ଭୁବନେଶ୍ୱର ପଟିଆରେ ଖୋଲିଲା ଖୋସଲା ଇଲେକ୍ଟ୍ରୋନିକ୍ସର ଓଡ଼ିଶାର ଚତୁର୍ଥ ଶୋ’ରୁମ୍...
ପୂର୍ବ ଭାରତର ଅନ୍ୟତମ ପ୍ରମୁଖ ଇଲେକ୍ଟ୍ରୋନିକ୍ସ ରିଟେଲ୍ ଚେନ୍ ଖୋସଲା ଇଲେକ୍ଟ୍ରୋନିକ୍ସ ପକ୍ଷରୁ ଭୁବନେଶ୍ୱରର ପଟିଆଠାରେ ଏକ ନୂତନ ଶୋ’ରୁମ୍ ଉଦ୍ଘାଟିତ ହୋଇଛି।
କମ୍ପାନୀର ମାର୍କେଟିଂ ଓ ସେଲ୍ସ ନିର୍ଦ୍ଦେଶିକା ଶ୍ରୀମତୀ ଖୁସ୍ବୁ ଖୋସଲା ଗୁପ୍ତା ଏହି ଉଦ୍ଘାଟନୀ ଉତ୍ସବରେ ଯୋଗ ଦେଇଥିଲେ।
ଏହା ଓଡ଼ିଶାରେ କମ୍ପାନୀର ଚତୁର୍ଥ ଶୋ’ରୁମ୍।
୧୯୮୭ ମସିହାରେ ପ୍ରତିଷ୍ଠିତ ଖୋସଲା ଇଲେକ୍ଟ୍ରୋନିକ୍ସର ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ ଓ ଓଡ଼ିଶାରେ ମୋଟ ୧୦୦ଟି ଷ୍ଟୋର୍ ରହିଛି।
ଗ୍ରାହକଙ୍କ ନିକଟରେ ଅତ୍ୟାଧୁନିକ ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ଓ ଘରୋଇ ଉପକରଣ ପହଞ୍ଚାଇବା ସହ ପୂର୍ବ ଭାରତରେ ନିଜର ବ୍ୟବସାୟିକ ଉପସ୍ଥିତିକୁ ସୁଦୃଢ଼ କରିବା ଦିଗରେ କମ୍ପାନୀ ନିରନ୍ତର ଉଦ୍ୟମ କରୁଛି।
ଏହି ଅବସରରେ ଶ୍ରୀମତୀ ଖୁସ୍ବୁ ଖୋସଲା ଗୁପ୍ତା କହିଥିଲେ, “ଓଡ଼ିଶାରେ ଆମର ଚତୁର୍ଥ ଷ୍ଟୋର୍ ଖୋଲିବା ମୋ ପାଇଁ କେବଳ ବ୍ୟବସାୟିକ ସଫଳତା ନୁହେଁ, ଏହାଠାରୁ ଆହୁରି ଅଧିକ।
ରସଗୋଲା ମାଧ୍ୟମରେ ବଙ୍ଗ ଓ ଓଡ଼ିଶା ମଧ୍ୟରେ ଏକ ସୁନ୍ଦର ସମ୍ପର୍କ ରହିଛି। ଉଭୟ ରାଜ୍ୟର ନିଜସ୍ୱ ପରମ୍ପରା ଓ କାହାଣୀ ରହିଛି। କିଛି ଜିନିଷ ଏତେ ଆପଣାର ହୋଇଯାଏ ଯେ ତାହା ଏକାଧିକ ଅଞ୍ଚଳର ହୋଇପାରେ।
