ଏଆଇ ଯୁଗରେ ବର୍ଷିତ ଭ୍ରମାତ୍ମକ ସୂଚନା ମଧ୍ଯରେ ଗଣମାଧ୍ୟମର ବିଶ୍ବସନୀୟତାକୁ ସୁରକ୍ଷା ଦେବା ଏକ ସାମୂହିକ ଦାୟିତ୍ଵ

Nov 17, 2025 - 11:10
 5
ଏଆଇ ଯୁଗରେ ବର୍ଷିତ ଭ୍ରମାତ୍ମକ ସୂଚନା ମଧ୍ଯରେ ଗଣମାଧ୍ୟମର ବିଶ୍ବସନୀୟତାକୁ ସୁରକ୍ଷା ଦେବା ଏକ ସାମୂହିକ ଦାୟିତ୍ଵ

ଏଆଇ ଯୁଗରେ ବର୍ଷିତ ଭ୍ରମାତ୍ମକ ସୂଚନା ମଧ୍ଯରେ ଗଣମାଧ୍ୟମର ବିଶ୍ବସନୀୟତାକୁ ସୁରକ୍ଷା ଦେବା ଏକ ସାମୂହିକ ଦାୟିତ୍ଵ

ସାମ୍ବାଦିକମାନଙ୍କୁ ମାର୍ଗଦର୍ଶନ କରୁଥିବା ମାନବୀୟ ମନ, ବିଚାରଶକ୍ତି, ବିବେକ ଏବଂ ଦାୟିତ୍ୱବୋଧକୁ ଏଆଇ କେବେବି ବଦଳାଇପାରିବ ନାହିଁ: ପ୍ରେସ୍ କାଉନସିଲ ଅଫ୍ ଇଣ୍ଡିଆ

ପାରମ୍ପରିକ ଗଣମାଧ୍ୟମ ଏବଂ ସାମାଜିକ ଗଣମାଧ୍ୟମରେ ଯଥାକ୍ରମେ ଗତି ଏବଂ ନିୟୋଜନ ଅପେକ୍ଷା ସତ୍ୟତାକୁ ପ୍ରାଥମିକତା ଦିଅନ୍ତୁ; ପ୍ରେସ୍ ଟ୍ରଷ୍ଟ ଅଫ୍ ଇଣ୍ଡିଆର ସିଇଓ

ନୂଆଦିଲ୍ଲୀରେ ଅନୁଷ୍ଠିତ ଜାତୀୟ ପ୍ରେସ୍ ଦିବସ ସମାରୋହରେ ଅଂଶଗ୍ରହଣ କଲେ ଶ୍ରୀ ଅଶ୍ବିନୀ ବୈଷ୍ଣବ

ଗୋଟିଏ ଗଣତାନ୍ତ୍ରିକ ଦେଶରେ ପ୍ରେସ୍ ବା ଗଣମାଧ୍ୟମ ହେଉଛି ନାଗରିକଙ୍କ ଆଖ୍ ଏବଂ କାନ। ଆଜି ଆମେ ଜାତୀୟ ପ୍ରେସ୍ ଦିବସ ପାଳନ କରୁଥିବା ସମୟରେ ଏଆଇ ଯୁଗରେ ବଢ଼ୁଥିବା ଭୁଲ ସୂଚନାର ଭିଡ଼ ମଧ୍ଯରେ ନାଗରିକମାନଙ୍କୁ ସଶକ୍ତ କରିବା ପାଇଁ ଗଣମାଧ୍ଯମର ବିଶ୍ବସନୀୟତାକୁ ସୁରକ୍ଷା ଦେବା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ।

ଆଜି ନୂଆଦିଲ୍ଲୀର ନେସନାଲ ମିଡିଆ ସେଣ୍ଟରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଅତିଥ୍‌ମାନେ ଏହି ମତ ପ୍ରକାଶ କରିଥିଲେ। ଚଳିତ ବର୍ଷର ବିଷୟବସ୍ତୁ –“ବନ୍ଧିତ ଭୁଲ ସୂଚନା ମଧ୍ୟରେ ଗଣ ଗଣମାଧ୍ଯମର ବିଶ୍ବସନୀୟତାକୁ ସୁରକ୍ଷା ଦେବା'' ଉପରେ କାର୍ଯ୍ୟକ୍ରମର ଶୁଭାରମ୍ଭ କରି ଭାରତୀୟ ପ୍ରେ ପ୍ରେସ କାଉନସିଲ (ପିସିଆଇ)ର ଅଧ୍ଯକ୍ଷା ଅବସରପ୍ରାପ୍ତ ବିଚାରପତି ରଞ୍ଜନା ପ୍ରକାଶ ଦେଶାଇ କହିଛନ୍ତି, ''ଏଆଇ କେବେବି ମାନବ ମନକୁ ବଦଳାଇପାରିବ ନାହିଁ। ପ୍ରତ୍ୟେକ ସାମ୍ବାଦିକଙ୍କୁ ମାର୍ଗଦର୍ଶନ କରୁଥିବା ବିଚାରଶକ୍ତି, ବିବେକ ଏବଂ ଦାୟିତ୍ବବୋଧକୁ ଏଆଇ କେବେ ବଦଳାଇପାରିବ ନାହିଁ। ତେଣୁ ସେମାନେ ଏହା ସହାୟତାରେ ଭୁଲ ସୂଚନା ପ୍ରସାରଣକୁ ରୋକିବା ଉଚିତ।

