ମର୍ମନ୍ତୁଦ ସଡକ ଦୁର୍ଘଟଣା : ୧ ମୃତ

ଜଗତସିଂହପୁର: ଯାତ୍ରା ପାଟି ଟ୍ରକ ଦୃର୍ଘଟଣାରେ ଯୁବକ ମୃତ । ଯୁବକ ଜଣକ ହେଉଛନ୍ତି ବାଲିକୁଦା ଥାନା ସାହାଡ଼ା ଗ୍ରାମର ତ୍ରିନାଥ ଭୋଇ । ଆକାଶ ଗଙ୍ଗା ନାମକ ଏକ ଯାତ୍ରା ପାଟି ଟ୍ରକ ବାଲିକୁଦା ଥାନା ଅଧୀନ ତିତିରା ଗ୍ରାମକୁ ଯାତ୍ରା ଜିନିଷ ନେଇ ଯାଉଥିବା ସମୟରେ ବାଲିକୁଦା ବାଲିସାହି ନିକଟରେ ଏକ ବାଇକକୁ ଧକ୍କା ଦେଇଥିଲା । ବାଇକ ଚାଳକ ତ୍ରିନାଥ ଗୁରୁତର ହୋଇ ତଳେ ପଡ଼ିଥିବା ବେଳେ ବାଲିକୁଦା ଥାନା ଅଧିକାରୀ ଘଟଣାସ୍ଥଳରେ ପହଂଚି ଦୁର୍ଘଟଣାଗ୍ରସ୍ତ ଯୁବକକୁ ମେଡିକାଲ ନେଇ ଯାଇଥିଲେ । ମେଡିକାଲରେ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ବରଣ କରିଥିବା ଜଣା ପଡିଛି । ଦୁର୍ଘଟଣା ଘଟାଇ ଥିବା ଟ୍ରକକୁ ପୋଲିସ ଅଟକ ରଖିଥିବା ସୂଚନା ମିଳିଛି ।

Feb 10, 2024 - 17:39
 5
ମର୍ମନ୍ତୁଦ ସଡକ ଦୁର୍ଘଟଣା : ୧ ମୃତ