ମା’ ତାରେଣୀଙ୍କ ଚତୁର୍ଥ ଜନ୍ମବାର୍ଷିକୀ ଉତ୍ସବ
ଭୁବନେଶ୍ଵର, ୨୧.୪ : ମା’ ତାରେଣୀ ଋରିଟେବୁଲ ଟ୍ରଷ୍ଟ ପକ୍ଷରୁ ସ୍ଥାନୀୟ ୟୁନିଟ୍-୩ସ୍ଥିତ ଖାରବେଳ ନଗର ଅଞ୍ଚଳରେ ଥିବା ମା’ ତାରେଣୀଙ୍କର ଚତୁର୍ଥ ଜନ୍ମବାର୍ଷିକୀ ଉତ୍ସବ ମହାସମାରୋହରେ ।ଳିତ ହୋଇଯାଇଛି। ଏହି ଉତ୍ସବରେ ମନ୍ଦିରର ପୂଜକ ସନାତନ ନାୟକ ଓ ବସନ୍ତ ରଥ ଛେନାପୋଡ଼ କା କାଟି ମା’ ତାରେଣୀଙ୍କ ଜନ୍ମବାର୍ଷିକୀ ଶୁଭେଚ୍ଛା ଓ ଅଭିନନ୍ଦନ ବାର୍ଭା ଭକ୍ତମାନଙ୍କୁ ଜଣାଇଥିଲେ । ଟ୍ରଷ୍ଟର ସଭାପତି ବିଦ୍ୟାଧର ମିଶ୍ର, ସାଧାରଣ ସମ୍ପାଦକ ଦିଲ୍ଲୀପ କୁମାର ମିଶ୍ର ଏବଂ କୋଷାଧ୍ୟକ୍ଷ ଈଶ୍ବର ମୂର୍ତ୍ତିଙ୍କ ଆବାହକତ୍ୱରେ ଏହି ଜନ୍ମବାର୍ଷିକୀ ଉତ୍ସବରେ ପୂର୍ଣ୍ଣଚନ୍ଦ୍ର ବରାଳ, ବରିଷ୍ଠ ସାମ୍ବାଦିକ ପ୍ରଦ୍ୟୁମ୍ନ କୁମାର ମହାନ୍ତି, ଭୁବନ ମୋହନ ରଥ, ଦେବାଶିଷ ଘୋଷ, ବିଶ୍ୱରଞ୍ଜନ ମହାନ୍ତି, କୃଷ୍ଣଚନ୍ଦ୍ର ମହାପାତ୍ର, ବୀରେନ୍ଦ୍ର ମିଶ୍ର, ଜ୍ଞାନଦିୟୀ ପଣ୍ଡା, ସୁଧାଂଶୁ ଶେଖର ମହାନ୍ତି, ଲଳିତ ବେହେରା, ଲକ୍ଷ୍ମଣ ରେଙ୍ଗି, ରଶ୍ମିରଞ୍ଜନ ପାତ୍ର, ଉଷାମଣି ବରାଳ, ସୁଚିସ୍ମିତା ରାଉତ, କଳ୍ପନା ମହାନ୍ତି, ସଂଘମିତ୍ରା ଦାସ, କୁମୁଦିନୀ ନାୟକ, ସ୍ଵର୍ଣଲତା ମହାନ୍ତି, ମମତା ବିଶ୍ଵାଳ, ଅନୁରାଧା ମିଶ୍ର, କାଜଲ ରେଙ୍ଗି, ବୀଣାପାଣି ମହାନ୍ତି ଓ ମାହେଶ୍ୱରୀ ଆଶ୍ଚର୍ଯ୍ୟ ପ୍ରମୁଖ ଶତାଧିକ ଭକ୍ତ ଯୋଗ ଦେଇଥିଲେ ।