‘ଘର ସବୁବେଳେ ଆମେ ଯେଉଁଠାରୁ ଆସିଛୁ ତାହା ନୁହେଁ; ବେଳେବେଳେ ଯେଉଁଠାରେ ଲୋକେ ଆମକୁ ନିଜର ବୋଲି ଗ୍ରହଣ କରନ୍ତି, ସେହି ସ୍ଥାନ ହିଁ ଆମ ଘର।’
ଖୋସଲା କେବଳ କୋଲକାତାର ଏକ ବ୍ରାଣ୍ଡ୍ ହୋଇ ନ ରହି ଓଡ଼ିଶାବାସୀଙ୍କ ଆସ୍ଥା, ବିଶ୍ୱାସ ଓ ଗର୍ବର ଅଂଶ ହେଉ, ଏହା ମୋର ଲକ୍ଷ୍ୟ।
ଆମେ ଏଠାକୁ କେବଳ ଷ୍ଟୋର୍ ଖୋଲିବାକୁ ଆସିନାହୁଁ; ସମ୍ପର୍କ ଗଢ଼ିବାକୁ, ଲୋକଙ୍କ ଉତ୍ସବର ଅଂଶ ହେବାକୁ ଏବଂ ସେମାନଙ୍କ ସହ ଆଗକୁ ବଢ଼ିବାକୁ ଆସିଛୁ।
ଦିନେ ଲୋକେ ଖୋସଲା ବଙ୍ଗର ନା ଓଡ଼ିଶାର ବୋଲି ପଚାରିବେ ନାହିଁ, ବରଂ କହିବେ—‘ଖୋସଲା ଆମର’।”
ନୂତନ ଶୋ’ରୁମ୍ରେ ଫ୍ରିଜ୍, ୱାଶିଂ ମେସିନ୍, ଟେଲିଭିଜନ୍, ମୋବାଇଲ୍ ଫୋନ୍, ଲାପଟପ୍, ଅଡିଓ-ଭିଜୁଆଲ୍ ଉପକରଣ ଓ ବିଭିନ୍ନ ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ଉପଲବ୍ଧ ହେବ।
ଉଦ୍ଘାଟନ ଅବସରରେ ଘରୋଇ ଉପକରଣ ଓ ଅଡିଓ-ଭିଜୁଆଲ୍ ସାମଗ୍ରୀ ଉପରେ ୫୦ ପ୍ରତିଶତ ପର୍ଯ୍ୟନ୍ତ ରିହାତି,
ତିନି ଜଣ ଭାଗ୍ୟଶାଳୀ ବିଜେତାଙ୍କ ପାଇଁ ୧୦୦ ପ୍ରତିଶତ କ୍ରୟ ରାଶି ଫେରସ୍ତ ଲକି ଡ୍ର’, ସ୍ୱତନ୍ତ୍ର ଇଏମ୍ଆଇ ସୁବିଧା, ନିଶ୍ଚିତ ମାଗଣା ଉପହାର ଓ ମନୋନୀତ ସାମଗ୍ରୀ ଉପରେ ବର୍ଦ୍ଧିତ ୱାରେଣ୍ଟି ଦିଆଯାଉଛି।
ୱାଶିଂ ମେସିନ୍ରେ ପାଞ୍ଚ ବର୍ଷ ଏବଂ ଏଲ୍ଇଡି ଟିଭି ଓ ଏୟାର କଣ୍ଡିସନର୍ରେ ତିନି ବର୍ଷର ୱାରେଣ୍ଟି ସୁବିଧା ମଧ୍ୟ ରହିଛି।
ପଟିଆ ଓ ଆଖପାଖ ଅଞ୍ଚଳର ଗ୍ରାହକଙ୍କୁ ଉନ୍ନତ ସପିଂ ଅନୁଭୂତି ପ୍ରଦାନ କରିବା ସହ ଓଡ଼ିଶାରେ ନିଜର ସମ୍ପର୍କ ଓ ବିଶ୍ୱାସକୁ ଆହୁରି ମଜବୁତ କରିବା ଏହି ନୂତନ ଶୋ’ରୁମ୍ର ମୁଖ୍ୟ ଉଦ୍ଦେଶ୍ୟ।