ସଂସଦରେ ବିରୋଧୀଙ୍କ ଉପରେ ବର୍ଷିଲେ ପ୍ରଧାନମନ୍ତ୍ରୀ

ଭୁବନେଶ୍ବର : ସଂସଦରେ ବିରୋଧୀଙ୍କ ଉପରେ ବର୍ଷିଲେ ପ୍ରଧାନମନ୍ତ୍ରୀ | ସଂସଦରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ବେଳେ କଂଗ୍ରେସ ଓ ବିରୋଧୀଙ୍କୁ ତୀବ୍ର ସମାଲୋଚନା କରିଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି, ବିରୋଧୀ ଦଳ ଏବେ ଯେଭଳି ପରିଶ୍ରମ କରୁଛନ୍ତି ସେମାନେ ଦୀର୍ଘ ଦିନ ବିରୋଧୀ ଦଳ ଭାବେ ରହିବେ ବୋଲି ସ୍ଥିର କରିଛନ୍ତି । ନିଜର ଦାୟିତ୍ୱ ନିର୍ବାହ କରିବାରେ ବିରୋଧୀ ଦଳ ବିଫଳ । ଦେଶ ସବୁବେଳେ ଏକ ଶକ୍ତ ବିରୋଧୀ ଦଳ ଆବଶ୍ୟକ କରିଥାଏ। ସେହିପରି କଂଗ୍ରେସ ଓ ରାହୁଲ ଗାନ୍ଧୀଙ୍କୁ କଟାକ୍ଷ କରିଛନ୍ତି ପ୍ରଧାନମନ୍ତ୍ରୀ । କହିଛନ୍ତି, ଗୋଟିଏ ଉତ୍ପାଦକୁ ବାରମ୍ବାର ଲଞ୍ଚ କରିବାକୁ ଯାଇ କଂଗ୍ରେସର ଦୋକାନରେ ତାଲା ଲଗାଇବା ସମୟ ଆସିଗଲାଣି । କଂଗ୍ରେସର ମାନସିକତାରୁ ଦେଶ କ୍ଷତିଗ୍ରସ୍ତ ହୋଇଛି । ଏଥିସହ ତୃତୀୟ ଥର ପୂର୍ଣ ବହୁମତ ସହ କେନ୍ଦ୍ରରେ ବିଜେପି ସରକାର ଗଢିବ ବୋଲି ଦମ୍ଭୋକ୍ତି ଦେଖାଇଛନ୍ତି ମୋଦି । ସେ କହିଛନ୍ତି, ନିର୍ବାଚନକୁ ଆଉ ମାତ୍ର ଶହେରୁ୧୨୫ଦିନ ରହିଛି। ଦେଶର ମୁତ ଯେଭଳି ଅଛି ଏନଡିଏ ୪ଶହ ସିଟରେ ବିଜୟୀ ହେବା ବିଜେପି ନିଶ୍ଚିତ ଭାବେ ୩୭୦ ଆସନ ଜିତିବ । ତୃତୀୟ ପାଳିରେ ବୃହତ ନିଷ୍ପତ୍ତି ନିଆଯିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

Feb 6, 2024 - 19:52
 6
ସଂସଦରେ ବିରୋଧୀଙ୍କ ଉପରେ ବର୍ଷିଲେ ପ୍ରଧାନମନ୍ତ୍ରୀ