ଭୁବନେଶ୍ୱର ମଧ୍ୟ ନିର୍ବାଚନ ମଣ୍ଡଳୀରେ ବିଜେଡି ଜନସମ୍ପର୍କ ପଦଯାତ୍ରା ଅନୁଷ୍ଠିତ...

Oct 14, 2026 - 15:00
 14
ଭୁବନେଶ୍ୱର ମଧ୍ୟ ନିର୍ବାଚନ ମଣ୍ଡଳୀରେ ବିଜେଡି ଜନସମ୍ପର୍କ ପଦଯାତ୍ରା ଅନୁଷ୍ଠିତ...

ଡବଲ ଇଞ୍ଜିନ ସରକାର ରେ 

ଚାଷୀ, ମହିଳା, ମଧ୍ୟବିତ୍ତ, ଗରିବ ସମସ୍ତେ ହଇରାଣ। 

Genz ର ଭବିଷ୍ୟତ ଅନ୍ଧାର।

କିନ୍ତୁ ସରକାର ନିଦା ବିଷ୍ଣୁ।

ଡବଲ ଇଞ୍ଜିନ ସରକାର ଅପାରଗତା ରେ ଦେଶ ରେ ଏକ ନମ୍ବର।

ସରକାର ର ଅପାରଗତା ବିଷୟ ରେ ଲୋକ ଙ୍କୁ ସଚେତନ କରନ୍ତୁ।

ନବୀନ ପଟ୍ଟନାୟକ 

ଭୁବନେଶ୍ୱର ମଧ୍ୟ ନିର୍ବାଚନ ମଣ୍ଡଳୀ ରେ ବିଜୁ ଜନତା ଦଳ ର ଜନ ସମ୍ପର୍କ ପଦଯାତ୍ରା ଆଜି ଅନୁଷ୍ଠିତ ହୋଇ ଯାଇଛି। ଏହି କାର୍ଯ୍ୟକ୍ରମ ରେ ଯୋଗ ଦେଇ ବିଜେଡି ସଭାପତି ଶ୍ରୀ ନବୀନ 

ପଟ୍ଟନାୟକ କହିଥିଲେ ଯେ ବିଜେଡି ସରକାରରେ ବିକାଶ ଥିଲା ମୁଖ୍ୟ ଏଜେଣ୍ଡା। 

କିନ୍ତୁ ଏ ଡବଲ ଇଞ୍ଜିନ ସରକାର ପାଇଁ ତାଙ୍କ ଦଳର ବିକାଶ ମୁଖ୍ୟ ଏଜେଣ୍ଡା ହୋଇଛି।

ଶ୍ରୀ ପଟ୍ଟନାୟକ କହିଥିଲେ ଯେ ଏ ସରକାର ଅମଳରେ ସମସ୍ତେ ହଇରାଣ। ଚାଷୀ ହଇରାଣ ମହିଳା ହଇରାଣ, ବୁଢା ବୁଢ଼ୀ ହଇରାଣ। ଗରିବ ଲୋକ ହଇରାଣ। ମଧ୍ୟବିତ୍ତ ହଇରାଣ। Gen Z ର ଭବିଷ୍ୟତ ଅନ୍ଧାର। 

ଅତ୍ୟାବଶକ ଦ୍ରବ୍ୟ ର ଦରଦାମ ବଢ଼ି ଚାଲିଛି। ସମସ୍ତେ ହଇରାଣ୍। କିନ୍ତୁ ସରକାର ନିଦା ବିଷ୍ଣୁ। 

ଅପାରଗତା ରେ ଓଡିଶା ସରକାର ସାରା ଦେଶ ରେ ନମ୍ବର one ବୋଲି ଶ୍ରୀ ପଟ୍ଟନାୟକ କଟାକ୍ଷ କରିଥିଲେ। 

ତେଣୁ ଲୋକ ଙ୍କ ସହ ରହି ଏ ଅପାରଗ ସରକାର ର ମୁଖା ଖୋଲି ଦେବାକୁ ଶ୍ରୀ 

ପଟ୍ଟନାୟକ ଦଳ ର କର୍ମୀ ମାନଙ୍କୁ ଅନୁରୋଧ କରିଥିଲେ।

 

ଏହି କାର୍ଯ୍ୟକ୍ରମରେ ,ପୂର୍ବତନ ମନ୍ତ୍ରୀ ଶ୍ରୀ ଅଶୋକ ପଣ୍ଡା , ବିଧାୟକ ସୁଶାନ୍ତ ରାଉତ, ବିଧାୟକ ଅନନ୍ତ ନାରାୟଣ ଜେନା , ମେୟର ସୁଲୋଚନା ଦାସ ଓ ଶ୍ରୀ ମନ୍ମଥ ରାଉତରାୟ ପ୍ରମୁଖ ଉଦବୋଧନ ଦେଇ ରାଜ୍ୟ ସରକାର ଙ୍କ ତୀବ୍ର ସମାଲୋଚନା 

କରିଥିଲେ।  

ସାଂସଦ ଶୁଭାଶିଷ ଖୁଣ୍ଟିଆ ଓ ବେଗୁନିଆ ବିଧାୟକ ଶ୍ରୀ ପ୍ରଦୀପ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

ଏହି ସମାବେଶ ରେ ସ୍ଥାନୀୟ କର୍ପୋରେଟର ଶ୍ରୀ ଭରତ ଲେଙ୍କା ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମ ରେ ବିପୁଳ ଜନ ସମାବେଶ ହୋଇ ଥିଲା।