଗାପୂଜା ସମିତି ଓ ସହିଦନଗର ଦୁର୍ଗାପୂଜା ସମିତି ଉପସ୍ଥିତ ଥିଲେ। ସର୍ବପ୍ରଥମେ ଅନୁଷ୍ଠାନ ର ସଭାପତି ଶ୍ରୀ ମନୋରଞ୍ଜନ ଦାସ ସଭା କାର୍ଯ୍ୟ ଆରମ୍ଭ କରିଥିଲେ I ବିଭିନ୍ନ ପୂଜା କମିଟି ର ଆସିଥିବା କର୍ମକର୍ତ୍ତା ମାନେ ଦୁର୍ଗା ପୂଜା ସହ ଭସାଣୀ ଉତ୍ସବ କୁ ଶାନ୍ତି ଶୃଙ୍ଖଳାର ସହ ପାଳନ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ। ଅତିରିକ୍ତ ଡିସିପି ଶ୍ରୀ ମୁଣ୍ଡ ରାଜ୍ୟ ସରକାର ଦେଇଥିବା ସବୁ ଗାଇଡଲାଇନ କୁ ଆଲୋଚନା କରିଥିଲେ I ସେ ସମସ୍ତ ସମିତି ରୁ ଆସିଥିବା କର୍ମକର୍ତ୍ତା ମାନଙ୍କୁ କହିଥିଲେ କି ରାଜ୍ଯ ସରକାର ଓ ପୋଲିସ ପ୍ରଶାସନ ସବୁ ପ୍ରକାର ସାହାଯ୍ୟ ସହଯୋଗ କରିବ ଓ ସମସ୍ତ କର୍ମକର୍ତ୍ତା ଦେଇଥିବା ପ୍ରସ୍ତାବ କୁ ସରକାର ଙ୍କୁ ଜଣାଇବେ। ଏସିପି ଶ୍ରୀ ସେନାପତି କହିଲେ କି ସମସ୍ତେ ସଠିକ ସମୟରେ ଉପସ୍ଥିତ ସହିତ ପ୍ରତ୍ୟକ ସମିତି ରୁ ଦୁଇ ଜଣ ଲେଖାଏଁ ସ୍ୱେଚ୍ଛାସେବୀ ରହିବା ଦରକାର | ପ୍ରାୟ ସବୁ ସମିତି ର କର୍ମକର୍ତ୍ତା ତାଙ୍କର ବକ୍ତବ୍ୟ ପ୍ରଦାନ କରିଥିଲେ I ଶେଷରେ ସମିତି ର ସାଧାରଣ ସମ୍ପାଦକ ଶ୍ରୀ ହରିଶ ପ୍ରସାଦ ରଥ ନିବେଦନ କରିଥିଲେ କି ସମସ୍ତେ ଭଲ ଭାବରେ ଆଲୋଚନାରେ ଅଂଶଗ୍ରହଣ କରନ୍ତୁ ଆଉ ଯାହା ସବୁ ଅସୁବିଧା ସମୁଖୀନ କରୁଛନ୍ତି ତାହା ପୁଙ୍ଖାନୁପୁଙ୍ଖ ଆଲୋଚନା କରନ୍ତୁ I ସେ ଆଉ ମଧ୍ଯ କହିଲେ କି ଦରକାର ପଡିଲେ ଭୁବନେଶ୍ବର କଟକ କମିଶନର ଙ୍କ ସହିତ ଆଲୋଚନା କରାଯିବ I ଶେଷରେ ଦିଲୀପ ଦାସଶର୍ମା ଧନ୍ୟବାଦ ଅର୍ପଣ କରିଥିଲେ I

Sep 18, 2025 - 08:07
 16
ଭୁବନେଶ୍ବର ଭସାଣୀ ସମିତି ର ଏକ ସ୍ଵତନ୍ତ୍ର ବୈଠକ ସହିଦନଗର ସ୍ଥିତ ସହିଦନଗର ଦୁର୍ଗା ପୂଜା ସମିତି ରେ ଅନୁଷ୍ଠିତ ହୋଇଯାଇଛି I

