ମାଗଣା ବିଜୁଳି ମୋଦିର ଗ୍ୟାରେଣ୍ଟି : ପ୍ରଧାନମନ୍ତ୍ରୀ

ଚଣ୍ଡିଖୋଲ : ମାଗଣା ବିଜୁଳି ମୋଦିର ଗ୍ୟାରେଣ୍ଟି ବୋଲି ସେ କହିଛନ୍ତି । ଓଡ଼ିଶା ଭଗବାନ ସୂର୍ଯ୍ୟ ଦେବତାଙ୍କ ଭୂମି ବୋଲି ସେ କହିଛନ୍ତି। ସମସ୍ତଙ୍କୁ ମାଗଣା ବିଜୁଳି ଦେବା ମୋଦିର ଗ୍ୟାରେଣ୍ଟି। ପିଏମ୍‌ ସୂର୍ଯ୍ୟଘର ମୁକ୍ତ ବିଜୁଳି ଯୋଜନା ଆରମ୍ଭ କରାଯାଇଛି । ଘର ଛାତରେ ସୋଲାର ପ୍ୟାନେଲ ଲଗାଇ ବିଜୁଳି ଉତ୍ପାଦନ କରିବାକୁ ସେ କହିଛନ୍ତି। ୩ ଶହ ୟୁନିଟ ପର୍ଯ୍ୟନ୍ତ ମାଗଣା ବିଜୁଳି ପାଇବେ ଉପଭୋକ୍ତା । ବଳକା ବିଜୁଳି ବିକି ଉପଭୋକ୍ତା ଲାଭବାନ ହୋଇପାରିବେ ବୋଲି ମୋଦୀ କହିଛନ୍ତି । ଏହା ପୂର୍ବରୁ ଓଡ଼ିଶାକୁ ୨୦ ହଜାର କୋଟିର ପ୍ରକଳ୍ପ ଭେଟି ଦେଇଥିଲେ ମୋଦୀ । 'ଜୟ ଜଗନ୍ନାଥ' କହି ନିଜର ଉଦବୋଧନ ଆରମ୍ଭ କରିଥିଲେ ମୋଦୀ । ଆଜି ବିଜୁ ବାବୁଙ୍କ ଜନ୍ମ ବାର୍ଷିକୀରେ ତାଙ୍କୁ ସ୍ମରଣ କରି ମୋଦୀ କହିଛନ୍ତି ଓଡ଼ିଶା ଓ ଦେଶର ବିକାଶ ପାଇଁ ବିଜୁ ବାବୁଙ୍କ ଯୋଗଦାନ ସ୍ମରଣୀୟ । ସମଗ୍ର ଦେଶବାସୀଙ୍କ ପକ୍ଷରୁ ବିଜୁ ବାବୁଙ୍କୁ ଶ୍ରଦ୍ଧାଞ୍ଜଳି । ଆଜିର ପ୍ରକଳ୍ପ ଯୋଗୁଁ ଓଡ଼ିଶାରେ ନୂଆ ରୋଜଗାର ମିଳିବ । ଦେଶରେ ଏବେ ଏମିତି ସରକାର ଯିଏ ବର୍ତ୍ତମାନ ଓ ଭବିଷ୍ୟତ ଚିନ୍ତା କରୁଛି । ସରକାର ପୂର୍ବ ଭାରତର ସାମର୍ଥ୍ୟ ବଢ଼ାଇ ଚାଲିଛନ୍ତି । ପୂର୍ବ ଯୋଜନାରେ ପ୍ରକଳ୍ପ ଠିକ୍‌ ସମୟରେ ସରୁନଥିଲା । ଆମ ସରକାର ପ୍ରକଳ୍ପକୁ ନିର୍ଦ୍ଧାରିତ ସମୟରେ ସାରିବାକୁ ଗୁରୁତ୍ୱ ଦେଉଛି । ଆମ ସରକାର ପାରାଦୀପ ରିଫାଇନାରୀ କାମ ସାରିଥିଲା । ଓଡ଼ିଶାର ବିକାଶ ପାଇଁ ଆମେ ଗୁରୁତ୍ୱ ଦେଇଆସୁଛୁ । ଓଡ଼ିଶା ରେଳ ବଜେଟ ପ୍ରାୟ ୧୨ ଗୁଣା ବଢ଼ାଇଛୁ ବୋଲି କହିଛନ୍ତ ମୋଦୀ । ଚଣ୍ଡିଖୋଲ ସଭାରେ ଲୋକଙ୍କର ଉତ୍ସାହ ଦେଖି ଖୁସି ହେଲେ ମୋଦି । ଆପଣମାନଙ୍କ ଭଲପାଇବା ଦେଖି ମୁଁ ଅଭିଭୂତ କହିଲେ ପ୍ରଧାନମନ୍ତ୍ରୀ । ସେ ଆହୁରି ମଧ୍ୟ କହିଛନ୍ତି ପ୍ରଭୁ ଜଗନ୍ନାଥଙ୍କ କୃପା ବିନା ଏତେ ଭଲପାଇବା ମିଳିବନି ।

Mar 5, 2024 - 17:47
 5
ମାଗଣା ବିଜୁଳି ମୋଦିର ଗ୍ୟାରେଣ୍ଟି : ପ୍ରଧାନମନ୍ତ୍ରୀ