ମାଣ୍ଡିଆ ଚାଷକୁ ନେଇ ଆଲୋଚନା...

Nov 6, 2025 - 13:34
 3
ମାଣ୍ଡିଆ ଚାଷକୁ ନେଇ ଆଲୋଚନା...

ବର୍ତ୍ତମାନ ଅଙ୍ଗନବାଡି ଓ ବିଦ୍ୟାଳୟ ମାନଙ୍କ ରେ ମାଣ୍ଡିଆ କୁ ସାମିଲ କରାଯାଇଥିବା ବେଳେ ବିଭିନ୍ନ କ୍ୟାଣ୍ଟିନ,ହୋଟେଲ, ସରକାରୀ ବୈଠକ, ରାଜ୍ୟ ଓ ଜାତୀୟ କାର୍ଯ୍ୟକ୍ରମ ମାନଙ୍କ ରେ ମାଣ୍ଡିଆ ଜାତ ବିବିଧ ଖାଦ୍ୟ ସାମଗ୍ରୀ ର ଚାହିଦା ବଢିଛି।

କୃଷକ ମାନଙ୍କୁ ମାଣ୍ଡିଆ ଚାଷ ପାଇଁ ମଧ୍ୟ ପ୍ରୋତ୍ସାହନ ସରକାର ଦେଉଛନ୍ତି ବୋଲି ଶ୍ରୀ ବେହେରା ସୂଚନା ଦେଇଥିଲେ।

ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ସତ୍ୟ ନାରାୟଣ କର ଏଥିରେ ଅଧ୍ୟକ୍ଷତା କରିବା ସହ ସମସ୍ତଙ୍କୁ ସ୍ବାଗତ କରିଥିଲେ।

ପୁରୀ ଜିଲ୍ଲାର କୃଷ୍ଣ ପ୍ରସାଦ ବ୍ଲକରେ ପ୍ରାୟ ୨ଶହ ହେକ୍ଟର ଜମି ରେ ମାଣ୍ଡିଆ ଚାଷ କରାଯାଇଛି।

ଚଳିତ ବର୍ଷ ୩ ଶହ କ୍ୟୁଣ୍ଟାଲ ମାଣ୍ଡିଆ ସଂଗ୍ରହ ର ଲକ୍ଷ ରଖାଯାଇଛି ବୋଲି ଶ୍ରୀ କର ସୂଚନା ଦେବା ସହ ମାଣ୍ଡିଆ ଚାଷ ଓ ସହାୟକ ଉପକରଣ ପାଇଁ ପ୍ରୋତ୍ସାହନ ଦିଆଯାଉଛି ବୋଲି ସେ କହିଥିଲେ।

ଅନ୍ୟ ମାନଙ୍କ ମଧ୍ୟରେ ଉପ ଉଦ୍ୟାନ କୃଷି ନିର୍ଦ୍ଦେଶକ ଡ ମଞ୍ଜୁଳା ତ୍ରିପାଠୀ, ସାକ୍ଷୀ ଗୋପାଳ କୃଷି ବିଜ୍ଞାନ କେନ୍ଦ୍ର ର ବରିଷ୍ଠ ବୈଜ୍ଞାନିକ ଡ ସୂର୍ଯ୍ୟ ନାରାୟଣ ମିଶ୍ର, ସାକ୍ଷୀ ଗୋପାଳ କୃଷି ଅଧିକାରୀ ଡ ପରେଶ କୁମାର ପଣ୍ଡା ପ୍ରମୁଖ ଯୋଗ ଦେଇ ମାଣ୍ଡିଆ ଦିବସ ସମ୍ପର୍କରେ ଆଲୋଚନା କରିଥିଲେ।