ମନ୍ଦିରରେ କଳାକନା ବୁଲାଇଲେ ଦୁର୍ବୁତ୍ତ

ବାଲେଶ୍ୱର : ଗତକାଲି ବାଲେଶ୍ୱର ଜିଲ୍ଲା ବସ୍ତା ଥାନା ଅନ୍ତର୍ଗତ ଲକ୍ଷ୍‌ଣପଡା ଗ୍ରାମରେ ଏକ ମନ୍ଦିରରୁ ଲୁଟ ଅଭିଯୋଗ ହୋଇଛି । ଠାକୁରାଣୀଙ୍କ ମନ୍ଦିରରୁ ତାଲା ଭାଙ୍ଗି ଦୁର୍ବୃତ ସବୁକିଛି ଲୁଟି ନେଇଥିବା ଜଣାପଡିଛି । ସୂଚନା ଅନୁସାରେ ଆଜି ସକାଳେ ସ୍ଥାନୀୟ ଲୋକ ମନ୍ଦିର ଆସିଲା ବେଳ ତାଲା ଭାଙ୍ଗି ତଳେ ପଡିଥିବା ଦେଖିବାକୁ ପାଇଥିଲେ । ଏବଂ ପରେ ମନ୍ଦିର ଭିତରକୁ ଯାଇ ଦେଖିଲା ବେଳକୁ ଠାକୁରାଣୀଙ୍କ ସୁନା ଅଳଙ୍ଗାର ସମେତ ଆସବାବପତ୍ର ସବୁକିଛି ଲୁଟି ନେଇ ଲୁଟେରାମାନେ ଫେରାର ହୋଇଯାଇଛନ୍ତି । ଯାହାର ଆନୁମାନିକ ମୂଲ୍ୟ ୫ ଲକ୍ଷରୁ ଉର୍ଦ୍ଧ୍ୱ ହେବ ବୋଲି ଜଣାପଡିଛି । ତେବେ ଖବରପାଇ ବସ୍ତା ପୋଲିସ ଘଟଣା ସ୍ଥଳରେ ପହଂଚି ଏହାର ତଦନ୍ତ ଜାରି ରଖିଛି ।

ମନ୍ଦିରରେ କଳାକନା ବୁଲାଇଲେ ଦୁର୍ବୁତ୍ତ