ଭୁବନେଶ୍ବର ଭସାଣୀ ସମିତି ର ଏକ ସ୍ଵତନ୍ତ୍ର ବୈଠକ ସହିଦନଗର ସ୍ଥିତ ସହିଦନଗର ଦୁର୍ଗା ପୂଜା ସମିତି ରେ ଅନୁଷ୍ଠିତ ହୋଇଯାଇଛି I ଏହି ବୈଠକରେ ଭୁବନେଶ୍ବର ସ୍ଥିତ ପ୍ରାୟ ୨୫ ଟି ସମିତି ର କର୍ମକର୍ତ୍ତା ମାନେ ଯୋଗଦାନ କରିଥିଲେ। 

ଏହି ଉଦ୍ଦେଶ୍ୟରେ ଶ୍ରୀ କିଶୋର ଚନ୍ଦ୍ର ମୁଣ୍ଡ, ଅତିରିକ୍ତ ଡିସିପି, ବିଶ୍ୱରଞ୍ଜନ ସେନାପତି, ଏସିପି ଜୋନ୍ ୫, ସୁଚିତ୍ରା ବୀଜ ଦାସ, ସହିଦନଗର ଥାନା ଭାରପ୍ରାପ୍ତ ଅଧିକାରୀ ଯୋଗ ଦେଇଥିଲେ ଇ

ସମିତି ବୈଠକରେ ରେ ମହାବୀର ୟୁନିଟ୍ ୯ ପୂଜା କମିଟି,ବାଣୀବିହାର ଟ୍ରାଫିକ ଛକ ଦୁର୍ଗାପୂଜା କମିଟି,ବାଣୀବିହାର ଦୁର୍ଗାପୂଜା ସମିତି, ମା ଦୁର୍ଗାପୂଜା ସମିତି ଗଜପତି ନଗର, ଭିଏସଏସ ନଗର ଦୁର୍ଗାପୂଜା ସମିତି,ଚକେଇଶାଣୀ ଦୁର୍ଗାପୂଜା ସମିତି, ପଳାଶୁଣୀ ଦୁର୍ଗାପୂଜା ସମିତି, ନହରକଣ୍ଟା ଦୁର୍ଗାପୂଜା ସମିତି,ସାର୍ବଜନୀନ ଦୁର୍ଗାପୂଜା ସମିତି ବାଲିଅନ୍ତା, କୋରଡକଣ୍ଟା ଦୁର୍ଗାପୂଜା ସମିତି,କେଶୁରା ଦୁର୍ଗାପୂଜା ସମିତି,ବାଁକୁଆଳ ଦୁର୍ଗାପୂଜା ସମିତି, ବମିଖାଲ ଦୁର୍ଗାପୂଜା ସମିତି, ଝାରପଡା ଦୁର୍ଗାପୂଜା ସମିତି ର ଦୁଇଟି ଯାକ ସମିତି, କଟକ ରୋଡ ବ୍ୟବସାୟ ସଂଘ, ଷ୍ଟେସନ ବଜାର ଦୁର୍ଗାପୂଜା ସମିତି, ଲକ୍ଷ୍ମୀ ସାଗର ଦୁର୍ଗାପୂଜା ସମିତି,ଭୀମଟାଙ୍ଗୀ ଦୁର୍ଗାପୂଜା ସମିତି, ଶ୍ରୀ ଶ୍ରୀ ମହାଦେବ ପୂଜା ସମିତି ୟୁନିଟ୍ ୧, ,ତ୍ରିନାଥ ବ୍ୟବସାୟ ସଂଘ ଦୁର୍ଗାପୂଜା ସମିତି, ପୁରୁଣା ବସ ଷ୍ଟାଣ୍ଡ ଦୁର୍ଗାପୂଜା ସମିତି, ବରମୁଣ୍ଡା ଦୁର୍ଗାପୂଜା ସମିତି, ଗିରି ଦୁର୍ଗାପୂଜା ସମିତି ୟୁନିଟ୍ ୩, ବନଦୁର୍ଗା ପୂଜା କମିଟି ସତ୍ୟନଗର, ସତ୍ୟ ନଗର ଦୁର୍ଗାପୂଜା ସମିତି, ଶାସ୍ତ୍ରୀ ନଗର ଦୁର୍ଗାପୂଜା ସମିତି, ପାଣ୍ଡରା ଦୁର୍ଗାପୂଜା ସମିତି ଓ ସହିଦନଗର ଦୁର୍ଗାପୂଜା ସମିତି ଉପସ୍ଥିତ ଥିଲେ। 

