ମର୍ମନ୍ତୁଦ ସଡକ ଦୁର୍ଘଟଣା : ୬ ମୃତ

ସିକନ୍ଦର-ଚାନ୍ଦପୁର ରାସ୍ତାରେ ଜଗନ୍ନାଥପୁର ଗାଁ ନିକଟରେ କିଛି ସମ୍ପର୍କୀୟମାନେ ଗୋଟିଏ କାରରେ ବିବାହ ଉତ୍ସବରେ ଯୋଗଦେବାକୁ ଯାଇଥିଲେ। ବିବାହ କାର୍ଯ୍ୟ ସାରି ସମସ୍ତେ ଖୁସି ଖୁସିରେ ଫେରୁଥିଲେ ହେଲେ ବାଟରେ ଜଗି ବସିଥିଲା କାଳ । ଠିକ ସେହି ସମୟରେ ବର୍ଷା ହୋଇଥିଲା । ଯାହା ଫଳରେ କାର ଚାଲାକ ନିୟନ୍ତ୍ରଣ ହରାଇଥିଲେ । ଶେଷରେ କାରଟି ରାସ୍ତା ବାହାରକୁ ଯାଇ ଡ୍ରେନରେ ଖସିପଡିଥିଲା। ଦୁର୍ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ପୋଲିସ ଟିମ୍ ଘଟଣାସ୍ଥଳରେ ପହଞ୍ଚିଥିଲେ। ଜେସିବି ସହାୟତାରେ କାରଟି ବାହାରକୁ ନିଆଯାଇଥିଲା। କାରରେ ଥିବା ସମସ୍ତେ ଗୁରୁତର ଆହତ ହୋଇଥିଲେ। ସେମାନଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତିକରଯାଇଥିଲା । ସେଠାରେ ୬ ଜଣଙ୍କ ମୃତ୍ୟୁ ହୋଇଥିଲା । ବାକି ଆହତ ବ୍ୟକ୍ତିଙ୍କ ଚିକିତ୍ସା କରାଯାଉଛି ।

Feb 6, 2024 - 20:51
 4
ମର୍ମନ୍ତୁଦ ସଡକ ଦୁର୍ଘଟଣା : ୬ ମୃତ