ବସକୁ ପଛପଟୁ ଧକ୍କା ଦେଲା ପିକଅପ ଭ୍ୟାନ

Mar 10, 2024 - 22:42
 6
ବସକୁ ପଛପଟୁ ଧକ୍କା ଦେଲା ପିକଅପ ଭ୍ୟାନ

ଦୁଆରଶୁଣୀ ଘାଟିରେ ପୁଣି ଦୁର୍ଘଟଣା । ଜାତୀୟ ରାଜପଥର ୪୯ ନମ୍ବର ବାଙ୍ଗରିପୋଷି ନିକଟ ଦୁଆରଶୁଣୀ ଘାଟିରେ ରବିବାର ଯାତ୍ରୀବାହୀ ବସ ପଛକୁ ପିକଅପ ଧକ୍କା ଦେଇଛି । ଦୁର୍ଘଟଣାରେ କେହି ଆହତ ହୋଇନଥିବା ବେଳେ ଚାଳକ ଅଳ୍ପକେ ବର୍ତ୍ତିଯାଇଛନ୍ତି । ଘଟଣାରୁ ପ୍ରକାଶ ଯେ, ରବିବାର ସକାଳ ସମୟରେ ନିନି ନାମକ ଯାତ୍ରୀବାହୀ ବସର ପଛକୁ ଭାରସାମ୍ୟ ହରାଇ ଏକ ପିକଅପ ଭ୍ୟାନଟି ଧକ୍କା ଦେଇଥିଲା ।