ସଂସଦୀୟ ସଞ୍ଜୟ ମୁଖ୍ୟ ଅଭିଭାଷଣ ରଖୁ, ପ୍ରେସ୍ ଟ୍ରଷ୍ଟ ଅଫ୍ ଇଣ୍ଡିଆ (ପିଟିଆଇ)ର ସିଇଓ ଶ୍ରୀ ବିଜୟ ଜୋଶୀ କହିଛନ୍ତି, ଆଜି ଆମେ ସମସ୍ତେ ଏକ ସମାଜ ଭାବରେ ସମ୍ମୁଖୀନ ହେଉଥ‌ିବା 'ଇନଫୋଡେମିକ୍'ର ମୁକାବିଲ 'ର ମୁକାବିଲା ପାଇଁ ସମାଧାନ ଜରୁରୀ । ସେ କହିଥିଲେ "ପାରମ୍ପରିକ ଗଣମାଧ୍ୟମରେ ଗତି ବଦଳରେ ସତ୍ୟତା ଓ ସଠିକତା ଏବଂ ଡିଜିଟାଲ୍ ମିଡିଆରେ ଏଆଇ ଆଲଗୋରିଦମ-ଆଧାରିତ କାର୍ଯ୍ୟକଳାପକୁ ପ୍ରୋତ୍ସାହିତ ହିତ କରାଯିବା ଉଚିତ। କେନ୍ଦ୍ର ସୂଚନା ଏବଂ ପ୍ରସାରଣ, ରେଳ ଏବଂ ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଶ୍ରୀ ଅଶ୍ବିନୀ ବୈଷ୍ଣବ ମଧ୍ୟ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। କୈନ୍ଦ୍ର ସୂଚନା ଏବଂ ପ୍ରସାରଣ ଏବଂ ସଂସାଁ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଡକ୍ଟର ଏଲ୍. ମୁରୁଗନ, ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟର ସଚିବ ଶ୍ରୀ ସଞ ଜାଜୁ ଏବଂ ପିସିଆଇର ସଚିବ ଶୁଭା ଗୁମ୍ଫା ମଧ୍ୟ ଏହି ଅବସରରେ ଉପସ୍ଥିତ ଥିଲେ।

ଜଷ୍ଟିସ୍ ରଞ୍ଜନା ପ୍ରକାଶ ଦେଶାଇ ଗଣମାଧ୍ୟମ ସ୍ବାଧୀନତାର ସୁରକ୍ଷା ଏବଂ ଉଚ୍ଚକୋଟୀର ସାମ୍ବାଦିକତ ମାନଦଣ୍ଡ ବଜାୟ ରଖୁବା ପାଇଁ ପ୍ରେସ୍ କାଉନସିଲ ଅଫ୍ ଇଣ୍ଡିଆର ଦ୍ବିଗୁଣିତ ଦାୟିତ୍ଵ ଉପରେ ଆଲୋକପାତ କରିଥିଲେ। ସେ କହିଥିଲେ, ବିଶେଷକରି ଆଜିର ବର୍ଶିତ ଭୁଲ ସୂଚନା ଏବଂ ପ୍ରଯୁକ୍ତି ବିଦ୍ୟାର ଅପବ୍ୟବହାର ଯୁଗରେ ସାମ୍ବାଦିକତା ପାଇଁ ସଚ୍ଚୋଟତା, ସତ୍ୟତା ଏବଂ ସଠିକ୍ ସୂଚନା ପ୍ରଦାନ ଲାଗି ପ୍ରତିବଦ୍ଧତା ଆବଶ୍ୟକ।

