ଭୁବନେଶ୍ବରରେ ସ ସଫଳତାର ସହ ଅନୁଷ୍ଠିତ ହେଲା ପୂର୍ବ ଭାରତ ଆଞ୍ଚଳିକ ଛାତ୍ର ସମ୍ମିଳନୀ “ଜ୍ଞାନେ “ଜ୍ଞାନୋତ୍ଥାନ -୨୦୨୬”

May 18, 2026 - 07:26
 6
ଭୁବନେଶ୍ବରରେ ସ ସଫଳତାର ସହ ଅନୁଷ୍ଠିତ ହେଲା ପୂର୍ବ ଭାରତ ଆଞ୍ଚଳିକ ଛାତ୍ର ସମ୍ମିଳନୀ “ଜ୍ଞାନେ “ଜ୍ଞାନୋତ୍ଥାନ -୨୦୨୬”

ICMAI-Bhubaneswar Chapter a ପକ୍ଷରୁ । ଆୟୋଜିତ ପୂର୍ବ ଭାରତ ଆଞ୍ଚଳି ଆଞ୍ଚଳିକ ଛାତ୍ର ସମ୍ମିଳନୀ “ଜ୍ଞାନୋତ୍ଥାନ -୨୦୨୬” ରବିବାର ଦିନ SOA University ର କନଭେନସନ କେନ୍ଦ୍ରରେ ଭବ୍ଯ ଭାବେ ଅନୁଷ୍ଠିତ ଅନୁଷ୍ଠିତ ହୋଇଯାଇଛି। “ଜ୍ଞାନ ମାଧ୍ଯମରେ ଉନ୍ନତି” ମୂଳ ବିଷୟକୁ ନେଇ ଆୟୋଜିତ ଏହି ସମ୍ମିଳନୀରେ ଦେଶର ବିଭିନ୍ନ ସ୍ଥାନରୁ ୧୨୦୦ରୁ ଅଧୂକ ବ୍ଲକ ଛାତ୍ରଛା ଛାତ୍ରୀ, ଶିକ୍ଷାବିଦ୍ ଓ ଆର୍ଥିକ କ୍ଷେତ୍ରର ବିଶେଷଜ୍ଞମାନେ ଯୋଗଦେଇଥିଲେ।

ଦୀପ ପ୍ରଜ୍ଜଳନ ଓ ଅତିଥୁ ସମ୍ମାନ ସହ କାର୍ଯ୍ୟକ୍ରମର ଆରମ୍ଭ ହୋଇଥିଲା। ଅଧ୍ଯକ୍ଷ CMA ଶରତ କୁମାର ବେହେରା ସ୍ବାଗତ ଭାଷଣ ଦେଇଥିବାବେଳେ ଉପାଧ୍ଯକ୍ଷ CMA ଅବିନାଶ କୋପ୍ସି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ଏହି ଅବସରରେ CMA ଦାମୋଦର ମିଶ୍ର, CMA ଆରତି ଗାଙ୍ଗୁଲୀ, CMA ବିନୟ ରଞ୍ଜନ ପି, CMA ମନୋଜ କୁମାର ଆନନ୍ଦ, CMA ବିଭୂତି ଭୂଷଣ ନାୟକ, CMA ଅଭିଜିତ ଗୋସ୍ବାମୀ ଓ CMA ପ୍ରଦୀପ କୁମାର ଦାସ ପ୍ରମୁଖ ଛାତ୍ରଛାତ୍ରୀଙ୍କୁ ଉଦ୍ବୋଧନ ଦେଇଥିଲେ।

“ନେତୃତ୍ୱଙ୍କ ସହ ସାକ୍ଷାତ” ଶୀର୍ଷକ ପ୍ରେରଣାଦାୟକ ଅଧିବେଶନ ସମ୍ମିଳନୀର ମୁଖ୍ୟ ଆକର୍ଷଣ ଥିଲା । ଏଥିରେ CMA (ଡ଼.) ଭି. ମୁରଲି, CMA ଦଣ୍ଡଧର ନାୟକ, CMA ହେମନ୍ତ ଗୁପ୍ତା, CMA ଅଶୋକ କୁମାର ସାହୁ, CMA କ୍ଷୀରୋଦ ଚନ୍ଦ୍ର ନନ୍ଦ, CMA ପ୍ରଣବ କୁମାର ମହାନ୍ତି, CMA ଶ୍ରୀକାନ୍ତ କୁମାର ସାହୁ ଓ CMA ବିଶ୍ୱଜିତ ଦ୍ବିବେଦୀ ନିଜ ଅଭିଜ୍ଞତା ବାଣ୍ଟିଥିଲେ I

ସମ୍ମିଳନୀରେ “ଯୁବାବସ୍ଥାରୁ ବିନିଯୋଗ”, “କୃତ୍ରିମ ବୁଦ୍ଧିମତା ଓ ଆର୍ଥିକ ପ୍ରଯୁକ୍ତ” , ଏବଂ “ନୂତନ ଆୟକର ନିୟମ ଓ ଡିଜିଟାଲ ହିସାବ ପ୍ରଣାଳୀ” ଉପରେ ବିଶେଷ ଅଧୂବେଶନ ଆୟୋଜିତ ହୋଇଥିଲା ।

ଶେଷରେ ପୁରସ୍କାର ବିତରଣ, ଲକି ଡ୍ର ଓ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ସମ୍ମିଳନୀର ସମାପନ ହୋଇଥିଲା । ଆୟୋଜକମାନେ କହିଥିଲେ ଯେ, ଏହି ସମ୍ମିଳନୀ ଛାତ୍ରଛାତ୍ରୀଙ୍କୁ ଶିକ୍ଷା ସ‌ହ ପ୍ରାୟୋଗିକ ଅନୁଭବ ଓ ନେତୃତ୍ଵ ଦକ୍ଷତା ଦେବାରେ ସହାୟକ ହୋଇଛି।