ସର୍ବପ୍ରଥମେ ଅନୁଷ୍ଠାନ ର ସଭାପତି ଶ୍ରୀ ମନୋରଞ୍ଜନ ଦାସ ସଭା କାର୍ଯ୍ୟ ଆରମ୍ଭ କରିଥିଲେ I ବିଭିନ୍ନ ପୂଜା କମିଟି ର ଆସିଥିବା କର୍ମକର୍ତ୍ତା ମାନେ ଦୁର୍ଗା ପୂଜା ସହ ଭସାଣୀ ଉତ୍ସବ କୁ ଶାନ୍ତି ଶୃଙ୍ଖଳାର ସହ ପାଳନ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ। 

ଅତିରିକ୍ତ ଡିସିପି ଶ୍ରୀ ମୁଣ୍ଡ ରାଜ୍ୟ ସରକାର ଦେଇଥିବା ସବୁ ଗାଇଡଲାଇନ କୁ ଆଲୋଚନା କରିଥିଲେ I ସେ ସମସ୍ତ ସମିତି ରୁ ଆସିଥିବା କର୍ମକର୍ତ୍ତା ମାନଙ୍କୁ କହିଥିଲେ କି ରାଜ୍ଯ ସରକାର ଓ ପୋଲିସ ପ୍ରଶାସନ ସବୁ ପ୍ରକାର ସାହାଯ୍ୟ ସହଯୋଗ କରିବ ଓ ସମସ୍ତ କର୍ମକର୍ତ୍ତା ଦେଇଥିବା ପ୍ରସ୍ତାବ କୁ ସରକାର ଙ୍କୁ ଜଣାଇବେ। 

ଏସିପି ଶ୍ରୀ ସେନାପତି କହିଲେ କି ସମସ୍ତେ ସଠିକ ସମୟରେ ଉପସ୍ଥିତ ସହିତ ପ୍ରତ୍ୟକ ସମିତି ରୁ ଦୁଇ ଜଣ ଲେଖାଏଁ ସ୍ୱେଚ୍ଛାସେବୀ ରହିବା ଦରକାର | ପ୍ରାୟ ସବୁ ସମିତି ର କର୍ମକର୍ତ୍ତା ତାଙ୍କର ବକ୍ତବ୍ୟ ପ୍ରଦାନ କରିଥିଲେ I ଶେଷରେ ସମିତି ର ସାଧାରଣ ସମ୍ପାଦକ ଶ୍ରୀ ହରିଶ ପ୍ରସାଦ ରଥ ନିବେଦନ କରିଥିଲେ କି ସମସ୍ତେ ଭଲ ଭାବରେ ଆଲୋଚନାରେ ଅଂଶଗ୍ରହଣ କରନ୍ତୁ ଆଉ ଯାହା ସବୁ ଅସୁବିଧା ସମୁଖୀନ କରୁଛନ୍ତି ତାହା ପୁଙ୍ଖାନୁପୁଙ୍ଖ ଆଲୋଚନା କରନ୍ତୁ I ସେ ଆଉ ମଧ୍ଯ କହିଲେ କି ଦରକାର ପଡିଲେ ଭୁବନେଶ୍ବର କଟକ କମିଶନର ଙ୍କ ସହିତ ଆଲୋଚନା କରାଯିବ I ଶେଷରେ ଦିଲୀପ ଦାସଶର୍ମା ଧନ୍ୟବାଦ ଅର୍ପଣ କରିଥିଲେ I