ଇର ପିସିଆଇ ପକ୍ଷରୁ କମିଟି ଏବଂ ତଥ୍ୟ-ଅନୁସନ୍ଧାନକ ନକାରୀ ଦଳ ଗଠନ କରାଯାଇଛି ଏବଂ ସାମ୍ବାଦିକମାନଙ୍କୁ ଦାୟିତ୍ଵପୂର୍ଣ୍ଣ ଭାବରେ କାର୍ଯ୍ୟ କରିବାକୁ ଏବଂ ପ୍ରତ୍ୟେକ ତଥ୍ୟ ଯାଞ୍ଚ କରିବାକୁ କୁହାଯାଇଛି ବୋଲି ସେ କହିଥିଲେ । ସେ କଲ୍ୟାଣକାରୀ ଯୋଜନା ଏବଂ ବୀମା ମାଧ୍ୟମରେ ସାମ୍ବାଦିକମାନ ମ୍ବାଦିକମାନଙ୍କ ପାଇଁ ଆର୍ଥକ ସୁରକ୍ଷାର ଗୁରୁତ୍ଵ ଉପରେ ମଧ୍ୟ ଆଲୋକପାତ କରିଥ୍ ରିଥୂଲେ। ସେ ଉଲ୍ଲେଖ ରୂଖ କରିଥିଲେ ଯେ ପିସିଆଇ ଇଣ୍ଟର୍ନସିପ୍ କାର୍ଯ୍ୟକ୍ରମ ଯୁବ ସାମ୍ବାଦିକମାନଙ୍କୁ ନୈତିକ ଅଭ୍ଯାସ ଶିଖୂବାରେ ସାହାଯ୍ୟ କରେ ।

ସେ ଆହୁରି କହିଥିଲେ, ଏଆଇ ଉପ‌ଯୋଗୀ ହୋଇପାରେ, କିନ୍ତୁ ପିସିଆଇ ଏହାର ଅପବ୍ୟବହାର ରୋକି ରାକିବା ପ୍ରତି ମଧ୍ୟ ସତର୍କ। ଏହି ଉପକରଣଗୁଡ଼ିକ ଯେତେ ଉନ୍ନତ ହେଲେ ମଧ୍ୟ, ସେମାନେ ନେ କେବେବି ମାନବ ମନ, ବିଚାରଶକ୍ତି, ବିବେକ ଏବଂ ଦାୟିତ୍ବବୋଧ ବଦଳାଇପାରିବ ନାହିଁ ବୋଲି ସେ ଗୁରୁତ୍ବାରୋପ କରି କହିଥିଲେ।

ଏଆଇ ଯୁଗରେ ବିଶ୍ବସନୀୟତା ବଜାୟ ରଖୁବା

ପିଟିଆଇର ସିଇଓ ଶ୍ରୀ ବିଜୟ ଜୋଶୀ କହିଛନ୍ତି ଯେ ଗଣତନ୍ତ୍ରର ନୈତିକ ରକ୍ଷକ ଭାବରେ, ଗଣମାଧ୍ୟମକୁ ଦୃଢ଼ ନୈତିକତା ବଜାୟ ରଖିବାକୁ ପଡିବ। ଦେୟଯୁକ୍ତି ଖବର, ବିଜ୍ଞାପନ ଏବଂ ଚାଞ୍ଚଲ୍ୟକର ଏ ଅତିରଞ୍ଜିତ ସାମ୍ବାଦିକତା ଜନସାଧାରଣଙ୍କ ବିଶ୍ବାସକୁ କ୍ଷୁଣ୍ଣ କରିଛି ବୋଲି ସେ ଚେତାବନୀ ଦେଇଥିଲେ । ଡିଜିଟାଲ ବ୍ୟବଧାନରେ ପରିବର୍ତ୍ତନର ଏକ ଗମ୍ଭୀର ପରିଣାମ ହେଉଛି, ପ୍ରାସଙ୍ଗିକତାକୁ ବର୍ତ୍ତମାନ ସଠିକତ ଅପେକ୍ଷା ପ୍ରାଥମିକତା ଦିଆଯାଉଛି, ଯାହା ପକ୍ଷପାତପୂର୍ଣ ସୂଚନାର ଏକ ପ୍ରହେଳିକା ସୃଷ୍ଟି କରୁଛି। ସତ୍ୟ ଏବଂ ଭୁଲ ସୂଚନା କେତେ ଶୀଘ୍ର ଏକ ହୋଇପାରେ ଏବଂ ଆଜି ଏଆଇ ଏହି ବିପଦକୁ ଆହୁରି ତୀବ୍ର କରିଛି।

