ଭୁବନେଶ୍ଵର ଲୋକସେବା ଭବନ ଠାରେ ଏକାମ୍ର ସଂରକ୍ଷଣ ଯୋଜନା ସମ୍ପର୍କରେ ଅନୁଷ୍ଠିତ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ
ଭୁବନେଶ୍ଵର ଲୋକସେବା ଭବନ ଠାରେ ଏକାମ୍ର ସଂରକ୍ଷଣ ଯୋଜନା ସମ୍ପର୍କରେ ଅନୁଷ୍ଠିତ ଏକ ଗୁରୁତ୍ବପୂର୍ଣ୍ଣ ବୈଠକରେ ବିଧାୟକ ବାବୁ ସିଂ ବିଭାଗୀୟ ମନ୍ତ୍ରୀ ଶ୍ରୀ Prithiviraj Harichandan ଙ୍କ ସହିତ ବିଭିନ୍ନ ଦିଗ ଉପରେ ବିଶଦ ଆଲୋଚନା କରି ଛନ୍ତି |
ଉକ୍ତ ବୈଠକରେ ଏକାମ୍ର ପ୍ରୋଜେକ୍ଟ ପାଇଁ ସମୁଦାୟ ଜମି ଅଧିଗ୍ରହଣରୁ ଅବଶିଷ୍ଟ ଅଂଶ ଅଧିଗ୍ରହଣ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ପାଇଁ ସମସ୍ତ ସମ୍ବଦ୍ଧିତ ବିନ୍ଦୁ ଉପରେ କେନ୍ଦ୍ରିତ ହୋଇ ଆବଶ୍ୟକ ପଦକ୍ଷେପ ଗ୍ରହଣକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶିତ କରାଯାଇଛି ।
ଆସନ୍ତା ମହାଶିବରାତ୍ରି ପୂର୍ବରୁ ଜରୁରୀକାଳୀନ ଭିତ୍ତିରେ ପାର୍କିଂ ଏବଂ ମନ୍ଦିରର ଚତୁଃପାର୍ଶ୍ଵର ଆଲୋକୀକରଣ କରାଯିବା ନେଇ ଆଲୋଚନା ହୋଇଛି।
ତତ୍ ସହିତ ଉକ୍ତ ବୈଠକରେ ବିନ୍ଦୁସାଗରର ପାର୍ଶ୍ୱବର୍ତ୍ତୀ ସୌନ୍ଦର୍ଯ୍ୟକରଣ,ଔଷଧୀୟ ଉଦ୍ୟାନର ସଂରକ୍ଷଣ,ମନ୍ଦିର ସହିତ ବିଭିନ୍ନ ମଠ ପୁନଃନିର୍ମାଣ, ସେବାୟତ ମାନଙ୍କ ପାଇଁ ମୋବାଇଲ ଶୌଚାଳୟର ବ୍ୟବସ୍ଥା ଇତ୍ୟାଦି ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ଉପରେ ଆଲୋଚନା କରାଯାଇଛି।
ଏହି ବୈଠକରେ ମାନନୀୟା ଭୁବନେଶ୍ବର ମହାନଗର ନିଗମର ମେୟର ଶ୍ରୀମତୀ ସୁଲୋଚ଼ନା ଦାସ,
ଭୁବନେଶ୍ବର ମହାନଗର ନିଗମର କମିଶନର ଶ୍ରୀ ଚ଼ଞ୍ଚଳ ରଣା,
ଦେବୋତ୍ତର କମିଶନର ଶ୍ରୀ ଲଲାଟେନ୍ଦୁ ଜେନା,
ଖୋର୍ଦ୍ଧା ଜିଲ୍ଲାପାଳ ଶ୍ରୀ ଅମ୍ରିତ ଋତୁରାଜ,
ଭୁବନେଶ୍ୱର-କଟକ କମିଶନରେଟ ପୋଲିସର ଅତିରିକ୍ତ ଆରକ୍ଷୀ ଆୟୁକ୍ତ ଶ୍ରୀ ନରସିଂହ ଭୋଳ, ଭୁବନେଶ୍ବର ଅତିରିକ୍ତ ଜିଲ୍ଲାପାଳଆଦି ଅନେକ ଉପସ୍ଥିତ ଥିଲେ |