ମହିଳାଙ୍କ ସନ୍ଦେହ ଜନକ ମୃତ୍ୟୁ

ଗଜପତି : ଗଜପତି ଜିଲ୍ଲାରେ ଘଟିଛି ଅଭାବନୀୟ ଘଟଣା । କାଜୁ ତୋଟାରେ ମହିଳାଙ୍କ ସନ୍ଦେହ ଜନକ ମୃତ୍ୟୁ । ଗଜପତି ଜିଲ୍ଲା କାସିନଗର ବ୍ଳକ ଅନ୍ତର୍ଗତ ସିଙ୍ଗାପୁରର ଛମାଇଲ୍ ଅଞ୍ଚଳରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ବିବାହିତା ମହିଳାଙ୍କ ସନ୍ଦେହ ଜନକ ମୃତ୍ୟୁକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି । ମୃତ ମହିଳା ଜଣଙ୍କ ହେଉଛନ୍ତି ଆନ୍ଧ୍ର ପ୍ରଦେଶର ଶ୍ରୀକାକୁଲମ ବଳଧା ଗାଁର ଜେ.ସ୍ବାତି । ମହିଳାଙ୍କ ବୟସ ୩୧ ବୋଲି ଅନୁମାନ କରାଯାଉଛି । ସୂଚନା ଅନୁସାରେ ଗାଁ ଲୋକେ ନିଜ ଜମି କାମ ସାରି ଫେରୁଥିବା ସମୟରେ ସିଙ୍ଗିପୁର ଗ୍ରାମ ନିକଟ କାଜୁ ଜଙ୍ଗଲରୁ ମୃତ ଶରୀରର ଦେଖିବାକୁ ପାଇଲେ । ଏହା ପରେ ଗାଁ ଲୋକେ କାସିନଗର ପୋଲିସକୁ ଖବର ଦେଇଥିଲେ । ଖବର ପାଇ କାସିନଗର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଛି । କିନ୍ତୁ ମହିଳାଙ୍କ ମୃତ୍ୟୁ କେଉଁ କାରଣରୁ ହେଉଛି ସେ ନେଇ କୌଣସି ସ୍ପଷ୍ଟୀକରଣ ମିଳିପାରିନାହିଁ ।

ମହିଳାଙ୍କ ସନ୍ଦେହ ଜନକ ମୃତ୍ୟୁ