ଭୁବନେଶ୍ୱର ସ୍ଥିତ 'ଟାଉନ୍ ଅଫିସିଆଲ୍ ଲାଙ୍ଗୁଏଜ୍ ଇମ୍ପ୍ଲିମେଣ୍ଟେସନ୍ କମିଟି' (ଟୋଲିକ - ଉପକ୍ରମ)ର ୨୪ତମ ଷାଣ୍ମାସିକ ବୈଠକ...

Oct 1, 2026 - 12:17
 3
ଭୁବନେଶ୍ୱର ସ୍ଥିତ 'ଟାଉନ୍ ଅଫିସିଆଲ୍ ଲାଙ୍ଗୁଏଜ୍ ଇମ୍ପ୍ଲିମେଣ୍ଟେସନ୍ କମିଟି' (ଟୋଲିକ - ଉପକ୍ରମ)ର ୨୪ତମ ଷାଣ୍ମାସିକ ବୈଠକ...

ନାଲକୋ ଏଲ ଆଣ୍ଡ ଡି ସେଣ୍ଟର ଅଫ ଏକ୍ସସେଲେନ୍ସ ପରିସରରେ "ଟୋଲିକ ଉପକ୍ରମ"ର ବୈଠଳ ଅନୁଷ୍ଠିତ ହୋଇଯାଇଛି । 

ନାଲକୋ ସିଏମଡି ତଥା ଟୋଲିକ - ଉପକ୍ରମ, ଭୁବନେଶ୍ୱରର ଅଧ୍ୟକ୍ଷ ଶ୍ରୀ ବ୍ରିଜେନ୍ଦ୍ର ପ୍ରତାପ ସିଂହ ଏହି ବୈଠକରେ ଅଧ୍ୟକ୍ଷତା କରିଥିଲେ । 

ଏହି ଅବସରରେ ନାଲକୋର ନିର୍ଦ୍ଦେଶକ (ମାନବ ସମ୍ବଳ) ତଥା ଟୋଲିକ - ଉପକ୍ରମ, ଭୁବନେଶ୍ୱରର ଉପାଧ୍ୟକ୍ଷ ଡକ୍ଟର ତାପସ କୁମାର ପଟ୍ଟନାୟକ ଏବଂ ନାଲକୋର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ (ମାନବ ସମ୍ବଳ) ଶ୍ରୀ ଆଶୁତୋଷ ରଥ କାର୍ଯ୍ୟକ୍ରମରେ ଅତିଥି ଭାବେ ଯୋଗ ଦେଇଥିଲେ ।
 
ଉପସ୍ଥିତ ସଦସ୍ୟମାନଙ୍କୁ ସମ୍ବୋଧିତ କରି ଶ୍ରୀ ସିଂହ କହିଥିଲେ ଯେ, ଭାରତ ସରକାରଙ୍କ ଗୃହ ମନ୍ତ୍ରଣାଳୟ ଅଧୀନସ୍ଥ 'ରାଜଭାଷା ବିଭାଗ' ଦ୍ୱାରା ହିନ୍ଦୀ ଦିବସ-୨୦୨୬ ଅବସରରେ ଆୟୋଜିତ ଷଷ୍ଠ ସର୍ବଭାରତୀୟ ରାଜଭାଷା ସମ୍ମିଳନୀରେ ଟୋଲିକ - ଉପକ୍ରମ, ଭୁବନେଶ୍ୱରକୁ "ଉତ୍କୃଷ୍ଟ" ବର୍ଗରେ ସ୍ୱୀକୃତି ପ୍ରଦାନ କରାଯାଇଛି। 


ଏଥି ନିମନ୍ତେ ସେ ଅଂଶଗ୍ରହଣକାରୀ ମାନଙ୍କୁ ଅଭିନନ୍ଦନ ଜଣାଇବା ସହ ନିଜ କାର୍ଯ୍ୟରେ ହିନ୍ଦୀର ସର୍ବାଧିକ ବ୍ୟବହାର ପାଇଁ ପରାମର୍ଶ ଦେଇଥିଲ । 

ଏହି ଅବସରରେ ଟୋଲିକ - ଉପକ୍ରମ ଆନୁକୂଲ୍ୟରେ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର ବିଜେତାମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। 

ଆଲୋଚନା ସମୟରେ ରାଜଭାଷାର ପ୍ରଭାବଶାଳୀ କାର୍ଯ୍ୟକାରିତା ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଥିଲା ଏବଂ ସଦସ୍ୟ କାର୍ଯ୍ୟାଳୟଗୁଡ଼ିକ ପକ୍ଷରୁ ମୂଲ୍ୟବାନ ପରାମର୍ଶ ପ୍ରଦାନ କରାଯାଇଥିଲା। 

ଏହା ବ୍ୟତୀତ, ଏହି ଅବସରରେ ଟୋଲିକ - ଉପକ୍ରମ ପତ୍ରିକାର ମଧ୍ୟ ଉନ୍ମୋଚନ କରାଯାଇଥିଲା । 

ଭୁବନେଶ୍ୱର ସ୍ଥିତ ବିଭିନ୍ନ ସାର୍ବଜନୀନ କ୍ଷେତ୍ର ଉଦ୍ୟୋଗ ର ପ୍ରତିନିଧି ଏବଂ କାର୍ଯ୍ୟାଳୟ ମୁଖ୍ୟମାନେ ଏହି ବୈଠକରେ ଯୋଗ ଦେଇଥିଲେ