ମୁକୁଳା ଡ୍ରେନ୍‌ରେ ପଡ଼ି ସାଇକେଲ ଆରୋହୀଙ୍କ ଆଖିରେ ପଶିଲା ଲୁହା ଛଡ଼

ବୌଦ୍ଧ : ମୁକୁଳା ଡ୍ରେନ୍‌ରେ ପଡ଼ି ସାଇକେଲ ଆରୋହୀଙ୍କ ଆଖିରେ ଗଳି ଗଲା ଲୁହା ଛଡ଼ । ଏପରି ଏକ ଅଭାବନୀୟ ଘଟଣା ବୌଦ୍ଧ ଜିଲ୍ଲା ପୁରୁଣାକଟକ ଥାନା ଧଳପୁର ପୂର୍ତ୍ତବିଭାଗ ରାସ୍ତାରେ ଘଟିଛି। ଆଜି ସାଇକେଲ ଆରୋହୀଜଣକ ଧଳପୁର ପଟୁ ପୁରୁଣାକଟକ ଆଡ଼କୁ ଆସୁଥିଲା। ମାତ୍ର ଅପର ପାର୍ଶ୍ୱରୁ ଆସୁଥିବା ଗାଡ଼ିକୁ ସାଇଡ ଦେବାକୁ ଯାଇ ସାଇକେଲ ଆରୋହୀଜଣକ ମୁକୁଳା ଡ୍ରେନ୍‌ରେ ପଡ଼ି ଯାଇଥିଲେ। ତୁରନ୍ତ ତାଙ୍କୁ ସେଠାରୁ ଉଦ୍ଧାର କରାଯାଇଥିବା ବେଳେ ତାଙ୍କ ଆଖିରେ ଲୁହା ଛଡ଼ ଗଳି ଯାଇଥିଲା। ଗୁରୁତର ଅବସ୍ଥାରେ ତୁରନ୍ତ ତାଙ୍କୁ ଆଠମଲ୍ଲିକ ମେଡିକାଲ ନିଆଯାଇଛି। ତାଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାଯାଇଛି।ଏହି ଘଟଣା ପ୍ରଚାରିତ ହେବା ପରେ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି।

ମୁକୁଳା ଡ୍ରେନ୍‌ରେ ପଡ଼ି ସାଇକେଲ ଆରୋହୀଙ୍କ ଆଖିରେ ପଶିଲା ଲୁହା ଛଡ଼