'ମା' ଙ୍କ ବିଦାୟ ଉତ୍ସବ ଖୁବ ସୁରୁଖୁରୁରେ ହେବ...
ଆଜି ଧରାପୃଷ୍ଠରୁ ବିଦାୟ ନେବେ ମା ଜଗଜ୍ଜନନୀ।
ମା ଦୁର୍ଗାଙ୍କ ମୂର୍ତ୍ତି ଭସାଣୀ ପାଇଁ ଭୁବନେଶ୍ଵର ଓ କଟକରେ ବ୍ୟାପକ ପ୍ରସ୍ତୁତି କରାଯାଇଛି।
କଟକରେ ମୁତୟନ ହୋଇଛନ୍ତି ୧୨୫ ପ୍ଲାଟୁନ୍ ପୋଲିସ୍ ଫୋର୍ସ। ଭସାଣୀ ପାଇଁ ଦେବୀଗଡ଼ାରେ ୧୦ଟି ଅସ୍ଥାୟୀ ପୁଷ୍କରିଣୀ ନିର୍ମାଣ କରାଯାଇଛି।
ଦେବୀଗଡ଼ା ଯାଏଁ ଶୋଭାଯାତ୍ରାରେ ଯିବେ କଟକର ୧୫୦ ମେଢ଼।
ସେହିପରି ଭୁବନେଶ୍ଵରରେ ୪ଟି ପୋଖରୀ ନିର୍ମାଣ କରାଯାଇଛି। ପାରମ୍ପରିକ ବାଦ୍ୟ ସହ ଦିଆଯିବ ମା ଙ୍କୁ ମେଲାଣି।
ପୋଖରୀ ନିକଟରେ ରହିବେ ପୋଲିସ୍ ଓ ଅଗ୍ନିସମ ବିଭାଗ କର୍ମଚାରୀ।
ଭୁବନେଶ୍ୱର ପାଇଁ ମୃତୟନ ହୋଇଛନ୍ତି ୬୧ ପ୍ଲାଟୁନ୍ ପୋଲିସ୍ ଫୋର୍ସ।
ସହିଦ ନଗର ଦୂର୍ଗା ପୂଜା ସମିତି ପଡ଼ିଆରୁ ଆସୁଥିବା ମେଢ଼ ଗୁଡ଼ିକ ପ୍ରଥମ ବାଣୀବିହାର ଠାରେ ପହଞ୍ଚିବେ। ସେଠାରେ ନମ୍ବରିଙ୍ଗ ପରେ ଗୋଟିଏ ପରେ ଗୋଟିଏ ମେଢ଼ ସହିଦ ନଗର ଦୂର୍ଗା ପୂଜା ସମିତି ପଡ଼ିଆରେ ପହଞ୍ଚିବେ।
ଭସାଣି ସମିତି ପକ୍ଷରୁ ବିିଭିନ୍ନ ପୂଜା କମିଟି ସଦସ୍ୟଙ୍କୁ ସମ୍ବର୍ଦ୍ଧନା ଦିଆଯିବା ପରେ ମେଢ଼ ଗୁଡ଼ିକ ରାଜମହଲ ଛକ ପର୍ଯ୍ୟନ୍ତ ଶୋଭାଯାତ୍ରାରେ ଯିବେ | ରାଜଧାନୀରେ ଦିନ ୨ଟା ରୁ ରାତି ୧ଟା ପର୍ଯ୍ୟନ୍ତ ଭସାଣୀ ଉତ୍ସବ ଚାଲିବ ବୋଲି ସମିତି ତରଫରୁ ସୂଚନା ମିଳିଛି |