ସେ କହିଥିଲେ, ସତ୍ୟର ଯାଞ୍ଚ ସୁନିଶ୍ଚିତ କରିବା ପାଇଁ ସାମ୍ବାଦିକମାନଙ୍କୁ ଏକ ମିଳିତ ଦାୟିତ୍ଵ ନେବାକୁ ପଡିବ। ୨୨ଟି ଖବରକାଗଜ ଦ୍ବାରା ପ୍ରତିଷ୍ଠିତ ପିଟିଆଇର ସତ୍ୟତା, ସଠିକତା, ନିରପେକ୍ଷତା ଏବଂ ସ୍ବାଧୀନତାର ପରମ୍ପରା ଉପରେ ସେ ଆଲୋକପାତ କରିଥିଲେ। ସଠିକତାକୁ ସର୍ବଦା ଗତି ଅପେକ୍ଷା ପ୍ରାଥମିକତା ଦିଆଯିବା ଉଚିତ ଏବଂ ଖବର କୌଣସି ନିର୍ଦ୍ଦିଷ୍ଟ ଉଦ୍ଦେଶ୍ୟ କିମ୍ବା ଏଜେଣ୍ଡାରୁ ମୁକ୍ତ ହେବା ଉଚିତ ବୋଲି ସେ ଗୁରୁତ୍ବାରୋପ କରି କହିଥିଲେ।

ସେ କହିଥିଲେ, ତଥ୍ୟ-ଯାଞ୍ଚ ଭଳି ପଦକ୍ଷେପ ବହୁ-ସୁରୀୟ ଯାଞ୍ଚ ସହିତ ଭୁଲ ତଥ୍ୟ ପ୍ରବାହର ମୁକାବିଲା କରିବାରେ ସାହାଯ୍ୟ କରେ। ବିଶ୍ବସନୀୟତାକୁ ରକ୍ଷା କରିବା ପାଇଁ, ଆକାଂକ୍ଷୀ ସାମ୍ବାଦିକମାନଙ୍କୁ ନୈତିକତା ଏବଂ ବିଶ୍ଳେଷଣାତ୍ମକ ଚିନ୍ତାଧାରା ବିଷୟରେ ତାଲିମ ଦିଆଯିବା ଆବଶ୍ୟକ। ପ୍ରେସର ସ୍ବାଧୀନତା ଚତା ସୂଚନା ଇକୋସିଷ୍ଟମକୁ ପ୍ରଦୂଷିତ କରିବାର ଲାଇସେନ୍ସ ନୁହେଁ ଏବଂ ସାମ୍ବାଦିକତା ବିଶ୍ବାସ ଉପରେ ଆଧାରି ଧାରିତ ଏକ ସାର୍ବଜନୀନ ସେବା ବୋଲି ଶ୍ରୀ ଜୋଶୀ ସ୍ମରଣ କରାଇ ଦେଇଥିଲେ ।

ପ୍ରେସ୍ କାଉନସିଲ୍ ଅଫ୍ ଇଣ୍ଡିଆ ସମ୍ପର୍କରେ

ନ ଏବଂ 1966ରେ ଅଦ୍ଧନ୍ୟାୟିକ ସଂସ୍ଥା ରୂପେ ସଂସଦରେ ଏକ ଆଇନ ଅଣାଯାଇ ପ୍ରେସ୍ କାଉନସିଲ୍ ଅଫ୍ ଇଣ୍ଡିଆ ପ୍ରତିଷ୍ଠା କରାଯାଇଥିଲା । ଏହାକୁ 1979ରେ ପୁନର୍ଗଠିତ କରାଯାଇଥିଲା। ଏହାର ଉଦ୍ଦେଶ୍ୟ ହେଉଛି, ମୁକ୍ତ ଗଣମାଧ୍ୟମ ପାଇଁ ଏକ ଆଭ୍ୟନ୍ତରୀଣ ସ୍ବ-ନିୟନ୍ତ୍ରିକ ବ୍ୟବସ୍ଥା ପ୍ରତିଷ୍ଠା କରିବା ଯାହାଦ୍ବାରା ସ୍ବାଧୀନ ଦାୟିତ୍ବପୂର୍ଣ୍ଣ ରିପୋର୍ଟି ସୁନିଶ୍ଚିତ ହୋଇପାରିବ। ସେବେଠାରୁ, ପ୍ରେସ୍ କାଉନସିଲ୍ ଅଫ୍ ଇଣ୍ଡିଆ ସ୍ବାଧୀନତାକୁ ସୁରକ୍ଷା ଓ ସଂରକ୍ଷଣ କରିବା ଏବଂ ଦେଶରେ ଖବରକାଗଜ ଓ ଖବର ସରବରାହ ସଂସ୍ଥାଗୁଡ଼ିକର ମାନ ବୃଦ୍ଧି କରିବା ପାଇଁ ନିରନ୍ତର ପ୍ରୟାସ କରିଆସୁଛି। ବିଧାନସଭା ଏବଂ ଅନ୍ୟାନ୍ୟ କର୍ତ୍ତୃପକ୍ଷଙ୍କ ପାଇଁ ଏକ ପରାମର୍ଶଦାତା ସଂସ୍ଥା ଭାବରେ ମଧ୍ୟ ଏହା ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଛି।